Advertisment

Hansita Abhilipsa: ‘ସ୍ବାମୀଙ୍କ ଦେହ ଖରାପ, ତାଙ୍କ ଦେଖାଶୁଣା କରିବି...ମୋତେ ଜାମିନ ଦିଆଯାଉ...’

ଅନ୍ତରୀଣ ଜାମିନ ପାଇଁ କୋର୍ଟରେ ଆବେଦନ କରିଛନ୍ତି ହସିଂତା ଅଭିଲିପ୍ସା । ଆବେଦନରେ ହସିଂତା ତାଙ୍କ ସ୍ବାମୀ ସରୋଜ ସାହୁ ବୋଲି ଦର୍ଶାଇଥିବା ସୂଚନା ମିଳିଛି ।

ଅଦ୍ୟତନ ହୋଇଛି
 My Husband is Unwell Will Look After Him: Hansita Abhilipsa

Hansita Abhilipsa

Advertisment

ସ୍ବାମୀଙ୍କ ଦେହ ଖରାପ, ତାଙ୍କ ଦେଖାଶୁଣା କରିବି । ମୋତେ ଜାମିନ ଦିଆଯାଉ । ଅନ୍ତରୀଣ ଜାମିନ ପାଇଁ ଏଭଳି ଯୁକ୍ତି ରଖି କୋର୍ଟରେଆବେଦନ କରିଛନ୍ତି ହସିଂତା ଅଭିଲିପ୍ସା । ଆବେଦନରେ ହସିଂତା ତାଙ୍କ ସ୍ବାମୀ ସରୋଜ ସାହୁ ବୋଲି ଦର୍ଶାଇଥିବା ସୂଚନା ମିଳିଛି ।ଭୁବନେଶ୍ବର ଅତିରିକ୍ତ ଜିଲ୍ଲା ଦୌରାଜଜ ୨ କୋର୍ଟରେ ଏଭଳି ଆବେଦନ କରିଛନ୍ତି ହଂସିତାଙ୍କ ଓକିଲ ।

Advertisment

ତେବେ ଜାମିନକୁ ବିରୋଧ କରି ସରକାରୀ ଓକିଲ କୋର୍ଟରେ ଆବେଦନ ଫାଇଲ କରିଛନ୍ତି । ଏଥିରେ ଦର୍ଶାଯାଇଛି ଯେ ତଥ୍ୟ ଅନୁଯାୟୀ ହଂସିତାଙ୍କ ସ୍ବାମୀ ଅନୀଲ ମହାନ୍ତି । ସେ ଏବେ ଜେଲରେ ଅଛନ୍ତି। ତେଣୁ ହଂସିତାଙ୍କ ସ୍ବାମୀ କିଏ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି । ପୋଲିସ ରେକର୍ଡରେ ହସିଂତାଙ୍କ ସ୍ବାମୀ ଅନୀଲ ମହାନ୍ତି ବୋଲି ଉଲ୍ଲେଖ ଅଛି । ଏହାସହ ଏହି ଡକ୍ୟୁମେଣ୍ଟରେ ହସିଂତାଙ୍କ ଦସ୍ତଖତ ମଧ୍ୟ ରହିଛି । ଏଭଳି ସ୍ଥଳରେ ହସିଂତାଙ୍କ ସ୍ବାମୀ ଅନୀଲ ନା ସରୋଜ ସାହୁ ତାକୁ ନେଇ ଉଠିଛି ପ୍ରଶ୍ନ । 

ଅଧିକ ପଢ଼ନ୍ତୁ: ଚୋରି କଲେ ମା; ଜେଲରେ ବନ୍ଧା ପଡ଼ିଲା ଶୈଶବ

ଏପଟେ ଠକ ହଂସିତାଙ୍କ ଆଉ ଜଣେ ସ୍ବାମୀଙ୍କ ସନ୍ଧାନ ମିଳିଛି, ଫିଟୁଛି କଳା ସାମ୍ରାଜ୍ୟର ଗୁମର। ନିଇତି ଚିହ୍ନଟ ହେଉଛନ୍ତି ଚାର୍ ସୋ ବିସ୍ ହଂସିତା ଓରଫ୍ ବିଷ୍ଣୁପ୍ରିୟା ଚାନ୍ଦଙ୍କ ନୂଆ ନୂଆ ସ୍ବାମୀ। ଏ ସଂଖ୍ୟା ଏବେ ୪ରେ ପହଁଚିଲାଣି। ୨୦୧୬ରେ ଜଣେ ବିଲଡରଙ୍କ ପତ୍ନୀ ପରିଚୟ ଦେଇ ରାଜଧାନୀରେ ଜାଗା ମାଡି ବସିବାକୁ କରିଥିଲେ ଉଦ୍ୟମ। ଏପରିକି ଗୁଣ୍ଡା ଲଗାଇ ଭାଙ୍ଗି ଦେଇଥିଲେ ଘର। ସଂପୃକ୍ତ ବିଲଡରଙ୍କୁ ଡାକି ଜେରା କରିଥିଲା ଆୟକର ବିଭାଗ। ସେପଟେ ଠକ ଯୋଡି ହଂସିତା-ଅନିଲଙ୍କ କାରନାମାର ଚିଠା ଖୋଲିଛନ୍ତି ତାଙ୍କ ଅଫିସରେ କାମ କରୁଥିବା ଜଣେ ପୂର୍ବତନ କର୍ମଚାରୀ ଏବଂ ଜଣେ ଠିକାଦାର।

Advertisment

ସରୋଜ ସାହୁ, ମନୋଜ ଆଚାର୍ଯ୍ୟ ଓ ଅନିଲ ମହାନ୍ତିଙ୍କ ପରେ ଜ୍ଞାନରଞ୍ଜନ ନାୟକ ଚାର୍ ସୋ ବିସ୍ ହଂସିତା ଅଭିଲିପ୍ସା ଓରଫ ବିଷ୍ଣୁପ୍ରିୟା ଚାନ୍ଦଙ୍କ ସ୍ବାମୀ ତାଲିକାରେ ଯୋଡି ହୋଇଛି ଆଉ ଜଣଙ୍କ ନାଁ। ମିଳିଥିଲା ଆଉ ଜଣେ ସ୍ବାମୀଙ୍କ ସନ୍ଧାନ। ୨୦୧୬ରେ ନିଜକୁ ବିଲଡର ଜ୍ଞାନ ରଞ୍ଜନ ନାୟକଙ୍କ ପତ୍ନୀ କହି ଜାହିର କରିଥିଲେ ପତିଆରା। ଦଳିତଙ୍କ ଜମି ଅକ୍ତିଆର କରିବାକୁ ଦେଇଥିଲେ ଧମକ, ପକାଇଥିଲେ ଚାପ। ଖୋଲିଛି ହଂସିତାଙ୍କ ପୁରୁଣା ଅପରାଧର ଫାଇଲ୍।

ଭୁବନେଶ୍ବର ବଡଗଡ ଥାନା ବ୍ରହ୍ମେଶ୍ବର ପାଟଣା ଭୋଇସାହିର ସୁବାସିନୀ ପାତ୍ର ଓ ଦୀନବନ୍ଧୁ ମଲ୍ଲିକ ହଂସିତାଙ୍କ ସେଦିନର କାରନାମାକୁ ଆଜିଯାଏ ଭୁଲି ପାରୁନାହାନ୍ତି। ସୁବାସିନୀ ଅଭିଯୋଗ କରିଛନ୍ତି, ତାଙ୍କ ପରିବାର ରହୁଥିବା ଜମିକୁ ଅକ୍ତିଆର କରିବା ପାଇଁ ରାତି ଅଧରେ ଗୁଣ୍ଡା ଧରି ଆସିଥିଲେ ହଂସିତା ଓରଫ ବିଷ୍ଣୁପ୍ରିୟା। ନିଜକୁ ବିଲ୍ଡର ଜ୍ଞାନରଂଜନ ନାୟକଙ୍କ ପତ୍ନୀ ପରିଚୟ ଦେଇ ତୁରନ୍ତ ଖାଲି କରିବାକୁ ଦେଇଥିଲେ ଧମକ। ରାଜି ନହେବାରୁ ରାତି ଅଧରେ ଜେସିବି ଲଗାଇ ଭାଙ୍ଗି ଦେଇଥିଲେ ଘର। ଦବଦବା ଏତେ ଥିଲା ଯେ ପୋଲିସ ମଧ୍ୟ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପଛଘୁଂଚା ଦେଇଥିଲା। ଯାହା ବିରୋଧରେ ଦଳିତ ମହାସଂଘ ପକ୍ଷରୁ ଲୋୟର ପିଏମଜିରେ ଧାରଣା ଦେଇଥିଲେ ଶତାଧିକ ମହିଳା।

Advertisment

ଅଧିକ ପଢ଼ନ୍ତୁ:  ‘ବିଳମ୍ବରେ ହେଲେ ବି ନବ ଦାସଙ୍କ ପରିବାରର ଜ୍ଞାନ ଉଦୟ ହୋଇଛି’ 

Odisha News Crime News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ