/odishatv-khabar/media/post_attachments/uploadimage/library/16_9/16_9_0/woman-killed_1625323518.jpg)
Ex-Sarpanch Deadbody Recovered
ବ୍ରହ୍ମପୁର: ରାସ୍ତାକଡ଼ରୁ ଜଣେ ପୂର୍ବତନ ସରପଞ୍ଚଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି। ଅନନ୍ତାଇର ପୂର୍ବତନ ସରପଞ୍ଚ ପ୍ରଦୀପ ବିଶୋୟୀଙ୍କ ମୃତଦେହ ରାସ୍ତାକଡ଼ରୁ ପୋଲିସ୍ ଉଦ୍ଧାର କରିଛି। ଘଟଣା ଜଣାପଡ଼ିବା ପରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ଚାଞ୍ଚଲ୍ୟ ଖେଳି ଯାଇଛି।
Advertisment
ସୂଚନା ଅନୁସାରେ, ଆଜି ସକାଳୁ ବଡ଼ବଜାର ଥାନା ବାଉରୀସୁକୁନ୍ଦା ପାଣି ଫ୍ୟାକ୍ଟ୍ରି ନିକଟ ରାସ୍ତାକଡ଼ରୁ ପ୍ରଦୀପ ବିଶୋୟୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତଦେହ ନିକଟରେ ଏକ ଖଣ୍ଡା ପଡ଼ିଥିବା ଦେଖିବାକୁ ମିଳିଛି। ତେଣୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।
Also Read
Advertisment
କିଛିଦିନ ପୂର୍ବେ ପ୍ରଦୀପ ଜେଲ୍ରୁ ପାରୋଲରେ ଆସିଥିଲେ। ପୂର୍ବରୁ ଏକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସେ ଜେଲ୍ରେ ଥିଲେ। ତେବେ କେମିତି ତାଙ୍କର ମୃତ୍ୟୁ ହେଲା ? ଯଦି ତାଙ୍କୁ ହତ୍ୟା କରାଯାଇଛି, ତେବେ କିଏ ଓ କାହିଁକି ତାଙ୍କୁ ହତ୍ୟା କଲା ? ଏନେଇ ପୋଲିସ ଏବେ ଛାନ୍ଭିନ୍ ଆରମ୍ଭ କରିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)