Advertisment

ରାଇମୋହନଙ୍କ ପ୍ରେମ କାହାଣୀକୁ ନେଇ ସାମ୍ନାକୁ ଆସିଲା ରୋଚକ ତଥ୍ୟ !

ଆତ୍ମହତ୍ୟାର କାରଣ ଖୋଜା ଭିତରେ ଆସିଛି ତାଙ୍କ ପାରିପାରିକ ଜୀବନର କିଛି ଗହନ କଥା।

author-image
Chandan Shishu
ଅଦ୍ୟତନ ହୋଇଛି
Raimohan Parida Suicide Suspense

Raimohan Parida Suicide Suspense

ସାଥୀ କଳାକାର ହୁଅନ୍ତୁ, ଫ୍ୟାନ୍, କିମ୍ବା ପାଖପଡିଶା, ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା- ଅଭିନେତା ରାଇମୋହନ ଥିଲେ ଖିବ୍ ମିଳାପି, ଦୃଢ଼ ମନା ଓ ହସଖୁସିଆ ମିଜାଜ୍‌ର ଲୋକ। ତେବେ କଣ ପାଇଁ ପରିଣତ ବୟସରେ ତାଙ୍କଠାରେ ଆସିଲା ଏଭଳି ପରିବର୍ତ୍ତନ?  କାହିଁକି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଲେ ରାଇ ? କଣ ଥିଲା ତାଙ୍କର ଦୁଖ, କେଉଁ ଘଟଣା ତାଙ୍କ ହୃଦୟକୁ ଆନ୍ଦୋଳିତ କରୁଥିଲା ? ଯେଉଁଥି ଲାଗି ନିଜ ଜୀବନକୁ ନିଜ ହାତରେ ଶେଷ କରିଦେଲେ ଅଭିନେତା ରାଇମୋହନଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଏବେ ରାଜ୍ୟବ୍ୟାପୀ ଜୋରଦାର ଚର୍ଚ୍ଚା।

Advertisment

କାହିଁକି ଆତ୍ମହତ୍ୟା  କଲେ ଅଭିନେତା  ରାଇମୋହନ? ଏହାକୁ  ନେଇ ଅନେକ ଅସମାହିତ ପ୍ରଶ କେଉଁ ଚାପରେ ଥିଲେ ରାଇ ? ଥିଲା କି କିଛି ପାରିବାରିକ ଅଶାନ୍ତି? ନା ରହିଥିଲା  କିଛି ଆର୍ଥିକ ସମସ୍ୟା? ତେବେ ମୃତ୍ୟୁକୁ ୨୪ ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲେ ବି ମିଳିପାରି ପାରିନାହିଁ କୌଣସି ସ୍ପଷ୍ଟ ଉତ୍ତର। ତେବେ ଆତ୍ମହତ୍ୟାର କାରଣ ଖୋଜିବାକୁ ଉଦ୍ୟମ କରୁଛି କମିଶନରେଟ୍ ପୋଲିସ। ଆଜି ଏକ ୪ ଜଣିଆ ଟିମ୍ ରାଇମୋହନଙ୍କ ଘରେ ପହଞ୍ଚି ତାଙ୍କ ପତ୍ନୀ, ଦୁଇ ଝିଅ, ଜ୍ୱାଇଁ ଓ ପୁତୁରାଙ୍କୁ ପଚରାଉଚରା କରିଛନ୍ତି।

ଏପଟେ ସହ କଳାକାର ହୁଅନ୍ତୁ କି ଫ୍ୟାନ ଅବା ତାଙ୍କୁ ଜାଣିଥିବା ପାଖ ପଡିଶା ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା ଖୁସ୍ ମିଜାଜ୍ ଓ ଦୃଢ ମନା ବ୍ୟକ୍ତି ଥିଲେ ରାଇ। ତେଣୁ ସେ ଆତ୍ମହତ୍ୟା କରିବା  ବିଶ୍ୱାସ କରିହେଉନି। ତେବେ ଦୀର୍ଘ ହେଲା ତାଙ୍କ ପରିବାରରେ ଅଶାନ୍ତି  ଲାଗି ରହିଥିବା ପଡୋଶୀ ଓ ସଂପର୍କୀୟମାନେ ସୂଚନା ଦେଇଛନ୍ତି। ତେବେ କଣ ସେଇ ଅଶାନ୍ତି ଯାହାକୁ ନେଇ ସେ ଏଭଳି ଚରମ ନିଷ୍ପତ୍ତି ନେଲେ ସେସଂପର୍କରେ କେହି ବି ସ୍ପଷ୍ଟ କରିନାହାନ୍ତି।

Advertisment

ଆତ୍ମହତ୍ୟାର କାରଣ ଖୋଜା ଭିତରେ ଆସିଛି ତାଙ୍କ ପାରିପାରିକ ଜୀବନର କିଛି ଗହନ କଥା। ସଂଗୀତ ମହାବିଦ୍ୟାଳୟର ଛାତ୍ର ଥିବା ବେଳେ ତାଙ୍କ ପ୍ରେମ କାହାଣୀ ଓ ବିବାହ ପ୍ରସଙ୍ଗକୁ ଉଜାଗର ହୋଇଛି ଅନେକ ରୋଚକ ତଥ୍ୟ। ୧୯୯୨ରେ ଭୁବନେଶ୍ୱର ଆମ୍ଫୋଇରେ ପ୍ରେମିକା ରଂଜିତାଙ୍କ ବିବାହ କରିଥିଲେ ରାଇ। ରାଇମୋହନ ଲେଖିଥିବା କିଛି  ହାତଲେଖା ଚିଠି ବି ସାମ୍ନା ଆସିଛି। ତାଙ୍କ ସହପାଠୀଙ୍କ କହିବା ମୁତାବକ ରାଇ ତାଙ୍କ ବ୍ୟକ୍ତିଗତ ଜୀବନକୁ ସବୁବେଳେ ଗୋପନ ରଖୁଥିଲେ। ମନର ବ୍ୟଥା ଓ ବେଦନା କାହାରି ଆଗରେ ପ୍ରକାଶ ନକରି ବିଷାଦଗ୍ରସ୍ତ ହେବା କାରଣରୁ ଶେଷ ରାସ୍ତା ବାଛି ନେଲେ କି ରାଇ, ତାକୁ ନେଇ ବି ଉଠିଛି ପ୍ରଶ୍ନ।

ରାଇମୋହନଙ୍କ ଆତ୍ମହତ୍ୟା ନେଇ ତାଙ୍କ ପତ୍ନୀ ଓ ଦୁଇ ଝିଅ ଏଯାଏଁ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ସେମାନେ ମୁହିଁ ଖୋଲିବା ପରେ ହୁଏତ ସ୍ପଷ୍ଟ ହୋଇପାରେ କଣ ପାଇଁ ଏତେ ବଡ଼ ପଦକ୍ଷେପ ନେଲେ ରାଇମୋହନ। 

ରିପୋର୍ଟ: ଅର୍ଚ୍ଚନା ଶତପଥୀ ଏବଂ ଆଲୋକ ମହାନ୍ତି

Raimohan Parida No More RIP Raimohan Parida
Advertisment
Advertisment