Advertisment

ଯୌତୁକରେ ବାଇକ୍ ମାଗିଥିଲା ବର ! ଏବେ କାନ୍ଦି କାନ୍ଦି କ୍ଷମା ମାଗୁଛି...

ସ୍ତ୍ରୀକୁ ଘରକୁ ନେବି, ତାକୁ ସୁଖ ଶାନ୍ତିରେ ରଖିବି ବୋଲି କହିଛି ବର । ଏବେ ଦୁଇ ପକ୍ଷ ମଧ୍ୟରେ ଆପୋଷ ସମାଧାନ ପାଇଁ ଆଲୋଚନା ଚାଲିଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Baliguda Dowry Case

Baliguda Dowry Case

ବର ଯୌତୁକରେ ବାଇକ୍ ମାଗିଲା ବୋଲି ବାହାଘର ପରଦିନ ହିଁ ବାପଘରକୁ ପଳାଇ ଆସିଥିବା ଦେବକୀଙ୍କୁ ମନାଇବା ପାଇଁ ଶ୍ୱଶୂର ଘରେ ପହଞ୍ଚିଲେ ବର ଅର୍ଜୁନ ଦିଗାଲ । ଦେବକୀଙ୍କୁ ବୁଝା ସୁଝା କରିବା ପାଇଁ ସେ ଚେଷ୍ଟା କରିଛନ୍ତି । ସେ କହିଛନ୍ତି, ଯୌତୁକ ମାଗିବା ମୋର ବଡ଼ ଭୁଲ୍ ଥିଲା । ସ୍ତ୍ରୀକୁ ଘରକୁ ନେବି, ତାକୁ ସୁଖ ଶାନ୍ତିରେ ରଖିବି । ଏବେ ଦୁଇ ପକ୍ଷ ମଧ୍ୟରେ ଆପୋଷ ସମାଧାନ ପାଇଁ ଆଲୋଚନା ଚାଲିଛି ।

Advertisment

କନ୍ଧମାଳ ତୁମୁଡିବନ୍ଧ ଥାନା ସାରୁପାଟାର ଦେବକୀ ଦିଗାଲ ଓ ବାଲିଗୁଡ଼ା ଥାନା ବରକିଆରେ ଅର୍ଜୁନ ଦିଗାଲଙ୍କ ବାହାଘର ହୋଇଥିଲା ଗତ ୯ ତାରିଖରେ । ବିବାହ ପର ଦିନ କନ୍ୟା ପକ୍ଷ ଲୋକେ ଝିଅ ଛାଡିବାକୁ ବର ଘରକୁ ଆସିଥିବା ସମୟରେ ଯୌତୁକରେ ବାଇକ ଦେବାକୁ ବର ଦାବି କରିଥିଲେ । ଏହାକୁ ବିରୋଧ କରି ମଙ୍ଗଳସୂତ୍ର ଓ ଶଙ୍ଖା ଚୁଡ଼ି ଖୋଲି ବାପ ଘରକୁ ପଳାଇ ଆସିଥିଲେ ଦେବକୀ ।

ପୁରା କାହାଣୀଟି ହେଲା...

ଦୁର୍ଗମ ଅଞ୍ଚଳରେ ରହୁଥିଲେ ବି ସେ ଶିକ୍ଷିତ ଆଉ ସଚେତନ । ସେ ଆଜି ସମସ୍ତଙ୍କ ପାଇଁ ଏକ ଉଦାହରଣ । ତାଙ୍କ ପାଇଁ ପୁରା ଅଞ୍ଚଳବାସୀ ଆଜି ଗର୍ବିତ । ଆମେ କହୁଛୁ ଏମିତି ଜଣେ ଯୁବତୀଙ୍କ କଥା, ଯାହା ଶୁଣିବା ପରେ ଆପଣ ବି କହିବେ ତାଙ୍କ ସାହସକୁ ମାନିବାକୁ ପଡ଼ିବ । ଯୌତୁକ ପ୍ରଥାକୁ ସଭ୍ୟ ସମାଜଠାରୁ ଆରମ୍ଭ କରି ବିଭିନ୍ନ ମହଲରେ ବିରୋଧ କରାଯାଉଛି । ସମସ୍ତେ ଯୌତୁକ ପ୍ରଥା ବିରୋଧରେ ମନ୍ତବ୍ୟ ଦେଉଛନ୍ତି । ଏମିତିକି ଏହାକୁ ରୋକିବାକୁ ଅନେକ ଚେଷ୍ଟା କରାଯାଇଥିଲେ ମଧ୍ୟ ସବୁ ବିଫଳ ହେଉଛି । ଏବେ ବି ସମାଜରେ ଯୌତୁକ ପ୍ରଥା ରହିଛି ।

Advertisment

ସେହି ଯୌତୁକ ପ୍ରଥାକୁ ବିରୋଧ କରି ଏବେ ଚର୍ଚ୍ଚାରେ ଦୁର୍ଗମ ଇଲାକାର ଝିଅ ଦେବକୀ ଦିଗାଲ । ଯୌତୁକରେ ବର ବାଇକ ମାଗିବାରୁ ବିବାହର ପର ଦିନ ସମସ୍ତଙ୍କ ସାମ୍ନାରେ ମଙ୍ଗଳ ସୂତ୍ର ଓ ଶଙ୍ଖା ଚୁଡ଼ି ଖୋଲି ଦେଇ ବାପା ଘରକୁ ଫେରିଆସିଥିଲେ ନବ ବିବାହିତା କନ୍ୟା ଦେବକୀ । ଏହି ଘଟଣା ଏବେ ବାଲିଗୁଡା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା । କନ୍ୟା ପକ୍ଷ ଲୋକେ ବର ଘରକୁ ଆସିଥିବା ସମୟରେ ଯୌତୁକରେ ବାଇକ ଦେବାକୁ ବର ଦାବି କରିଥିଲା । ଆଉ ଏହି ସମୟରେ ନବବଧୂ ଯୌତୁକକୁ ବିରୋଧ କରିବା ସହ ସଭା ମଧ୍ୟରେ ମଙ୍ଗଳ ସୂତ୍ର ସହ ଶଙ୍ଖା ଚୁଡ଼ି ଖୋଲି ବାପ ଘରକୁ ଫେରିଯାଇଥିଲେ ।

ଦୁର୍ଗମ ଇଲାକାରେ ବସବାସ କରୁଥିବା ଝିଅର ଏଭଳି ନିଷ୍ପତି ସହ ତାର ସାହସକୁ ନେଇ ଏବେ ସେ ଚର୍ଚ୍ଚାରେ ରହିଛନ୍ତି । ଅନ୍ୟପଟେ ବର ଘର ଲୋକେ ଯୌତୁକରେ ବାଇକ ମାଗିବା ଘଟଣା ମିଛ ବୋଲି କହିଥିଲେ । କିନ୍ତୁ ଏବେ ବର ନିଜେ କ୍ଷମା ପ୍ରାର୍ଥନା କରିବା ସହ ପତ୍ନୀଙ୍କୁ ସସମ୍ମାନେ ନିଜ ଘରକୁ ଫେରାଇ ନେବାକୁ ଶ୍ୱଶୁର ଘରକୁ ଆସିଛନ୍ତି । ଉଭୟ ପକ୍ଷ ମଧ୍ୟରେ ଆଲୋଚନା ଚାଲିଛି। ଏହି ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।

Dowry Case
Advertisment
Advertisment