Advertisment

ନବ ଦାସ ହତ୍ୟା ମାମଲାରେ ନୂଆ ଖୁଲାସା: ସନ୍ଦେହ ବଢ଼ାଇଲା OPD ଟିକେଟ୍‌ !

ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାରେ ଏକ ନୂଆ ଖୁଲାସା ହୋଇଛି। ଗୁଳିମାଡ଼ ପରେ ତୁରନ୍ତ ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ମେଡିକାଲ୍‌କୁ ନେବା ପରେ ସେଠାରେ କ’ଣ ସବୁ ଚିକିତ୍ସା କରାଯାଇଥିଲା, ଏସବୁ ଓପିଡି ଟିକେଟ୍‌ରେ କିଛି ବି ଉଲ୍ଲେଖ କରାଯାଇନାହିଁ।

ଅଦ୍ୟତନ ହୋଇଛି
Naba Das Death Case Updates

New Twist In Naba Das Murder Case

Advertisment

ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାରେ ଏକ ନୂଆ ଖୁଲାସା ହୋଇଛି। ନବ ଦାସଙ୍କୁ ଗୁଳିମାଡ଼ ପରେ ଜିଲ୍ଲା ମେଡିକାଲରେ ଭର୍ତ୍ତି ବେଳର ଓପିଡି ଟିକେଟ୍ ଓଟିଭି ହାତରେ ଲାଗିଛି। ଝାରସୁଗୁଡ଼ା ଜିଲ୍ଲା ହସ୍ପିଟାଲ୍‌ରେ ଭର୍ତ୍ତି କରାଯିବା ସମୟ ବେଳର ଏହି ଟିକେଟ୍‌ର ନକଲ ହସ୍ତଗତ ହୋଇଛି।

Advertisment

ନବ ଦାସଙ୍କୁ ଗୁଳିମାଡ଼ ପରେ ତୁରନ୍ତ ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ମେଡିକାଲ୍‌କୁ ନେବା ପରେ ସେଠାରେ କ’ଣ ସବୁ ଚିକିତ୍ସା କରାଯାଇଥିଲା, ଏସବୁ ଓପିଡି ଟିକେଟ୍‌ରେ କିଛି ବି ଉଲ୍ଲେଖ କରାଯାଇନାହିଁ। କେବଳ ଗୁଳିମାଡ଼ରେ ଆହତ ହୋଇ ଭର୍ତ୍ତି ହୋଇଥିବା କଥା ଉଲ୍ଲେଖ କରାଯାଇଛି।

ଅଧିକ ପଢ଼ନ୍ତୁ: ପଲିଗ୍ରାଫ୍‌ ଟେଷ୍ଟରେ କେଉଁ ୨୬ ପ୍ରଶ୍ନର ଉତ୍ତର ହଁ-ନାରେ ଦେଇଥିଲା ଗୋପାଳ?

Advertisment

ଏହାପରେ ତାଙ୍କୁ ଅଧିକ ଚିକିତ୍ସା ଲାଗି ଉନ୍ନତ ହସ୍ପିଟାଲ୍‌କୁ ସ୍ଥାନାନ୍ତର ପାଇଁ ଲେଖା ଯାଇଛି। ନବ ଦାସଙ୍କୁ ଝାରସୁଗୁଡ଼ାରୁ ଯେଉଁ ଅବସ୍ଥାରେ ଭୁବନେଶ୍ୱରକୁ ଏୟାରଲିଫ୍ଟ କରାଯାଇଥିଲା, ଏସବୁର ପାରିପାର୍ଶ୍ୱିକ ସ୍ଥିତି ଦେଖି ବିରୋଧୀ ଅଭିଯୋଗ କରି ଆସୁଛନ୍ତି ଯେ. ତାଙ୍କର ଝାରସୁଗୁଡ଼ାରେ ହିଁ ମୃତ୍ୟୁ ହୋଇଥିଲା।

କେବଳ ନବ ଦାସଙ୍କ ମୃତଦେହକୁ ଏଠାକୁ ଅଣାଯାଇଥିଲା ବୋଲି ବିରେଧୀ ଅଭିଯୋଗ କରି ଆସୁଛନ୍ତି । ଏବେ ଓପିଡି ଟିକେଟ୍ ଆସିବା ପରେ ବିରୋଧୀଙ୍କ ଅଭିଯୋଗ ଆହୁରି ଦୃଢିଭୂତ ହେଉଛି। ଓପିଡି ଟିକେଟ୍‌ରେ କାହିଁକି ପ୍ରାଥମିକ ଚିକିତ୍ସା ବିଷୟରେ ଲେଖାଯାଇ ନାହିଁ ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। 

Advertisment

ନବ ଦାସଙ୍କ ଓପିଡି ଟିକେଟକୁ ନେଇ ଝାରସୁଗୁଡ଼ା CDMO ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, 'ନିୟମ ଦୃଷ୍ଟିରୁ ଓପିଡି ଟିକେଟ୍‌ରେ ଚିକିତ୍ସା ବାବଦରେ ଲେଖାଯିବା କଥା। ଯେହେତୁ ଅବସ୍ଥା ସଂକଟାପନ୍ନ ଥିଲା, ତୁରନ୍ତ ରେଫର କରିବାକୁ ପଡ଼ିଲା। ସଙ୍ଗେ ସଙ୍ଗେ ଫାଷ୍ଟ ଏଡ୍‌ ଚିକିତ୍ସା କରି ରେଫର କରାଯାଇଥିଲା। ରେଫରାଲ୍‌ କାର୍ଡରେ ଡିଟେଲ୍‌ ଲେଖାଯାଇଛି ବୋଲି ସିଡିଏମ୍‌ଓ କହିଛନ୍ତି। 

Naba Das
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ