Advertisment

Navy Officer Missing: କଥା ଦେଇ କଥା ରଖିଲାନି ପୁଅ; ମା’କୁ ଠକିଦେଲା

ସୌରଭଙ୍କ ଶେଷ ମୋବାଇଲ୍ ଲୋକେସନ୍ ଇଛାପୁରମ୍ ଥିବା ପରିବାର ଲୋକ କହିଛନ୍ତି। ପୁଅକୁ ଖୋଜି ଆଣିବାକୁ ପୁଲିସ ଓ ନୌସେନାକୁ ନିବେଦନ କରିଛନ୍ତି ମା’।

ଅଦ୍ୟତନ ହୋଇଛି
Missing

Missing

Advertisment

ମମି ମୁଁ ଚାକିରିକୁ ଯାଉଛି....। ଚାକିରିରେ ପହଞ୍ଚି ତୋତେ ଫୋନ୍ କରିବି...। ହେଲେ କର୍ମକ୍ଷେତ୍ରରେ ପହଞ୍ଚି ନାହାନ୍ତି ନୌସେନା ଅଧିକାରୀ ସୌରଭ କୁମାର ପାତ୍ର। ତାଙ୍କ ମୋବାଇଲ ଫୋନ୍ ସୁଇଚ୍ ଅଫ୍ ଆସୁଛି। ତାଙ୍କର କୌଣସି ପତ୍ତା ମିଳୁ ନାହିଁ। ତାଙ୍କୁ କେହି ଅପହରଣ କରି ନେଇଥିବା ସନ୍ଦେହ କରି ବ୍ରହ୍ମପୁର ଟାଉନ୍ ଥାନାରେ ଏତଲା ଦେଇଛନ୍ତି ତାଙ୍କ ମାଆ।

Advertisment

ପୁଲିସ ମଧ୍ୟ ମିସିଂ ରିପୋର୍ଟ କରି ତଦନ୍ତ ଆରମ୍ଭ କରିଛି। ସୌରଭଙ୍କ ଶେଷ ମୋବାଇଲ୍ ଲୋକେସନ୍ ଇଛାପୁରମ୍ ଥିବା ପରିବାର ଲୋକେ କହିଛନ୍ତି। ପୁଅକୁ ଖୋଜି ଆଣିବାକୁ ପୁଲିସ ଓ ନୌସେନାକୁ ନିବେଦନ କରିଛନ୍ତି ମା’।

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଗେଟ୍ ବଜାରର ବୃନ୍ଦବତୀ ନଗରରେ ସୌରଭଙ୍କ ଘର। ୨୦୧୯ରୁ ସେ ନୌସେନାରେ ନିଯୁକ୍ତି ପାଇଥିଲେ। କେରଳର କୋଚି INS ଗରୁଡ଼ରେ ସେ ଚାକିରି କରୁଥିଲେ। ୨୦୨୪ ଡିସେମ୍ବର ୨୮ରେ ସେ ଘରକୁ ଛୁଟିରେ ଆସିଥିଲେ। ଜାନୁଆରୀ ୧୯ ତାରିଖରେ ସୌରଭ କୋଚି ଫେରିବାର ଥିଲା।

Advertisment

ଅଧିକ ପଢ଼ନ୍ତୁ: ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା, ଗାଡ଼ି ବାହାରେ ଓହଳି ହୋଇ ଯାଉଛନ୍ତି ଛାତ୍ରୀ

ବ୍ରହ୍ମପୁରରୁ ଟ୍ରେନ୍ ଯୋଗେ ବିଶାଖାପାଟଣା ଯାଇ ସେଠାରୁ କୋଚିକୁ ଫ୍ଲାଇଟ୍ ଟିକଟ ହୋଇଥିଲା। ଭୋର ୩ଟାରେ ଜାନୁଆରୀ ୧୯ରେ ବ୍ରହ୍ମପୁର ରେଳ ଷ୍ଟେସନରେ ସୌରଭଙ୍କୁ ଟ୍ରେନରେ ବସାଇଥିଲେ ପରିବାର ଲୋକେ। ଅପରାହ୍ନରେ ତାଙ୍କର ଫ୍ଲାଇଟ୍ ଥିଲା । ବ୍ରହ୍ମପୁରରୁ ଯିବା ପରେ ତାଙ୍କ ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ ହୋଇଯାଇଥିଲା। ପରିବାର ଲୋକେ ବାରମ୍ବାର ତାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଫୋନ୍ ସୁଇଚ୍ ଅଫ୍ ଆସିଥିଲା।

Advertisment

ଚାରିଆଡ଼େ ଖୋଜାଖୋଜି କରିବା ପରେ ବିଶାଖାପାଟଣା ଏୟାର ପୋର୍ଟରେ ସୌରଭଙ୍କ ଅନୁସନ୍ଧାନ କରିଥିଲେ ପରିବାର ଲୋକେ। କିନ୍ତୁ ସୌରଭ ସେଠାରେ ଚେକ୍ ଇନ୍ କରିନଥିବା ଜଣାପଡିଥିଲା। ପରେ କୋଚି ଆଇଏଏସ୍ ଗରୁଡ଼ ଅଧିକାରୀଙ୍କ ସହ କଥା ହୋଇଥିଲେ ପରିବାର ଲୋକ। ସୌରଭ ସେଠାରେ ବି କାର୍ଯ୍ୟରେ ଯୋଗ ଦେଇନଥିବା ଅଧିକାରୀ ଜଣାଇଥିଲେ।

ପରେ ସୌରଭଙ୍କ ସାଙ୍ଗମାନଙ୍କ ସହ କଥା ହୋଇଥିଲେ ପରିବାର ଲୋକେ, ହେଲେ ତାଙ୍କର କୌଣସି ପତ୍ତା ମିଳିନଥିଲା। ପୁଅର ଖୋଜ ଖବର ନପାଇ ଚିନ୍ତିତ ହୋଇ ପଡ଼ିଥିଲେ ପରିବାର ଲୋକେ। ଶେଷରେ ସୌରଭଙ୍କ ମାଆ ନିତୁ ପାତ୍ର ଟାଉନ୍ ଥାନାରେ ଅଭିଯୋଗ କରିଥିଲେ। ପୁଅର କୌଣସି ପତ୍ତା ମିଳୁ ନଥିବାରୁ ଚିନ୍ତାରେ ଅଛନ୍ତି ପରିବାର ଲୋକେ। ପୁଅକୁ ଖୋଜି ଆଣିବାକୁ ପୁଲିସ ଓ ନୌସେନାକୁ ନିବେଦନ କରିଛନ୍ତି ମା’।

ନିଖୋଜ ସୌରଭଙ୍କ ମା’ କହିଛନ୍ତି, ପୁଅ ଛୁଟିରେ ଆସିଥିଲା, ଘରେ ୧୫ ଦିନ ରହିଥିଲା। ଛୁଟି ସରିବା ପରେ ୧୯ ତାରିଖରେ ପୁଅ ତାର ଚାକିରିକୁ ଯାଇଥିଲା। ପୁଅ ଟ୍ରେନରେ ବସିସାରି ମୋତେ ଫୋନ୍ କରିଥିଲ। ଟ୍ରେନରେ ଭଲରେ ବସିଲି, ସକାଳେ ପହଞ୍ଚିବା ପରେ ତୋତେ ଫୋନ୍ କରିବି। ତା’ପରେ ପୁଅ ଆଉ ଫୋନ୍ କରି ନଥିଲା, ମୁଁ ସକାଳ ସାଢ଼େ ୮ଟା ସମୟରେ ତାକୁ ଫୋନ୍ କରିଥିଲି, ହେଲେ ତାର ଫୋନ୍ ସୁଇଚ ଅଫ୍‌ ଥିଲା।

ଅଧିକ ପଢ଼ନ୍ତୁ: ବଡ଼ ଖୁଲାସା: ୧୫୭ ଜଣ ପୁରୁଷ କରିଛନ୍ତି ସୁଭଦ୍ରା ଆବେଦନ

Odisha Police Ganjam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ