/odishatv-khabar/media/post_attachments/uploadimage/library/16_9/16_9_0/acf_death__1626834140.jpg)
acf death
ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଂଜନଙ୍କ ମୃତ୍ୟୁ ଘଟଣାକୁ ୮ ଦିନରୁ ଅଧିକ ସମୟ ବିତିଲାଣି ତଥାପି ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିନି । ପୋଲିସ ତଦନ୍ତକୁ ଜୋରଦାର କରିଥିବା ବେଳେ ମାମଲାର ଗମ୍ଭୀରତାକୁ ଦେଖି ପୋଲିସକୁ ସହଯୋଗ ପାଇଁ ପାରଳାଖେମୁଣ୍ଡିରେ ପହଁଚିଛି କ୍ରାଇମବ୍ରାଞ୍ଚର ଏକ ଟିମ୍ । ସେପଟେ ପାରଳାଖେମୁଣ୍ଡିର ସ୍ୱତନ୍ତ୍ର ପୋଲିସ ଟିମ୍ ବାଲେଶ୍ୱରର ଖଇରା ଏବଂ ମୟୂରଭଂଜର ଉଦଳା ଯାଇ ପୃଥକ୍ ପୃଥକ ଭାବେ ସୌମ୍ୟ ଏବଂ ପତ୍ନୀ ବିଦ୍ୟାଙ୍କ ପରିବାରକୁ ଜେରା କରିଛି ।
ସୌମ୍ୟଙ୍କ ମୃତ୍ୟୁର ସତ ସାମ୍ନାକୁ ଆସିପାରିନଥିବା ବେଳେ ଗୋଟେ ପରେ ଗୋଟେ ନୂଆ ମୋଡ ରହସ୍ୟକୁ ଆହୁରି ଘନୀଭୂତ କରାଉଛି । ସୌମ୍ୟଙ୍କ ପରିବାର ଓ ପତ୍ନୀ ବିଦ୍ୟାଭାରତୀଙ୍କ ବୟାନବାଜି ଭିତରେ ଟ୍ୱିଷ୍ଟ ପରେ ଟ୍ୱିଷ୍ଟ ଆଣିଛି । ଏହି ହାଇପ୍ରୋଫାଇଲ୍ ମାମଲାରେ ଅନ୍ୟ ଝିଅ ସହ ସୌମ୍ୟଙ୍କ ପରକୀୟା ସମ୍ପର୍କ କଥା ସାମ୍ନାକୁ ଆଣିଛନ୍ତି ପତ୍ନୀ ବିଦ୍ୟା । ସ୍ୱାମୀଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ ବୋଲି କହିଥିବା ବିଦ୍ୟା, ମୃତ୍ୟୁର ସପ୍ତାହେ ପରେ ସ୍ୱାମୀଙ୍କ ପରକୀୟା ପ୍ରୀତି କଥା ଆଣିଛନ୍ତି ମିଡିଆ ସାମ୍ନାକୁ । ଅନ୍ୟ ଜଣେ ଝିଅକୁ ମୋବାଇଲ୍ରେ ସୌମ୍ୟ ଲେଖିଥିଲେ ଆଇ ଲଭ୍ ୟୁ ବୋଲି କହିଛନ୍ତି । ଇୟରଫୋନ୍ ଲଗାଇ କଥା ହେଉଥିଲେ, ଆଉ ସେପଟୁ ଶୁଭୁଥିଲା ଜଣେ ଝିଅର ସ୍ୱର । ବିବାହର ୩ ମାସ ପରେ ଏକଥା ଧରାପଡ଼ିବାରୁ ମୋବାଇଲ୍ ପାସୱାର୍ଡ ବଦଳାଇବା ସହ ସୌମ୍ୟ ହ୍ୱାଟ୍ସଆପ୍ ଏବଂ କଣ୍ଟ୍ରାକ୍ଟ ଲିଷ୍ଟ ଡିଲିଟ୍ କରିଦେଇଥିଲେ ବୋଲି କହିଛନ୍ତି ବିଦ୍ୟା ।
Also Read
ସେପଟେ ବୋହୂ ନିଜେ ଖସିଯିବା ପାଇଁ ଚାଲ ଖେଳୁଛି ବୋଲି ସୌମ୍ୟଙ୍କ ମାଆ ଅଭିଯୋଗ କରିଛନ୍ତି । ପୁଅର ଅନ୍ୟ କେଉଁ ଝିଅ ସହ ସମ୍ପର୍କ ଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଛ । ପୁଅର ପରକୀୟା ସମ୍ପର୍କ ବିଷୟରେ ବୋହୂକୁ ଯଦି ଜଣାଥିଲା, ତେବେ ସେ ଆଜି ପର୍ଯ୍ୟନ୍ତ କାହିଁକି କହିନଥିଲା ବୋଲି ପାଲଟା ପ୍ରଶ୍ନ କରିଛନ୍ତି । ସୌମ୍ୟର ଝିଅ ସାଙ୍ଗମାନେ ତାକୁ ଫୋନ କରନ୍ତି ଓ ରାକ୍ଷୀ ମଧ୍ୟ ବାନ୍ଧନ୍ତି । ସେମିତି କୌଣସି ଝିଅ ସହ ସମ୍ପର୍କ ଥିବା କଥା ଆଜିସୁଦ୍ଧା ଆମେ ଜାଣିନାହୁଁ । ଷଡ଼ଯନ୍ତ୍ର ରଚିବା ପରେ ଖସିଯିବା ପାଇଁ ବୋହୂ ଚାଲ୍ ଖେଳୁଥିବା ସେ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)