• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

କୋଲକାତା RG କର ହସ୍ପିଟାଲରେ ଟ୍ରେନି ଡକ୍ଟରଙ୍କୁ ଦୁଷ୍କର୍ମ ଓ ପରେ ହତ୍ୟା ଘଟଣାକୁ ନେଇ ଏବେ ଉଠୁଛି ପଡ଼ୁଛି ପୂରା ଦେଶ । ତେବେ ଏହାରି ମଧ୍ୟରେ ବିହାର ସମସ୍ତୀପୁରରୁ ସାମ୍ନାକୁ ଆସିଛି ଆଉ ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଏଠାରେ ନର୍ସ ଜଣକ ତାଙ୍କ ସହ ଦୁଷ୍କର୍ମ କରିବାକୁ ଚେଷ୍ଟା କରୁଥିବା ଡାକ୍ତରଙ୍କ ପ୍ରାଇଭେଟ୍‌ ପାର୍ଟ କାଟି ଦେଇଛନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ୍‌ ଅଭିଯୁକ୍ତ ଡାକ୍ତର ଓ ତାଙ୍କର ଅନ୍ୟ ଦୁଇ ସହଯୋଗୀଙ୍କୁ ଗରିଫ କରିଥିଲା । ବର୍ତ୍ତମାନ ଡାକ୍ତରଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହି ଘଟଣା ମୁସ୍ରିଘରାରୀ ପୋଲିସ୍ ଷ୍ଟେସନ ଅଞ୍ଚଳର ଗଙ୍ଗାପୁରରେ ଅବସ୍ଥିତ ଆରବିଏସ୍ ହେଲ୍ଥ କେୟାରରେ ଘଟିଛି । ଅଭିଯୋଗ ହୋଇଛି ଯେ ଡାକ୍ତରଖାନାର ନିର୍ଦ୍ଦେଶକ ଡକ୍ଟର ସଞ୍ଜୟ କୁମାର ସଞ୍ଜୁ ପ୍ରଥମେ ତାଙ୍କର ଦୁଇ ସହକର୍ମୀଙ୍କ ସହ ମଦ୍ୟପାନ କରିଥିଲେ । ଏହାପରେ ନର୍ସଙ୍କୁ ସେମାନେ ଅସଦାଚରଣ କରିଥିଲେ । ଯେତେବେଳେ ନର୍ସ ଏହାର ପ୍ରତିବାଦ କରିଥିଲେ, ଡାକ୍ତର ତାଙ୍କ ସହ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ । ତାଙ୍କ ସମ୍ମାନ ବଞ୍ଚାଇବା ପାଇଁ ନର୍ସ ସାହସ ଦେଖାଇ ସର୍ଜିକାଲ୍ ବ୍ଲେଡ୍‌ରେ ଡାକ୍ତରଙ୍କ ପ୍ରାଇଭେଟ୍‌ ପାର୍ଟ କାଟି ଦେଇଥିଲେ ।

ଏହା ପରେ ନର୍ସ ସେଠାରୁ ପଳାଇଥିଲେ । ଡାକ୍ତରଙ୍କ ଦୁଇ ସହକର୍ମୀ ନର୍ସଙ୍କୁ ଧରିବା ପାଇଁ ତାଙ୍କୁ ଗୋଡ଼ାଇଥିଲେ । ପରେ ପରେ ନର୍ସ ଜଣକ ପୂରା ଘଟଣା ବିଷୟରେ ୧୧୨କୁ ଫୋନ୍‌ କରି ସୂଚନା ଦେଇଥିଲେ । ନର୍ସଙ୍କ ଅଭିଯୋଗ ଆଧାରରେ ଏସପି ବିନୟ ତିୱାରୀଙ୍କ ନିର୍ଦ୍ଦେଶରେ ଏକ ଟିମ୍ ଚଢ଼ାଉ କରି ଡାକ୍ତରଙ୍କୁ ଗିରଫ କରିଥିଲେ । ବର୍ତ୍ତମାନ ପୋଲିସ ଅଭିଯୁକ୍ତକୁ ଗିରଫ କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଛି ।

ସଦର ଡିଏସପି ସଞ୍ଜୟ କୁମାର ପାଣ୍ଡେ କହିଛନ୍ତି ଯେ ବିଳମ୍ବିତ ରାତିରେ ଜଣେ ପୀଡିତା ୧୧୨କୁ କଲ କରିଥିଲେ । ଏହା ପରେ ପୋଲିସ ପୀଡିତାଙ୍କୁ କ୍ଷେତରୁ ଉଦ୍ଧାର କରିଥିଲା । ପୀଡିତାଙ୍କ ବୟାନ ଅନୁଯାୟୀ ସେ ଗତ ୧୦ରୁ ୧୫ ମାସ ଧରି ଆରବିଏସ ହସ୍ପିଟାଲରେ କାର୍ଯ୍ୟ କରୁଛନ୍ତି ।

ଗତକାଲି ରାତିରେ ଜଣେ ଫିଜିଓଥେରାପିଷ୍ଟ ଡାକ୍ତର, ତାଙ୍କର ଦୁଇ ସହକର୍ମୀଙ୍କ ସହ ମଦ୍ୟପାନ କରି ନର୍ସଙ୍କ ସହ ଜବରଦସ୍ତି ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ । ଯେତେବେଳେ ନର୍ସ ଏହାର ପ୍ରତିବାଦ କଲେ, ସେ ସଫଳ ହୋଇପାରିଲେ ନାହିଁ। ତା’ପରେ ନିଜକୁ ରକ୍ଷା କରିବା ପାଇଁ ସେ ସର୍ଜିକାଲ୍ ବ୍ଲେଡ୍ ସାହାଯ୍ୟରେ ଡାକ୍ତରଙ୍କ ପ୍ରାଇଭେଟ୍‌ ପାର୍ଟକୁ କାଟି ଦେଇଥିଲେ । ଏହି ମାମଲାରେ ତିନି ଜଣଙ୍କୁ ଗିରଫ କରାଯାଇଛି। ପୋଲିସ ମଧ୍ୟ ଘଟଣାସ୍ଥଳରୁ ମଦ ଜବତ କରିଛି । ଘଟଣାସ୍ଥଳରୁ ବେଡ୍‌ ସିଟ୍ ଏବଂ ତିନୋଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now