Murder in Odisha's Bargarh
ଗୋଟିଏ ଘରେ ଦୁଇଟି ଦୁଇଟି ରକ୍ତ ଜୁଡୁବୁଡୁ ମୃତଦେହ । ପୂରା ଜିଲ୍ଳାରେ ହଇଚଇ । କାରଣ ଡବଲ ମର୍ଡରର ହତ୍ୟାକାରୀ ହେଉଛି ଶବ । ଶବ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି । ଅନ୍ୟ ଏକ ଅଭିଯୁକ୍ତ ଗିରଫ ହୋଇ ଜେଲ ଯାଇଛି । ଏଭଳି ନିଆର ମର୍ଡର କେସର ପର୍ଦ୍ଦଫାସ କରିଛି ବରଗଡ ପୋଲିସ । କିଏ କେମିତି, କେଉଁ ପରିସ୍ଥିତିରେ ହତ୍ୟା କଲା ? ଶବ ବିରୋଧରେ କାହିଁକି ହତ୍ୟା ମାମଲା ରୁଜୁ କରିଛି ପୋଲିସ ? ଶବ କେମିତି ହେଲା ହତ୍ୟକାରୀ ? କିଏ କାହାକୁ କେମିତି ମାରିଲା ? ଆସନ୍ତୁ ଜାଣିବା...
ଘଟଣା ହେଉଛି ଭେଡେନ ଥାନା ବାଘପାଲି ଗାଁର । ମଧୂସୁଦନ ଭୁଏଙ୍କ ଘର ଭିତରରେ ପଡ଼ିଥିଲା ମୃତଦେହ । ସବୁଆଡ଼େ ଲାଗିଥିଲା ରକ୍ତର ଛିଟା । ଗୋଟିଏ ଶବ ଉପରେ ଆଉ ଗୋଟିଏ ଶବ ପଡିରହିଛି । ମୃତକଙ୍କ ମଧ୍ୟରେ ଜଣେ ମଧୂସୁଦନ ଭୁଏ । ଆଉ ଅନ୍ୟ ଜଣେ ତାରିଣୀ ବାଗ । ଉଭୟଙ୍କ ମୃତ୍ୟୁ ପରେ ପରିବାର ଲୋକଙ୍କ ଅଭିଯୋଗ ପାଇ ପୋଲିସ ତଦନ୍ତ କରୁଛି ।
ଅଧିକ ପଢ଼ନ୍ତୁ: NEET ପରୀକ୍ଷା ପୂର୍ବରୁ ଆନ୍ତଃରାଜ୍ୟ ଗ୍ୟାଙ୍ଗକୁ ମାଡ଼ିବସିଲା କମିଶନରେଟ୍ ପୋଲିସ
ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି, ମଧୂସୁଦନ ଭୁଏଙ୍କୁ ହତ୍ୟା କରିଥିଲା ତାରିଣୀ ବାଗ । ଏପରିକି ମଧୂସୁଦନଙ୍କ ସ୍ତ୍ରୀଙ୍କୁ ବି, ଆକ୍ରମଣ କରି ଗୁରୁତର ଆହତ କରିଥିଲା ତାରଣୀ । ଘଟଣା ଜାଣି ପାଖ ପଡୋଶୀ ରୁଣ୍ଡ ହୋଇଗଲେ । ସମସ୍ତଙ୍କୁ ଏଭଳି ଘଟଣା ଆଶ୍ଚର୍ଯ୍ୟ ଚକିତ କରିଛି।
ବାପାର ରକ୍ତ ଜୁଡୁବୁଡୁ ଶବ ପାଖରେ ଚିତ୍କାର କରୁଥିଲା ତରଣୀ ବାଗ । ବାସ୍, ବଦଲା ନେବାକୁ ହାତରେ ଧରିଥିବା ବାଉଁଶ ଓ କାଠ ଫାଳିଆରେ ବାର ବାର ତରଣୀର ମୁଣ୍ଡକୁ ଆଘାତ କରିଥିଲା ନେପାଳ । ମୃତ ମଧୂସୁଦନର ଶବ ଉପରେ, ପଡିଯାଇ ଆଖି ବୁଜିଦେଲା ତରଣୀ । ପୋଲିସ ତଦନ୍ତକରି ନେପାଳ ଭୁଏକୁ ଗିରଫ କରି କୋର୍ଟ ଚାଲାଣ କରିଛି । କିନ୍ତୁ ମୃତ ତାରଣୀ ବାଗ ବିରୋଧରେ ବି, ମଧୂସୁଦନ ଭୁଏର ହତ୍ୟା ପାଇଁ ମାମଲା ରୁଜୁ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746422841.jpg)