ନ୍ୟୁଡ୍‌ ଭିଡିଓ କଲ୍‌ରୁ ବ୍ଲାକ୍‌ମେଲିଙ୍ଗ୍‌; ଲୋକଲଜ୍ଜା ଭୟରେ ପେଟରେ ୨୫ ଥର କଇଁଚି ଭୁସିଲେ

ବ୍ଲାକମେଲିଙ୍ଗର ଶିକାର ହେବା ପରେ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ । ପେଟରେ ୨୫ ଥର କଇଁଚି ଭୁସି ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ନ୍ୟୁଡ୍‌ ଭିଡିଓ କଲ୍‌

ନିଜକୁ ମାରିବା ପାଇଁ ୨୫ ଥର ଉଦ୍ୟମ । ସେ ପୁଣି ଛୁରୀ ଭୁସି । ନ୍ୟୁଡ୍‌ କଲ୍‌ ବ୍ଲାକମେଲିଂର ଶିକାର ହୋଇ ଶେଷରେ ନିଜକୁ ମାରିଦେବା ପାଇଁ ପ୍ରୟାସ କଲେ ଜଣେ ଯୁବକ । ରାଜଧାନୀ ଭୁବନେଶ୍ୱରରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ବ୍ଲାକମେଲିଙ୍ଗର ଶିକାର ହେବା ପରେ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ । ପ୍ରଥମେ ଅଜଣା ନମ୍ବରରୁ ଜଣେ ଯୁବତୀ ହ୍ୱାଟ୍ସଆପ୍‌ରେ ଅଶ୍ଳୀଳ ଭିଡିଓ କଲ କରିଥିଲେ । ଏହାର ଭିଡିଓ ରେକର୍ଡ କରିବା ପରେ ଆରମ୍ଭ କଲେ ବ୍ଲାକମେଲିଙ୍ଗ । ଆଉ ନିଜ ସମ୍ମାନ ହାନି ଭୟରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଯୁବକ । ଯୁବକ ଜଣକ ହେଉଛନ୍ତି ଢ଼େଙ୍କାନାଳର ଦଣ୍ଡଧର ବାରିକ ।ସେ ନିଜର ଦୁଇ ପିଲାଙ୍କୁ ଧରି ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରେ ରହୁଥିଲେ ।

ସୂଚନାନୁଯାୟୀ ୩ ଦିନ ତଳେ ହଠାତ ଦଣ୍ତଧରଙ୍କ ସହ ଫେସବୁକରେ ଜଣେ ଅଜଣା ଯୁବତୀ ଚାଟିଙ୍ଗ କରିଥିଲେ । ଏହା ପରେ ହ୍ଵାଟ୍ସଆପରେ ଭିଡ଼ିଓ କଲ କରିଥିଲେ । ଦଣ୍ଡଧର ଯୁବତୀଙ୍କୁ ବାରଣ କରିବା ସତ୍ୱେ ବି ଭିଡ଼ିଓ କଲରେ କଥା ହେଇଥିଲେ ଯୁବତୀ । ଆଉ ଏହି ସମୟରେ ସ୍କ୍ରିନ ରେକର୍ଡିଙ୍ଗ କରି ତାଙ୍କୁ ବ୍ଲାକମେଲିଙ୍ଗ କରିବା ସହ ମୋଟା ଅଙ୍କର ଟଙ୍କା ମାଗିଥିଲେ । 

କୌଣସି ଉପାୟ ନପାଇ ସାଇବର ଥାନାକୁ ବ୍ଲାକମେଲିଙ୍ଗ ଅଭିଯୋଗ ନେଇ ଯାଇଥିଲେ ଦଣ୍ତଧର । କିନ୍ତୁ ପୁଲିସ ସହଯୋଗ କରିବା ବଦଳରେ ତାଙ୍କର ମଜାକ୍‌ ଉଡ଼ାଇଥିବାର ପରିବାର ଲୋକେ ଅଭିଯୋଗ କରିଥିଲେ । ଏହା ପରେ ସେ ବାଧ୍ୟ ହୋଇ ନିଜକୁ ମାରିଦେବା ପାଇଁ ନିଷ୍ପତ୍ତି ନେଇଥିଲେ । ପେଟରେ ୨୫ ଥର କଇଁଚି ଭୁସି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ବେହୋସ ଅବସ୍ଥାରେ ତାଙ୍କୁ ଦୋକାନରୁ ଉଦ୍ଧାର କରାଯାଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।