Murder accused biting police
ପୋଲିସକୁ କାମୁଡ଼ି ଚମ୍ପଟ ମାରିଲା ହତ୍ୟା ଉଦ୍ୟମକାରୀ ଅଭିଯୁକ୍ତ । ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ। ମିଳିଥିବା ସୂଚନା ଅନୁଯାୟୀ, ଫେରାର୍ ଅଭିଯୁକ୍ତର ନାଁ ପ୍ରଦୂଷ ବରାଳ । ଘର ରାମଚନ୍ଦ୍ରପୁର ବାତୋ ପଞ୍ଚାୟତ କରଡ଼ାପାଳ ଗାଁରେ। ଜଣଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ ମାମଲାରେ ଦୀର୍ଘଦିନ ଧରି ଫେରାର ଥିଲା ପ୍ରଦୂଷ ।
ତେବେ ଗତକାଲି ଗାଁକୁ ଆସିବା ପରେ ତାକୁ କାବୁ ପାଇଁ ଘରେ ପହଞ୍ଚିଥିଲେ ସାଇଁକୂଳ ଫାଣ୍ଡି ଅଧିକାରୀ। ଆଉ ତାକୁ ଗିରଫ କରି ନେବା ସମୟରେ ପୋଲିସକୁ ଆକ୍ରମଣ ସହ ଡାହାଣ ହାତକୁ କାମୁଡ଼ି ଖସିଯାଇଥିବା ସୂଚନା ମିଳିଛି । ଏହାପରେ ପରିବାର ଲୋକେ ମଧ୍ୟ ପହଞ୍ଚି ପୋଲିସକୁ ଆକ୍ରମଣ କରିଥିଲେ।
ଏହି ଘଟଣାରେ ଅଭିଯୁକ୍ତ ପ୍ରଦୂଷର ମା’ ଛବିଲତା ବରାଳଙ୍କୁ ରାମଚନ୍ଦ୍ରପୁର ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ତେବେ ଏନେଇ ପୋଲିସ କିମ୍ବା ଅଭିଯୁକ୍ତଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1712716894.jpg)