/odishatv-khabar/media/post_attachments/uploadimage/library/16_9/16_9_0/murder_1695873735.jpg)
murder
ହତ୍ୟାକାଣ୍ଡର ଅଭିଯୁକ୍ତକୁ ହତ୍ୟା। ଢେଙ୍କାନାଳ କାମାକ୍ଷାନଗରରେ ଏହି ଘଟଣା ଘଟିଛି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ବହୁ ଚର୍ଚ୍ଚିତ ଦୀପକ ମାହୁଁନ୍ତ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ନିରଞ୍ଜନ ସାହୁଙ୍କୁ ବିଭତ୍ସ ଭାବେ ହତ୍ୟା କଲେ ଦୁର୍ବୁତ୍ତ । କାମାକ୍ଷାନଗର ଥାନା ଆଳତୁମା ଗାଁ ରେଲୱେ ଓଭର ବ୍ରିଜ ପାଖ ସଉରିଆ ନିକଟରେ ହତ୍ୟାକାଣ୍ଡ ଘଟିଛି । ଘଟଣାସ୍ଥଳରୁ ରକ୍ତ ଜୁଡୁବୁଡୁ ମୃତ ଦେହ ସହ ଗୁଳି ଜବତ । ବିଳମ୍ବିତ ରାତିରେ ବିଭତ୍ସ ଭାବେ ହତ୍ୟା କରିଛନ୍ତି ଦୁର୍ବୁତ୍ତ ।
ଗତ ୨୦୨୧ ମସିହା ସେପ୍ଟେମ୍ବର ମାସ ୨୪ ତାରିଖ ବିଳମ୍ବିତ ରାତିରେ ବାରୁଆଁର ପୂର୍ବତନ ସମିତିସଭ୍ୟ ଦୀପକ ମାହୁଁନ୍ତଙ୍କୁ ନିର୍ମମ ହତ୍ୟା କରାଯାଇଥିଲା । କରାଯାଇଥିଲା ପଣ୍ଡୁଆ-ଜିରାଳ ରାସ୍ତାର ଜାମୁନାଳୀ ନିକଟରେ ତାଙ୍କୁ ହତ୍ୟା କରାଯାଇଥିଲା । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିଲେ ନିରଞ୍ଜନ ସାହୁ । ଗତ କିଛି ମାସ ତଳେ ବେଲରେ ଆସିଥିଲେ ନିରଞ୍ଜନ।
#ଜେଲ୍_ଫେରନ୍ତାଙ୍କୁ_ଗୁଳି_କରି_ହତ୍ୟା
କାମାକ୍ଷାନଗର: ଜେଲ୍ ଫେରନ୍ତା ଅଭିଯୁକ୍ତଙ୍କୁ ଗୁଳି କରି ହତ୍ୟା..ଆଳତୁମା ରେଲୱେ ଓଭରବ୍ରିଜ୍ ପାଖ ସଉରିଆ ନିକଟରେ ହତ୍ୟା…ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର, ଗୁଳି ଜବତ#Murder#Crimepic.twitter.com/9DD3XCpqxP— ଓଟିଭି (@otvkhabar) September 28, 2023
ହେଲେ ଗତକାଲି ରାତିରେ କିଛି ଦୁର୍ବୃତ୍ତ ନିରଂଜନଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ସନ୍ଦେହ କରଯାଉଛି, ତାଙ୍କୁ ଆଗରୁ ହିଁ ଟାର୍ଗେଟ କରାଯାଇଥିଲା। ଜେଲରୁ ଆସିବା ଯୋଜନାବଦ୍ଧ ଭାବେ ଦୁର୍ବୃତ୍ତମାନେ ତାଙ୍କୁ ହତ୍ୟା କରିଛନ୍ତି । ଘଟଣା ସ୍ଥଳରେ କାମାକ୍ଷାନଗର ଏସଡିପିଓ ପ୍ରଭାତ ରଞ୍ଜନ ତ୍ରିପାଠୀ ଓ ଥାନା ଅଧିକାରୀ ଶରତ ମହାଳିକଙ୍କ ତନାଘନା ଜାରି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)