Advertisment

Explosive Loot Interrogation: ବିସ୍ଫୋରକ ଗୋଦାମ ମାଲିକାଣୀଙ୍କୁ ଜେରା, ସ୍ୱାମୀ ପରେ ସ୍କାନରରେ ସ୍ତ୍ରୀ

ମାଲିକ ପରେ ମାଲିକାଣୀ । ବିସ୍ଫୋରକ ଗୋଦାମର ମାଲିକାନା ଥିବା ଶ୍ରବଣ ଅଗ୍ରୱାଲଙ୍କୁ ଗିରଫ ପରେ ପତ୍ନୀ ନିକିତା ଅଗ୍ରୱାଲଙ୍କୁ ଚାଲିଛି ପଚରାଉଚରା । ବିସ୍ଫୋରକ ଲୁଟ୍ ଘଟଣାରେ ସ୍କାନରକୁ ଆସିଛନ୍ତି ମାଲିକ ଦମ୍ପତି ।

ଅଦ୍ୟତନ ହୋଇଛି
Explosives Loot Case

Explosives Loot Case

Advertisment

ବିସ୍ଫୋରକ ଲୁଟ୍ ଘଟଣା । ବିସ୍ଫୋରକ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲଙ୍କ ପତ୍ନୀଙ୍କୁ ଜେରା । ଶ୍ରବଣ ଅଗ୍ରୱାଲଙ୍କ ପତ୍ନୀ ନିକିତା ଅଗ୍ରୱାଲଙ୍କୁ ପଚରାଉଚରା କରାଯାଇଛି । ରାଉରକେଲା ରଘୁନାଥପାଲି ଥାନାରେ ନିକିତାଙ୍କୁ ପଚରାଉଚରା ହୋଇଛି । ନିକିତା ଅଗ୍ରୱାଲଙ୍କ ନାଁରେ ରହିଛି ଗୋଟିଏ ବାରୁଦ ଗୋଦାମ । ପୂର୍ବରୁ ଗିରଫ ହୋଇ ଜେଲ୍‌ରେ ଅଛନ୍ତି ଶ୍ରବଣ ଅଗ୍ରୱାଲ । 

Advertisment

୪ଟନ୍‌ ବିସ୍ଫୋରକ ସାମଗ୍ରୀ ଲୁଟ୍‌ ଘଟଣାରେ ବଡ଼ଗାଁର ବିସ୍ଫୋରକ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲକୁ ମଙ୍ଗଳବାର ଗିରଫ କରିବା ସହ ବିଭିନ୍ନ ଗୋଦାମରେ ଚାଲିଥିଲା ଛାନଭିନ । ଶ୍ରବଣ ଅଗ୍ରୱାଲକୁ ରଘୁନାଥପାଲିକୁ ପଚରାଉଚରାବେଳେ ଜଣାପଡିଥିଲା ଯେ କେବଳ ଶ୍ରବଣ ଅଗ୍ରୱାଲ ନୁହେଁ ପତ୍ନୀ ନିକିତାଙ୍କ ନାଁରେ ମଧ୍ୟ ମାଲିକାନା ରହିଛି । 

ବର୍ତ୍ତମାନ ଶ୍ରବଣଙ୍କ ପରେ ପରେ ନିକିତାଙ୍କୁ ଜେରା କରାଯାଇଛି । ସେପଟେ ପୂର୍ବରୁ ଗିରଫ ହୋଇ ଜେଲରେ ଥିବା ଶ୍ରବଣ ଅଗ୍ରୱାଲଙ୍କୁ ୨ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରିବ ପୋଲିସ । ଉଭୟ ପତିପତ୍ନୀଙ୍କୁ ମୁହାଁମୁହିଁ ଜେରା କରିବ ପୋଲିସ । ୫ ଦିନିଆ ରିମାଣ୍ଡ ଆବେଦନ କରିଥିଲା ପୋଲିସ । ୨ ଦିନିଆ ରିମାଣ୍ଡ ମଞ୍ଜୁର କରିଛନ୍ତି କୋର୍ଟ ।

Advertisment

ଅଧିକ ପଢନ୍ତୁ : ବାରୁଦ ଗୋଦାମର ମାଲିକ ଦମ୍ପତି, ସ୍ୱାମୀ ପରେ ପଡ଼ିବ କି ସ୍ତ୍ରୀ ପାଳି ?

Explosives Loot Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ