ଅନୁଗୁଳରେ ପୁଣି ଏନକାଉଣ୍ଟର । ପୋଲିସ୍ ଗୁଳିରେ କୁଖ୍ୟାତ ଅପରାଧୀ କ୍ଷୀରୋଦ ନାୟକ ଆହତ । ତା’ର ଡାହାଣ ଗୋଡ଼ରେ ବାଜିଛି ଗୁଳି । କ୍ଷୀରୋଦର ଘର ଛେଣ୍ଡିପଦା ଅଞ୍ଚଳରେ ବୋଲି ସୂଚନା ମିଳିଛି ।
Also Read
ଅଧିକ ପଢ଼ନ୍ତୁ: ଉତ୍ତରା ଛକରେ ବଡ଼ ଦୁର୍ଘଟଣା; ଓଲଟିଲା ଟୁରିଷ୍ଟ ବସ୍, ଚାଲିଗଲା ଜଣଙ୍କ ଜୀବନ
ସୂଚନା ଅନୁସାରେ ଗତକାଲି କ୍ଷୀରୋଦକୁ ଧରିବା ପାଇଁ ଅନୁଗୁଳ ଟାଉନ୍ ଥାନା ଓ ସ୍ପେଶାଲ ସ୍କ୍ୱାଡର ସହାୟତା ଲୋଡିଥିଲା ଛେଣ୍ଡିପଦା ପୋଲିସ । ପୋଲିସକୁ ଦେଖି କ୍ଷୀରୋଦ ଅନୁଗୁଳ ଟାଉନ୍ ଥାନା ହନୁମାନ ବାଟିକା ନିକଟରେ ଆମ୍ବ ବଗିଚାରେ ପଶିଯାଇଥିଲା । ସେଠାରୁ ପୋଲିସ ଉପରକୁ ଗୁଳି ଚଳାଇ ଖସି ଯିବାକୁ ଉଦ୍ୟମ କରୁଥିଲା କ୍ଷୀରୋଦ । ତେବେ ପୋଲିସ ମଧ୍ୟ ପାଲଟା ଗୁଳି ଚଳାଇଥିଲା । ପୋଲିସ୍ ଗୁଳିରେ କ୍ଷୀରୋଦ ଆହତ ହୋଇଛି ।