ନବ ଦାସ ହତ୍ୟା ମାମଲା, ଦାଖଲ ହେଲା ଚାର୍ଜସିଟ୍

ନବ ଦାସ ହତ୍ୟା ମାମଲାରେ ଦାଖଲ ହେଲା ଚାର୍ଜସିଟ୍ । ଗତ ଜାନୁଆରୀ ୨୯ ତାରିଖରେ ନବ ଦାସଙ୍କୁ ହତ୍ୟା କରାଯାଇଥିବା ବେଳେ ଆସନ୍ତା ୨୯ରେ ହତ୍ୟାକୁ ପୁରିବ ୪ ମାସ ।

Nab Das murder case

News Summary

ଦାଖଲ ହେଲା ଚାର୍ଜସିଟ୍

ଶେଷରେ ଦାଖଲ ହୋଇଛି ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଚାର୍ଜସିଟ୍ । କ୍ରାଇମବ୍ରାଞ୍ଚ ଟିମ୍ ଝାରସୁଗୁଡ଼ା କୋର୍ଟକୁ ଯାଇ ପୁରା ଘଟଣାର ଚାର୍ଜସିଟ ଦାଖଲ କରିଛିା ଆସନ୍ତା ୨୯ରେ ଏହି ମାମଲାକୁ ୧୨୦ ଦିନ ଅର୍ଥାତ ୪ ମାସ ପୁରିଥାନ୍ତା ।

ସୂଚନା ଅନୁସାରେ ଗତ ଜାନୁଆରୀ ୨୯ ତାରିଖରେ ନବ ଦାସଙ୍କୁ ହତ୍ୟା କରାଯାଇଥିଲା । ଆସନ୍ତା ୨୯ରେ ହତ୍ୟାକୁ ପୁରିବ ୪ ମାସ । ତେବେ ନବ ଦାସ ହତ୍ୟାକାଣ୍ଡକୁ ନେଇ ଚାର୍ଜସିଟରେ କି ତଥ୍ୟ ଉଲ୍ଲେଖ କରିପାରେ କ୍ରାଇମବ୍ରାଞ୍ଚ ? ତାକୁ ନେଇ ଏବେ ନାନା ପ୍ରଶ୍ନ ଉଠୁଛି।

ନବ ହତ୍ୟାକାଣ୍ଡରେ ଏକା ଗୋପାଳ ନା ଆଉ କିଏ ମାଷ୍ଟରମାଇଣ୍ଡ ସଂପୃକ୍ତ ? ବିରୋଧୀଙ୍କ ଅଭିଯୋଗ ଯଦି ସତ ଥାଏ, ତେବେ ଷଡ଼ଯନ୍ତ୍ରରେ ସାମିଲ ଥିବା ଲୋକଙ୍କ ନାଁ ଚାର୍ଜସିଟରେ ଦର୍ଶାଇବ କି କ୍ରାଇମବ୍ରାଞ୍ଚ ?ତେବେ ହତ୍ୟାର କାରଣ ରାଜନୈତିକ, ବ୍ୟାବସାୟିକ ନା ବ୍ୟକ୍ତିଗତ ଶତ୍ରତା ?

ଗୋପାଳର ମାନସିକ ସ୍ଥିତି ସଂପର୍କରେ କି ତଥ୍ୟ ପାଇଛି ତଦନ୍ତକାରୀ ସଂସ୍ଥା ? ଗୋପାଳର ହାତଲେଖାରୁ କିଛି ପ୍ରମାଣ ପାଇଛି କି କ୍ରାଇମବ୍ରାଞ୍ଚ ? ପାଇଖାନାରୁ ମିଳିଥିବା କାଗଜ ଟୁକୁଡ଼ାରୁ କ’ଣ ମିଳିଥିଲା ? ପାଇଖାନା ଓ ହାତଲେଖା ନୋଟ୍ ଥିଓରୀ ରହିବ କି ଚାର୍ଜସିଟରେ ? ନାଲିସ୍ୟାହିରେ କ’ଣ ଲେଖି ଚିରି ଫୋପାଡ଼ିଥିଲା ଗୋପାଳ ?...

ତେବେ ଗତ ଜାନୁଆରି ୨୯ ତାରିଖରେ ବ୍ରଜରାଜନଗର ଗାନ୍ଧି ଛକରେ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ସର୍ବସମ୍ମୁଖରେ ଏଏସଆଇ ଗୋପାଳ ଦାସ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ ।