Advertisment

ପ୍ରି-ପ୍ଲାନ୍‌ଡ ମର୍ଡର ! ସିଦ୍ଦିକିଙ୍କ ଘର-ଅଫିସରେ ରେକି କରୁଥିଲେ ଆତତାୟୀ

ଜେରା ବେଳେ ଅଭିଯୁକ୍ତ ମାନେ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି। ଆଉ ଜଣେ ଫେରାର୍ ଅଭିଯୁକ୍ତକୁ ଧରିବାକୁ ତନାଘନା ତଦନ୍ତ ଚାଲିଛି।

author-image
Satyendu Shekher Mishra
undefined

Baba Siddique

ମହାରାଷ୍ଟ୍ରର ବରିଷ୍ଠ ଏନସିପି ନେତା ତଥା ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକି ହତ୍ୟା ଘଟଣାରେ ମିଳିଲା ବଡ଼ ସୁରାକ। ଏହା ଥିଲା ପ୍ରି-ପ୍ଲାନଡ ମର୍ଡର। ଏଥିପାଇଁ ମାସେ ଧରି ରେକି କରିଥିଲେ ହତ୍ୟାକାରୀ। ବାବା ସିଦ୍ଦିକିଙ୍କ ଘର ଓ ଅଫିସରେ ଆତତାୟୀ ରେକି କରିଥିଲେ।

Advertisment

ଦେଢ଼ରୁ ଦୁଇ ମାସ ହେବ ସେମାନେ ମୁମ୍ବାଇରେ ରହିଥିଲେ। ବାବା ସିଦ୍ଦିକିଙ୍କ ଉପରେ ତୀକ୍ଷଣ ନଜର ରଖିଥିଲେ ହତ୍ୟାକାରୀ। ସେ କୁଆଡେ ଯାଉଛନ୍ତି, କୁଆଡୁ ଆସୁଛନ୍ତି ସବୁର ଟିକିନିଖି ଅପଡେଟ୍ ରଖୁଥିଲେ। ବାବା ସିଦ୍ଦିକଙ୍କୁ ହତ୍ୟା ପାଇଁ ଅଭିଯୁକ୍ତଙ୍କୁ ବହୁ ପୂର୍ବରୁ ସୁପାରି ମିଳିଥିଲା। କିଛି ଦିନ ତଳେ ସେମାନଙ୍କ ପାଖରେ ପହଞ୍ଚିଥିଲା ବନ୍ଧୁକ ଓ ଗୁଳି। ସେପ୍ଟେମ୍ବର ୨ ତାରିଖରୁ କୁର୍ଲା ଅଞ୍ଚଳରେ ଗୋଟିଏ ଘର ଭଡ଼ାରେ ନେଇଥିଲେ ହତ୍ୟାକାରୀ।

ଗତକାଲି ବାବା ସିଦ୍ଦିକଙ୍କୁ ଗୁଳି କରି ହତ୍ୟା କରିଥିଲେ ୩ ଦୁର୍ବୃତ୍ତ। ସିସିଟିଭି ନଥିବା ସ୍ଥାନରେ ତାଙ୍କୁ ଗୁଳି କରିଥିଲେ। ପୋଲିସ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ହରିୟାଣାର ଗୁରମେଲ୍ ସିଂ ଓ ଉତ୍ତରପ୍ରଦେଶର ଧର୍ମରାଜ କଶ୍ୟପ। ସେମାନଙ୍କୁ ଗତକାଲି ରାତିରୁ ମାରାଥନ୍ ଜେରା କରୁଛି ମୁମ୍ବାଇ କ୍ରାଇମବ୍ରାଞ୍ଚ। ଜେରା ବେଳେ ସେମାନେ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି। ଆଉ ଜଣେ ଫେରାର୍ ଅଭିଯୁକ୍ତକୁ ଧରିବାକୁ ତନାଘନା ତଦନ୍ତ ଚାଲିଛି।

Advertisment

କୁହାଯାଉଛି ଯେଉଁ ଦୁଇ ଜଣଙ୍କୁ ପୋଲିସ ଗିରଫ କରିଛି ସେମାନଙ୍କ ବ୍ୟତୀତ ଆଉ ଜଣେ କେହି ମାଷ୍ଟର ମାଇଣ୍ଡ ରହିଛି, ଯିଏ କି ହତ୍ୟାର ପୂରା ପ୍ଲାନ୍‌ କରିଥିଲା । ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଅନୁଯାୟୀ ପଚରାଉଚରା ବେଳେ ଅଭିଯୁକ୍ତମାନେ ବିଶ୍ନୋଇ ଗ୍ୟାଙ୍ଗ ସହ ଜଡିତ ଥିବା କହିଛନ୍ତି। ଅଭିଯୁକ୍ତମାନେ ଗତ ୨୫-୩୦ ଦିନ ଧରି ସେହି ଅଞ୍ଚଳର ରେକି କରୁଥିଲେ। ଏହି ୨ ଅଭିଯୁକ୍ତ ଘଟଣା ପୂର୍ବରୁ ଅଟୋ ରିକ୍ସା ଦ୍ୱାରା ବାନ୍ଦ୍ରା ଇଷ୍ଟରେ ପହଞ୍ଚିଥିଲେ ।

ସୂତ୍ରରୁ ପ୍ରକାଶ ଯେ ବାବା ସିଦ୍ଧିକିଙ୍କ ଉପରେ ଗୁଳିମାଡ଼ କରିବା ପୂର୍ବରୁ ୨ ଜଣ ସେଠାରେ କିଛି ସମୟ ଅପେକ୍ଷା କରିଥିଲେ। ଅଭିଯୁକ୍ତମାନେ ସିଦ୍ଦିକିଙ୍କ ଉପରେ ୬ ରାଉଣ୍ଡ ଗୁଳିମାଡ଼ କରିଥିଲେ। ସେଥିମଧ୍ୟରୁ ତିନିଟି ଗୁଳି ତାଙ୍କ ଦେହରେ ବାଜିଥିଲା। ଦୁଇଟି ଗୁଳି ଛାତିରେ ଏବଂ ଗୋଟିଏ ଶରୀରର ଅନ୍ୟ ଅଙ୍ଗରେ ବାଜିଛି। ମୁମ୍ବାଇ ପୋଲିସ ସୂତ୍ରରୁ ପ୍ରକାଶ ଯେ ଛାତିରେ ଗୁଳି ବାଜିବା କାରଣରୁ ବାବା ସିଦ୍ଦିକିଙ୍କର ମୃତ୍ୟୁ ଘଟିଛି।

ଆଉ ସବୁଠାରୁ ବଡ଼ କଥା ହେଲା, ଗୁଳି ଶବ୍ଦକୁ ଲୁଚାଇବାକୁ ଯାଇ ଦୁର୍ବୃତ୍ତମାନେ ସେଠାରେ ବାଣ ଫୁଟାଇଥିଲେ । ଲଗାତାର ବାଣ ଫୁଟୁଥିବା ବେଳେ ସାମାନେ ସିଦ୍ଧିକିଙ୍କୁ ଗୁଳିମାଡ଼ କରିଥିଲେ । ତେଣୁ ଆଖପାଖରେ ଥିବା ଲୋକ ସଙ୍ଗେ ସଙ୍ଗେ ଗୁଳିମାଡ଼କୁ ଠଉରେଇ ପାରିନଥିଲେ ।

Advertisment
Advertisment