Advertisment

New Scam: ଲୁଟେରାଙ୍କ ନୂଆ ଗେମ୍‌; ସମ୍ପର୍କୀୟଙ୍କ ପରିଚୟ ଦେଇ ମାଗୁଛନ୍ତି ଟଙ୍କା; ଜାଣନ୍ତୁ କେମିତି ରହିବେ ସୁରକ୍ଷିତ...

ଆପଣଙ୍କୁ ଅଜଣା ନମ୍ବରରୁ କଲ୍‌ ଆସୁଛି କି ? ସମ୍ପର୍କୀୟଙ୍କ ପରିଚୟ ଦେଇ ପଇସା ମାଗୁଛନ୍ତି କି ? ତେବେ ହୋଇ ଯାଆନ୍ତୁ ସାବଧାନ ! କାରଣ ସାଇବର ଠକେଇର ହୋଇପାରନ୍ତି ଶିକାର ।

ଅଦ୍ୟତନ ହୋଇଛି
New scam Callers are now impersonating relatives to ask for money

New scam Callers are now impersonating relatives to ask for money

Advertisment

“ହାଲୋ ଦିବ୍ୟା ବେଟା, କେମିତି ଅଛ ? ମୁଁ ସୁରେଶ କହୁଛି, ତୁମ ବାପାଙ୍କ ସାଙ୍ଗ । ଆଉ କେମିତି ଚାଲିଛି କାମ ? ଦିବ୍ୟା-ଭଲ ଚାଲିଛି, ବେଟା ତୁମ ବାପା ମୋତେ ତୁମ ଫୋନ୍‌ ନମ୍ବର ଦେଲେ । ସେ କିଛି ପଇସା ପଠାଇବା ପାଇଁ ଚାହୁଁଛନ୍ତି କିନ୍ତୁ ତାଙ୍କ ଫୋନ୍‌ର ସମସ୍ୟା ପାଇଁ ପଠାଇ ପାରୁ ନାହିଁନ୍ତି । ସେ ମୋତେ କହିଲେ ତୁମ ଠାରୁ ପଇସା ଆଣିବା ପାଇଁ । ତୁମେ ‌ମୋତେ ୩୦୦୦ ଟଙ୍କା ପଠାଇ ପାରିବ କି ? ”

Advertisment

କିଛି ଦିନ ପୂର୍ବରୁ ଏମିତି ଏକ ପାଇଥିଲି ଜଣେ ମହିଳା । କଲ୍ କରିଥିବା ବ୍ୟକ୍ତି ଅତି ଭଦ୍ର ଭାବରେ ବ୍ୟବହାର କରିଥିଲେ ଏବଂ ତାଙ୍କ ନାମ ମଧ୍ୟ ଜାଣିଥିଲେ, ତେଣୁ କିଛି ସମୟ ପାଇଁ ସେ ଭାବିଲି ହୁଏତ ବାପାଙ୍କ ସାଙ୍ଗ ହୋଇପାରନ୍ତି ବୋଲି । କିନ୍ତୁ ଘଟଣା ଥିଲା କିଛି ଭିନ୍ନ । ସେ ଜଣେ ଥିଲେ ସ୍କାମ୍‌ର, ସାଙ୍ଗ ନୁହଁନ୍ତି । ଅନେକ ଲୋକ ନିକଟ ଅତୀତରେ ଏପରି ଅନେକ କଲ୍ ପାଉଛନ୍ତି, ବେଳେବେଳେ ଏକ ମାସରେ ଏକାଧିକ ଥର ମଧ୍ୟ ପାଇଛନ୍ତି । ସ୍କାମ୍‌ର ମାନେ ପ୍ରାୟତଃ ଘନିଷ୍ଠ ପରିବାର ବନ୍ଧୁ ଭାବରେ ଅଭିନୟ କରୁଛନ୍ତି  ଏବଂ ଜରୁରୀକାଳୀନ ପରିସ୍ଥିତି କିମ୍ବା ଅନ୍ୟ କୌଣସି କାରଣ ଦର୍ଶାଇ ଟଙ୍କା ମାଗୁଛନ୍ତି । ଯଦି ଆପଣଙ୍କ ନିକଟକୁ ଯଦି ଏମିତି କଲ୍‌ ଆସୁଛି ତା’ହେଲେ ସାବଧାନ ହୋଇ ଯାଆନ୍ତୁ  । ଯାହାକୁ ନେଇ ସର୍ତକ ମଧ୍ୟ କରାଯାଇଛି ।

ଅଧିକ ପଢନ୍ତୁ: E-Wedding Card Scam: ବାହାଘର କାର୍ଡରେ କ୍ଲିକ୍‌ କଲେ ହୋଇଯାଉଛି ଆକାଉଣ୍ଟ ଗୋଲ୍ !

Advertisment

ଜାଣନ୍ତୁ କେମିତି ରହିବେ ସୁରକ୍ଷିତ ? 

ସଜାଗ ରହିବା ଅତ୍ୟନ୍ତ ଜରୁରୀ, ଯେହେତୁ ଠକମାନେ କେବଳ ସୋସିଆଲ ମିଡିଆ ମାଧ୍ୟମରେ ପହଞ୍ଚି ନାହାଁନ୍ତି ବରଂ ଲକ୍ଷ ଲକ୍ଷ ଫୋନ୍ ନମ୍ବର ଏବଂ ଏପରିକି ନାମ ମଧ୍ୟ ପାଇଥାନ୍ତି  । ଏହା ସମ୍ଭବ ହେଉଛି କେବଳ ଡାଟା ଲିକ୍ ଆଧାରରେ । ଯାହା ଭାରତରେ ପ୍ରବଳ ମାତ୍ରରେ ଦେଖିବାକୁ ମିଳୁଛି, କାରଣ ସେମାନେ ଠକମାନେ କେବଳ ଆପଣଙ୍କର ନମ୍ବର ଏବଂ ନାମ ନୁହେଁ ବରଂ ପରିବାର ଏବଂ ବ୍ୟକ୍ତିଗତ ବିବରଣୀ ମଧ୍ୟ ପାଇ ଯାଉଛନ୍ତି । ଏହିପରି ସ୍କାମରୁ ନିଜକୁ ରକ୍ଷା କରିବା ପାଇଁ କିଛି ଟିପ୍ସ ଜାଣନ୍ତୁ...

କଲ୍ କରୁଥିବା ବ୍ୟକ୍ତିଙ୍କୁ ସର୍ବଦା ଯାଞ୍ଚ କରନ୍ତୁ । ଯଦି କେହି ଜଣେ ସମ୍ପର୍କୀୟ କିମ୍ବା ବନ୍ଧୁ ବୋଲି ଦାବି କରୁଥିବା ଟଙ୍କା ପାଇଁ ଆପଣଙ୍କୁ ଯୋଗାଯୋଗ କରନ୍ତି, କ୍ରସ୍ ଚେକ୍ କରନ୍ତୁ । ଉଦାହରଣ ସ୍ୱରୂପ, ଯଦି ଆପଣଙ୍କ ବାପାଙ୍କ ସାଙ୍ଗ ବୋଲି ପରିଚୟ ଦେଇ ପଇସା ମାଗନ୍ତି, ପ୍ରକୃତରେ ଆପଣଙ୍କ ବାପାଙ୍କର ଏମିତି ସାଙ୍ଗ ଅଛନ୍ତି କି ନାହିଁ ବାପାଙ୍କୁ ଫୋନ୍‌ କରି କ୍ରସ୍‌ କରନ୍ତୁ  । ଠକମାନେ ପ୍ରାୟତଃ ଆପଣଙ୍କୁ ଶୀଘ୍ର ନିଷ୍ପତ୍ତି ନେବା ପାଇଁ ଚାପ ଓ ତତ୍ପରତାର ଦେଖାଇ ପାରନ୍ତି । ଧୌର୍ଯ୍ୟର ସହ ଚେକ୍‌ କରନ୍ତୁ । 

Advertisment

ବ୍ୟକ୍ତିଗତ ସୂଚନାକୁ ନେଇ ସତର୍କ ରୁହନ୍ତୁ: ଆପଣ ଅପରିଚିତ ବ୍ୟକ୍ତିଙ୍କ ସହିତ କେବେବି ବ୍ୟକ୍ତିଗତ କିମ୍ବା ବ୍ୟାଙ୍କ୍‌ ତଥ୍ୟ ସେୟାର କରନ୍ତୁ ନାହିଁ । ଯଦି ବି ସେମାନେ ପରିଚିତ ଦିଅନ୍ତି । 

ଏପଟେ ସାଇବର ଠକେଇର ନୂଆ ପ୍ଲଟ୍ । ଡିଜିଟାଲ୍ ୱେଡିଂ କାର୍ଡ । ଅଜଣା ସାଇଟ୍, ଅଜଣା ନମ୍ବର ଜରିଆରେ ଆପଣଙ୍କ ହ୍ୱାଟ୍ସଆପକୁ ଇ-ୱେଡିଂ କାର୍ଡ ଆସୁଥିଲେ ହୋଇଯାଆନ୍ତୁ ସାବଧାନ। କାରଣ ଏହି ଏପିକେ ଫାଇଲ୍ ଖୋଲୁ ଖୋଲୁ, ସାଇବର ଅପରାଧୀଙ୍କ ପାଖକୁ ନିମିଷକେ ଚାଲିଯାଇପାରେ ଆପଣଙ୍କ ସବୁ ବ୍ୟକ୍ତିଗତ ତଥ୍ୟ। ହିମାଚଳ ପ୍ରଦେଶରେ ଏଭଳି ନୂଆ ଧରଣର ଠକେଇ ସାମ୍ନାକୁଆସିବା ପରେ ଏନେଇ ସତର୍କ କରିଛି କମିଶନରେଟ୍ ପୋଲିସ୍।

ଆଗକୁ ବାହାଘର ସିଜିନ୍ । ଆଉ ଏତିକି ବେଳେ ଟାଇମ୍ ଦେଖି ମାର୍କେଟରେ ସାଇବର ଲୁଟେରାଙ୍କ ନୂଆ ଖେଳ । ଇ-ୱେଡିଂ କାର୍ଡ ଜରିଆରେ ସାଂଘାତିକ ସ୍କାମ୍ । ଛୁଇଁଦେଲେ ବରବାଦ୍ । ସବୁ ଡାଟା ନେଇ ତଳିତଳାନ୍ତ କରିଦେବ APK ଫାଇଲ୍ । ଏବେ ଆପଣଙ୍କ ପାଖକୁ ହ୍ୱାଟସଆପ ଓ ମେସେଞ୍ଜରରେ ଯଦି ବାହାଘର ନିମନ୍ତ୍ରଣ କାର୍ଡ ଆସେ ତେବେ ସାବଧାନ । APK ଫର୍ମାଟରେ ଆସିଥିବା ସେହି ଫାଇଲକୁ ଡାଉନଲୋଡ୍ କରିବା ପୂର୍ବରୁ ଅନ୍ତତଃ ଟିକେ ଅଟକି ଯାଆନ୍ତୁ । ଆଉ ବୁଝିବାକୁ ଚେଷ୍ଟା କରନ୍ତୁ, କିଏ ପଠାଇଛି।

ଅଧିକ ପଢନ୍ତୁ: Cyber Crime: ଏହି ୬ଟି ଶବ୍ଦ ଟାଇପ୍‌ କଲେ ଆପଣ ହେବେ ସାଇବର ଶିକାର !

Cyber Crime Cyber Fraud Online Fraud Fake Call
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ