Advertisment

କେମିତି ହୁଏ ନାର୍କୋ ଟେଷ୍ଟ ?

ହତ୍ୟା ପଛର ମୋଟିଭ୍ ବି ରହସ୍ୟ ହୋଇରହିଛି।

ଅଦ୍ୟତନ ହୋଇଛି
undefined

Naba Das Assassination

Advertisment

ମନ୍ତ୍ରୀ ନବ ଦାସଙ୍କୁ କାହିଁକି ମାରିଲା ଗୋପାଳକୃଷ୍ଣ ଦାସ ? ହତ୍ୟାକାଣ୍ଡ ପାଇଁ କିଏ ସୁପାରୀ ଦେଇଥିଲେ କି ? ହତ୍ୟା ପୂର୍ବରୁ କାହା ସହ ଆଲୋଚନା କରିଥିଲା ଗୋପାଳ ? ଏମିତି କେଉଁ ଘଟଣା ବିବ୍ରତ କଲା ଯେ, ହତ୍ୟା ଯାଏଁ କଥା ଗଲା ? କାହା ପ୍ରରୋଚନାରେ ଗୋପାଳ ଘଟାଇଲା ହତ୍ୟାକାଣ୍ଡ ? ଗୁଜରାଟର ଗାନ୍ଧୀନଗର ସ୍ଥିତ ଫରେନ୍ସିକ ସାଇନ୍ସ ନିର୍ଦ୍ଦେଶାଳୟ ବା DFSLରେ ହେବାକୁ ଥିବା ନାର୍କୋଟେଷ୍ଟରେ ଏଭଳି ସମ୍ଭାବ୍ୟ ପ୍ରଶ୍ନର ଉତ୍ତର ଦେବ ନବ ଦାସ ହତ୍ୟାକାଣ୍ଡର ସନ୍ଦିଗ୍ଧ ହତ୍ୟାକାରୀ ଗୋପାଳକୃଷ୍ଣ ଦାସ।

Advertisment

ତୃତୀୟ ତଥା ଶେଷ ପର୍ଯ୍ୟାୟ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଥିବା ସନ୍ଦିଗ୍ଧ ଗୋପାଳର ଆଜି ପଲିଗ୍ରାଫ୍ ଟେଷ୍ଟ ହୋଇଛି। କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ଯାଇଥିବା ୮ ଜଣିଆ ଟିମ୍ ଗୋପାଳର ଆଜି ପଲିଗ୍ରାଫ୍ ଟେଷ୍ଟ କରାଇଛନ୍ତି। ଏହାପରେ ହେବ ନାର୍କୋ ଟେଷ୍ଟ। ହତ୍ୟାର ମୋଟିଭ୍ ଜାଣିବା ପାଇଁ ଏହି ଟେଷ୍ଟ କରାଇବ କ୍ରାଇମବ୍ରାଞ୍ଚ ଟିମ୍।

ଅଧିକ ପଢ଼ନ୍ତୁ: କ’ଣ ଏହି ନାର୍କୋ ଟେଷ୍ଟ୍; କିପରି ଧରାପଡ଼େ ସତ ?

ବିଶେଷଜ୍ଞଙ୍କ କହିବା କଥା, ଅଭିଯୁକ୍ତର ଶରୀରରେ ପ୍ରୟୋଗ କରାଯାଇଥାଏ ଇଣ୍ଟ୍ରାଭେନସ ନାର୍କୋଟିକ୍ ଡ୍ରଗ୍ସ। ଯାହାକୁ କୁହାଯାଏ, ସୋଡିୟମ ପେଣ୍ଟୋଥାଲ୍ ତଥା ଟ୍ରୁଥ୍ ସେରମ୍। ଏହି ଡ୍ରଗ୍ସ ଦେବା ପରେ ଅଭିଯୁକ୍ତ ଚେତନରୁ ଅବଚେତନ ଅବସ୍ଥାକୁ ଆସିଥାନ୍ତି ଏବଂ ଘଟଣା ସଂପର୍କରେ ପଚରାଯାଉଥିବା ପ୍ରଶ୍ନ ଗୁଡ଼ିକର ସତ ସତ ଉତ୍ତର ଦେଇଥାନ୍ତି। ଅର୍ଥାତ ଏହି ଡ୍ରଗ୍ସର ପ୍ରଭାବରେ ଅଭିଯୁକ୍ତ ପାଖରେ କୌଣସି ବିଚାର କିମ୍ବା ପରିଣାମ ସଂପର୍କରେ ଭାବିବାର ଶକ୍ତି ନଥାଏ।

Advertisment

ଆରମ୍ଭରୁ ଏଯାଏଁ ନବ ଦାସ ହତ୍ୟା ମାମଲାରେ ଗୋପାଳ ପାଖରେ ତଦନ୍ତ ଆରମ୍ଭ ହୋଇ ଗୋପାଳ ପାଖରେ ଶେଷ ହେବାକୁ ଯାଉଛି। ହତ୍ୟା ପଛର ମୋଟିଭ୍ ବି ରହସ୍ୟ ହୋଇରହିଛି। ଏଭଳି ସ୍ଥିତିରେ କ୍ରାଇମବ୍ରାଞ୍ଚ ରାଜନୈତିକ, ବ୍ୟାବସାୟିକ ଏବଂ ଟପ ଲେଭେଲ୍ ଷଡ଼ଯନ୍ତ୍ର ଅଭିଯୋଗ ଦିଗକୁ କ୍ରାଇମବ୍ରାଞ୍ଚ ତଦନ୍ତ ପରିସରଭୁକ୍ତ କରିଛି କି ନାହିଁ, ସେନେଇ ଅସ୍ପଷ୍ଟ ଥିବାରୁ ଆଗକୁ ମାମଲା ପଛରେ ଥିବା ଅନେକ ଅସମାହିତ ପ୍ରଶ୍ନ ଲୁଚିଯିବନି ତ ?

ସେପଟେ ମାମଲା ସିବିଆଇ ତଦନ୍ତ ପାଇଁ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଦାୟର ମାମଲାକୁ ଖାରଜ କରିଦେଇଛନ୍ତି ହାଇକୋର୍ଟ। TOO EARLYବୋଲି ମନ୍ତବ୍ୟ ଦେବା ସହ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଏଭଳି ସ୍ଥିତିରେ ଗୋପାଳ ଏବେ ତୃତୀୟ ପର୍ଯ୍ୟାୟ ରିମାଣ୍ଡରେ ଥିବାରୁ କ୍ରାଇମବ୍ରାଞ୍ଚ ପାଇଁ ଏବେ ଶେଷ ଅସ୍ତ୍ର ପାଲଟିଛି ନାର୍କୋ ସହ ପଲିଗ୍ରାଫ ଟେଷ୍ଟ। ଏହି ଟେଷ୍ଟ ପରେ କ୍ରାଇମବ୍ରାଞ୍ଚ କେତେ ସତ ସାମ୍ନାକୁ ଆଣୁଛି, ତାକୁ ଏବେ ଅପେକ୍ଷା।

Advertisment
Naba Das Narco Test
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ