/odishatv-khabar/media/post_attachments/uploadimage/library/16_9/16_9_0/ocac__1636797266.jpg)
ocac
ଭୁବନେଶ୍ୱର : ଓକାକ୍ ଠକେଇ ପଛରେ ନାଇଜେରିଆ ଗ୍ୟାଙ୍ଗ । ଓକାକ୍ CEO ମନୋଜ ପଟ୍ଟନାୟକ ସାଇବର ଠକେଇର ଶିକାର ମାମଲାର ତଦନ୍ତ କରୁଥିବା କ୍ରାଇମ୍ବ୍ରାଞ୍ଚ ପକ୍ଷରୁ କେତେକ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି । ଠକେଇ ପଛରେ ନାଇଜେରିଆ ଗ୍ୟାଙ୍ଗର ଲିଙ୍କ୍ ଥିବା ସନ୍ଦେହ ହୋଇଛି । ଏହାସହ ହ୍ୟାକରଙ୍କ ସହ କଥାବାର୍ତ୍ତା ଚାଲିଥିବା ନେଇ କ୍ରାଇମ୍ବ୍ରାଞ୍ଚ ସୂଚନା ଦେଇଛି ।
ବର୍ତ୍ତମାନ ହ୍ୟାକର ଏକାଧିକ ଆକାଉଣ୍ଟରେ ଟଙ୍କା ରଖୁଛନ୍ତି ଓ କାଢୁଛନ୍ତି । ଯେଉଁ ଆକାଉଣ୍ଟରୁ ଟଙ୍କା କାଢୁଛନ୍ତି ,ତାହା ଭାରତ ଭିତର ଆକାଉଣ୍ଟ ବୋଲି ଜଣାପଡ଼ିଛି । ଟଙ୍କା କାଢୁଥିବା ଆକାଉଣ୍ଟରେ ମାତ୍ର ହଜାରେ ଟଙ୍କା ରଖି ସବୁ କାଢିଦେଉଛନ୍ତି । ହ୍ୟାକରଙ୍କ ଏକାଧିକ ଆକାଉଣ୍ଟକୁ ଫ୍ରିଜ୍ କରାଯାଇଛି ବୋଲି କହିଛି କ୍ରାଇମ୍ବ୍ରାଞ୍ଚ ।
ସୂଚନାଯୋଗ୍ୟ ଦୁଇ ଦିନ ପୂର୍ବରୁ OCAC ସିଇଓ ତଥା ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ପଟ୍ଟନାୟକଙ୍କ ହ୍ୱାଟ୍ସଆପ୍ ନମ୍ବର ହ୍ୟାକ୍ ହୋଇଥିବା ସୂଚନା ମିଳିଥିଲା । ସାଇବର ହ୍ୟାକର୍ ମନୋଜଙ୍କ ହ୍ୱାଟ୍ସଆପ୍ ନମ୍ବର ହ୍ୟାକ୍ କରି ତାଙ୍କ ସାଙ୍ଗ ଓ ସମ୍ପର୍କୀୟଙ୍କୁ ମନୋଜଙ୍କ ନାଁ ନେଇ ଟଙ୍କା ମାଗିଥିବା ଅଭିଯୋଗ ହୋଇଥିଲା ।
ମନୋଜଙ୍କ କେତେକ ବନ୍ଧୁ ଓ ସମ୍ପର୍କୀୟ ବ୍ୟାଙ୍କ ଆକାଉଣ୍ଟ ଓ ୟୁପିଆଇ ମାଧ୍ୟମେର ଟଙ୍କା ମଧ୍ୟ ଦେଇଥିଲେ । ୫ ଜଣ ଲୋକ ପାଖାପାଖି ୭ ଲକ୍ଷ ଟଙ୍କା ଦେଇଥିବା ଜଣାପଡ଼ିଥିଲା । ତେବେ ଠକେଇ ସମ୍ପର୍କରେ ଜଣାପଡ଼ିବା ପରେ ଯେଉଁମାନେ ଟଙ୍କା ଦେଇଥିଲେ, ସେମାନେ ଏ ସମ୍ପର୍କରେ ଭୁବନେଶ୍ୱର ସହିଦ ନଗର ଥାନାରେ ଏତଲା ଦେଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)