• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟା ମାମଲାରେ ଫେରାର ୪ ଅଭିଯୁକ୍ତ ଗିରଫ ନେଇ ସୂଚନା ଦେଲେ ପୁରୀ ଏସ୍ପି । କୁନମୁନ ସୁଆର, ଟୁଟୁ ମହାପାତ୍ର, ହରି ପଣ୍ଡା, ଜଗନ ଖଟେଇ କୋରାପୁଟରୁ ଗିରଫ ହେଲେ ବୋଲି ପୁରୀ ଏସ୍ପି କହିଛନ୍ତି । ଏତଲାରେ ନାମ ଥିବା ୩ ଜଣଙ୍କ ସମେତ ଆଉ ଜଣେ ଗିରଫ ରହିଛନ୍ତି ।

ହତ୍ୟାକାଣ୍ଡ ପରେ ସେମାନେ ବାଇକ୍‌ରେ ସାତପଡ଼ା ପଳାଇଥିଲେ । ଚିଲିକା ଭିତରେ ବୋଟ୍‌ରେ ଦୁଇ ରାତି କଟାଇଥିବାର ସୂଚନା ମିଳିଛି । ରାଜ୍ୟ ବାହାରକୁ ଯିବା ଉଦ୍ୟମ ବେଳେ କୋରାପୁଟ୍‌ରୁ ଧରାପଡ଼ିଛନ୍ତି । ହତ୍ୟାକାଣ୍ଡ ବେଳେ ଥିବା ୪ ଜଣଙ୍କୁ ପ୍ରଥମେ ରିମାଣ୍ଡରେ ଅଣାଯିବ । ପ୍ରଥମେ ୪ ଜଣଙ୍କୁ ଆଣି କ୍ରାଇମ ସିନ୍ ରିକ୍ରିଏଟ୍ କରିବୁ ବୋଲି ଏସ୍ପି ସୂଚନା ଦେଇଛନ୍ତି । ଅଭିଯୁକ୍ତମାନଙ୍କୁ ଧରି ସାରିଛୁ, ଏବେ ତଦନ୍ତକୁ ଆଗକୁ ନେବୁ ବୋଲି କୁହାଯାଇଛି ।

ସେବାୟତ କୃଷ୍ଣ ପ୍ରତିହାରୀଙ୍କୁ ହତ୍ୟା ପାଇଁ ହୋଇଥିଲା ୩୦ ଲକ୍ଷର ଡିଲ୍ । ବହୁଚର୍ଚ୍ଚିତ ଗୁନ ସିଂହାରୀ ହତ୍ୟାର ପ୍ରତିଶୋଧ ପାଇଁ ହୋଇଛି କୃଷ୍ଣଙ୍କୁ ମର୍ଡର । ୬ ଦିନରେ ଘଟଣାର ପର୍ଦ୍ଦଫାସ୍ ସହ ୬ ଜଣଙ୍କୁ ଆରେଷ୍ଟ କରିଛି ପୁରୀ ପୋଲିସ୍ । ଯାହାଙ୍କ ମଧ୍ୟରେ ଅଛନ୍ତି ଦୁଇ ମୁଖ୍ୟ ଷଡ଼ଯନ୍ତ୍ରକାରୀ । ବହୁଚର୍ଚ୍ଚିତ ଗୁନ ସିଂହାରୀ ହତ୍ୟାକାଣ୍ଡର ପ୍ରତିଶୋଧ ପାଇଁ ମର୍ଡର ହୋଇ ଥାଇପାରେ ବୋଲି ଅନୁମାନ କରିଛନ୍ତି ଏସ୍‌ପି ।