/odishatv-khabar/media/post_attachments/uploadimage/library/16_9/16_9_0/IMAGE_1690647962.jpg)
Naba Das Murder Case
ନବଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସକୁ ପଲିଗ୍ରାଫ୍ ଟେଷ୍ଟକୁ କଣ ପଚରାଯାଇଥିଲା? କଣ ଥିଲା ସେହି ୨୬ଟି ଚର୍ଚ୍ଚିତ ପ୍ରଶ୍ନ ? କେଉଁ ୧୩ ପ୍ରଶ୍ନର ହଁ ଏବଂ କେଉଁ ୧୩ ପ୍ରଶ୍ନ ଉତ୍ତର ନା ଦେଇଥିଲା ଗୋପାଳ । ଟେଷ୍ଟ ରିପୋର୍ଟରେ ସେମିତି ବ୍ୟତିକ୍ରମ ଦେଖିବାକୁ ମିଳିନଥିବା ବେଳେ ସବୁ ପ୍ରଶ୍ନର ଉତ୍ତର ଠିକ୍ଠିକ୍ ଦେଇଥିବା ରିପୋର୍ଟ କହୁଛି । ତେବେ କଣ ଥିଲା ସେହି ୨୬ ପ୍ରଶ୍ନ?
ପ୍ରଶ୍ନ- ୨୦୧୦ରେ ନବଦାସଙ୍କ ଟଙ୍କା ଭରା ଗାଡିକୁ ରୋକିବାରୁ ନବଦାସ ଗେପାଳ ଉପରେ ରାଗିଥିଲେ କି?
ଉତ୍ତର-ହଁ
ପ୍ରଶ୍ନ- ନବଦାସଙ୍କ ଲୋକଙ୍କୁ ମାରପିଟ କରିବା ଓ ଗାଳି କରିବା ଯୋଗୁଁ ସେ ରାଗ ରଖିଥିଲେ କି?
ଉତ୍ତର- ହଁ
ପ୍ରଶ୍ନ- ମନ୍ତ୍ରୀଙ୍କ ଲୋକ ମାରିବାକୁ ଧମକ ଦେଇଥିଲେ କି?
ଉତ୍ତର- ହଁ
ପ୍ରଶ୍ନ- ନବଦାସଠାରୁ ବଦଲା ନେବ ପାଇଁ ତାଙ୍କୁ ମାରିବାକୁ ଯୋଜନା କରିଥିଲେ କି?
ଉତ୍ତର- ହଁ
ପ୍ରଶ୍ନ- ନବଦାସକୁ ହତ୍ୟା ପାଇଁ ମାନସିକ ରୋଗ ଲାଗି ଖାଉଥିବା ଔଷଧ ବନ୍ଦ କରିଦେଇଥିଲେ କି?
ଉତ୍ତର- ହଁ
ପ୍ରଶ୍ନ- ମନୋଜ ବରିଆ ନବଙ୍କ ଡରାଇ ଥିଲା କି?
ଉତ୍ତର- ହଁ
ପ୍ରଶ୍ନ- ନବଙ୍କୁ ହତ୍ୟା ପୂର୍ବରୁ ଦୁଇଥର ମାରିବା ପାଇଁ ଯୋଜନା କରିଥିଲ କି?
ଉତ୍ତର- ହଁ
ଗୋପାଳକୁ କିଛି ଏମିତି ପ୍ରଶ୍ନ ପଚାରିଯାଇଥିଲା, ଯାହାର ଉତ୍ତର ଗୋପାଳ ହଁ ଦେଇଥିଲା । ତେବେ ଏହି ସବୁ ପ୍ରଶ୍ନର ଉତ୍ତର ନା ଦେଇଥିଲା ଗୋପାଳ...
ପ୍ରଶ୍ନ- ପୁତୁରାକୁ ଚାକିରି ନଦେବାରୁ ନବଙ୍କୁ ହତ୍ୟା କଲେ କି ଗୋପାଳ?
ଉତ୍ତର- ନା
ପ୍ରଶ୍ନ- ଆପଣଙ୍କୁ କେହି ରାଜନୈତିକ ନେତା ପ୍ରବର୍ତ୍ତାଇ ଥିଲେ କି?
ଉତ୍ତର- ନା
ପ୍ରଶ୍ନ- ନକ୍ସଲଙ୍କ ସହ ମିଶି କିମ୍ବା ବରିଷ୍ଠ ଅଧିକାରୀ ନବଙ୍କୁ ହତ୍ୟା କରିବାକୁ ଦାୟିତ୍ୱ ଦେଇଥିଲେ କି?
ଉତ୍ତର- ନା
ପ୍ରଶ୍ନ- ନବଙ୍କ ବିରୋଧୀଗୋଷ୍ଠୀଙ୍କ ସହ ମିଶି ମାରିବା ଲାଗି ପ୍ଲାନ୍ ହୋଇଥିଲା କି?
ଉତ୍ତର- ନା
ପ୍ରଶ୍ନ- ନବଙ୍କୁ ମାରିବା ପରେ ସଜାରୁ ବର୍ତ୍ତିବା ପାଇଁ ନିଜକୁ ମାନସିକ ରୋଗୀ ବୋଲି ଦର୍ଶାଇଥିଲେ କି?
ଉତ୍ତର- ନା
ପ୍ରଶ୍ନ- ନବଦାସ ତୁମକୁ ମାରିବାକୁ ଧମକ ଦେଇଥିଲେ କି?
ଉତ୍ତର- ନା
ମନ୍ତ୍ରୀ ନବଦାସ ହତ୍ୟା ମାମଲାରେ ଗୋପାଳ ଗିରଫ ହେବା ପରେ ତାଙ୍କର ପଲିଗ୍ରାଫ୍ ଟେଷ୍ଟ ହୋଇଥିଲା । ଆଉ ତାଙ୍କୁ ଏମିତି କିଛି ପ୍ରଶ୍ନ କରାଯାଇଥିଲା । ଯାହାର କିଛି ଉତ୍ତର ସେ ହଁ କରିଥିବା ବେଳେ ଆଉ କିଛି ପ୍ରଶ୍ନର ଉତ୍ତର ନା ଦେଇଥିଲେ । ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି ।
ବ୍ୟୁରୋ ରିପୋର୍ଟ, ଓଟିଭି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)