Advertisment

ଅନ୍ଧବିଶ୍ୱାସର ପରିଣତି ଏତେ ଭୟଙ୍କର ! ଗାଁ ପୂରା ଖାଁ ଖାଁ

ଦି ଦିନ ତଳେ ଜଣେ ଯୁବତୀଙ୍କ ଦେହକୁ ପ୍ରେତ ଲାଗିଥିଲା ଏବଂ ସେ ଗାଁର ଯୁଧିଷ୍ଠିରଙ୍କ ସମେତ ୪ ଜଣ ଗୁଣି କରୁଥିବା କହିଥିଲା।

ଅଦ୍ୟତନ ହୋଇଛି
murder on suspicion of witchcraft in ganjam

murder on suspicion of witchcraft in ganjam

Advertisment

ଅନ୍ଧବିଶ୍ୱାସର ପରିଣତି କେତେ ଭୟଙ୍କର ହୋଇପାରେ ତାର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି ଗଂଜାମ କବିସୂର୍ଯ୍ୟନଗରରେ। ଏଥର ଶୀକାର ହୋଇଛନ୍ତି ଜଣେ ମହିଳା। ଗୁଣି ଗାରେଡି ସନ୍ଦେହରେ ଉତ୍ତ୍ୟକ୍ତ ଗ୍ରାମବାସୀ ସଂପୃକ୍ତ ମହିଳାଙ୍କୁ ପିଟି ପିଟି ହତ୍ୟା କରିଛନ୍ତି। ସୀମା ଟପିଲା ବର୍ବରତା। ମହିଳାଙ୍କୁ ପିଟି ପିଟି ମାରିଦେଲେ। ଗୁଣି ସନ୍ଦେହରେ ଗଂଜାମ କବିସୂର୍ଯ୍ୟନଗର ମଧୁରଝୋଳରେ ଘଟିଛି ଏହି ଜଘନ୍ୟକାଣ୍ଡ।

Advertisment

ଅଧିକ ପଢ଼ନ୍ତୁ: ଡାକ୍ତର ଭଲ କରିପାରିଲେନି ବୋଲି ଲୋକେ ଗୁଣିଆ ପାଖକୁ ଗଲେ, ଦେଖନ୍ତୁ କେମିତି ଚାଲିଛି ଚିକିତ୍ସା..

ଜଣେ ମହିଳାଙ୍କୁ ଉତ୍ତ୍ୟକ୍ତ ଗ୍ରାମବାସୀ ପିଟି ପିଟି ମାରିଦେଇଛନ୍ତି। ମୃତକ ହେଲେ ୫୫ ବର୍ଷିୟ ଝୁନୁ ନାହକ। ବୁଧବାର, ରାତି ପ୍ରାୟ ୧୦ଟା। ଅଭିଯୋଗ ଅନୁସାରେ, ଗାଁର ଯୁଧିଷ୍ଠିର ନାହକଙ୍କ ଘରେ ଧସେଇ ପଶିଥିଲେ ଶତାଧିକ ଗ୍ରାମବାସୀ। ଯିଏ ହାବୁଡରେ ପଡିଲା ନିସ୍ତୁକ ମାଡ ମାରିଥିଲେ। ଯୁଧିଷ୍ଠିର ଓ ଦୁଇ ପୁଅ ଭୟରେ ଦୌଡି ବିଲ ଭିତରେ ଲୁଚି ଯାଇଥିଲେ। ଘରେ ଏକା ରହିଯାଇଥିଲେ ଯୁଧିଷ୍ଠିରଙ୍କ ପତ୍ନୀ ଝୁନୁ ନାହକ। ରାଗରେ ପଞ୍ଚମ ଗ୍ରାମବାସୀ ଝୁନୁଙ୍କୁ ଘୋଷାଡି ଆଣି ଏମିତି ମାଡ ମାରିଥିଲେ ଯେ, ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା।

Advertisment

ସୂଚନା ଅନୁସାରେ, ଗାଁରେ ଗତ କିଛି ମାସ ଭିତରେ ୧୦-୧୨ଜଣଙ୍କ ମୃତ୍ୟୁ ହୋଇଥିଲା। ଗାଁ ଲୋକ ଏଥିପାଇଁ ଗୁଣି ଗାରେଡି ସନ୍ଦେହ କରୁଥିଲେ। ଦି ଦିନ ତଳେ ଜଣେ ଯୁବତୀଙ୍କ ଦେହକୁ ପ୍ରେତ ଲାଗିଥିଲା ଏବଂ ସେ ଗାଁର ଯୁଧିଷ୍ଠିରଙ୍କ ସମେତ ୪ ଜଣ ଗୁଣି କରୁଥିବା କହିଥିଲା। ପରେ ସେହି ୪ ଜଣଙ୍କୁ ଡାକି ଗାଁ ଦାଣ୍ଡରେ ବସିଥିଲା ବୈଠକ।

ତେବେ ଉତ୍ତ୍ୟକ୍ତ ଗ୍ରାମବାସୀ ବୈଠକରେ ସଂପୃକ୍ତ ୪ ଜଣ ଓ ସେମାନଙ୍କ ପରିବାରକୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏନେଇ ଥାନାରେ ଅଭିଯୋଗ କରିଥିଲେ ଯୁଧିଷ୍ଠିର। ପରଦିନ ଉତ୍ତ୍ୟକ୍ତ ଗ୍ରାମବାସୀ ଯୁଧିଷ୍ଠିରଙ୍କ ଘରେ ପଶି ଆକ୍ରମଣ କରିଥିବା ବେଳେ ଏହାର ଶୀକାର ହୋଇଥିଲେ ଝୁନୁ ନାହକ। ତେବେ ଗାଁଲୋକଙ୍କ କହିବା ହେଉଛି, ଆତ୍ମହତ୍ୟା କରିଛନ୍ତି ଝୁନୁ।

Advertisment

ଘଟଣା ପରେ ମଧୁରଝୋଳ ଗାଁ ପୁରୁଷଶୂନ୍ୟ ହୋଇପଡିଛି ପୋଲିସ। ୧୦ ଜଣ ପୁରୁଷ ଓ ୫୦ରୁ ଅଧିକ ମହିଳାଙ୍କୁ ଉଠାଇ ନେଇ ପଚରାଉଚରା କରୁଛି ଗାଁରେ। ଏବେବି ଗାଁରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ୩ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି।

Superstition Witchcraft Suspicion
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ