Advertisment

Man Tortures Wife: ରାକ୍ଷସ ସ୍ବାମୀର ନାରକୀୟ କାଣ୍ଡ: ସ୍ତ୍ରୀକୁ ପିଟିଲା, ହାତ ଗୋଡ ବାନ୍ଧି ପାଟିରେ ତତଲା ଛୁରୀ ପୂରାଇଦେଲା

୨ ଫେବୃଆରୀ ୨୦୨୫ରେ ଖୁଶବୁଙ୍କର ଦିଲ୍ଲୀପଙ୍କ ସହିତ ବିବାହ ହୋଇଥିଲା। ସେବେଠାରୁ ସେ ଅଧିକ ଯୌତୁକ ଦାବି କରି ତାଙ୍କୁ ନିର୍ଯାତନା ଦେଉଥିଲେ।

author-image
Chinmayee Sahoo
Wife

Wife

ଗ୍ରେଟର ନୋଏଡାର ଯୌତୁକ ଯୋଗୁଁ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ଓ ଶାଶୁ ମିଶି ନିର୍ଯାତନା ଦେବା ପରେ କିପରି ତାଙ୍କୁ ନିଆଁ ଲଗାଇ ପୋଡି ମାରି ଦେଇଥିଲେ, ସେହି ଘଟଣା ସାରେ ଦେଶକୁ ଦୋହଲାଇ ଦେଇଥିବା ବେଳେ ଆଜି ପୁଣି ଏକ ସେହିପରି ଘଟଣା ସାମନାକୁ ଆସିଛି। ଯୌତୁକ ଯୋଗୁଁ ଜଣେ ନବବିବାହିତାଙ୍କୁ ତାଙ୍କ ସ୍ବାମୀ ମାଡ ମାରିବା ସହ ଶରୀରର ବିଭିନ୍ନ ସ୍ଥାନରେ ନିଆଁରେ ଚେଙ୍କ ଲଗାଇ ଦେଇଛନ୍ତି, କେବଳ ଏତିକିରେ ସରିନି ନିର୍ଯାତନା, ବରଂ ଏକ ତତଲା ଛୁରୀକୁ ପାଟିତ ଭିତରେ ପୂରାଇ ଦେଇଛନ୍ତି। ଏଭଳି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶରେ।

Advertisment

ମଧ୍ୟପ୍ରଦେଶର ଖାରଗୋନ ଜିଲ୍ଲାରେ ୨ ଫେବୃଆରୀ ୨୦୨୫ରେ ଖୁଶବୁ (୨୩) ନାମ୍ନୀ ଜଣେ ମହିଳା ବଡବାନୀ ଜିଲ୍ଲାର ଦିଲ୍ଲୀପଙ୍କ ସଙ୍ଗେ ବିବାହ ହୋଇଥିଲା। କିନ୍ତୁ ବାହାଘର ପରେ ଦିଲ୍ଲୀପ ତାଙ୍କୁ ନାପସନ୍ଦ କରୁଥିଲେ ଏବଂ ଅଧିକ ଯୌତୁକ ଦାବି କରୁଥିଲେ। ତାଙ୍କ ସ୍ୱାମୀ ବାରମ୍ବାର ତାଙ୍କ ପ୍ରତି ଘୃଣା ପ୍ରକାଶ କରିଥିଲେ ଏବଂ ତାଙ୍କୁ ଛାଡି ଦେବାକୁ ଧମକ ଦେଇଥିଲେ। ଯୌତୁକ ଦାବିରେ ପ୍ରତିଦିନ ତାଙ୍କୁ ମାରପିଟ କରୁଥିଲେ। କିନ୍ତୁ ଏଥର ଦିଲ୍ଲୀପର ରାକ୍ଷସପଣ ବାହାରକୁ ଆସି ଯାଇଥିଲା।

ଖୁଶବୁଙ୍କ ଅଭିଯୋଗ ଅନୁସାରେ, ରବିବାର ରାତିରେ ଦିଲ୍ଲୀପ ନିଶାଗ୍ରସ୍ତ ଅବସ୍ଥାରେ ପ୍ରଥମେ ତାଙ୍କୁ ବାଡିରେ ପିଟିଥିଲେ ଏବଂ ତା’ପରେ ରୋଷେଇ ଘରକୁ ଟାଣି ନେଇଥିଲେ। ଏହା ପରେ ସେ ତାଙ୍କ ହାତ ଗୋଡ଼ ବାନ୍ଧି ତାଙ୍କ ମୁଣ୍ଡରେ ବନ୍ଧୁକ ଭଳି କିଛି ଜିନିଷ ରଖି ଶରୀରର ଅନେକ ସ୍ଥାନରେ ଗରମ ଛୁରୀରେ ତାଙ୍କୁ ଚେଙ୍କ ଦେଇଥିଲେ। ତେଣୁ ସେ ଯନ୍ତ୍ରଣାରେ ଛଟପଟ ହୋଇ ଚିତ୍କାର କରିବାରୁ ତାଙ୍କ ପାଟିରେ ଏକ ଗରମ ଛୁରୀ ପୁରାଇ ଦେଇଥିଲେ। କିନ୍ତୁ କୌଣସିମତେ ସେ ସେଠାରୁ ବାହାରି ଆସିବାରେ ସଫଳ ହୋଇଥିଲେ।

Advertisment

ସୋମବାର ଭୋର ପ୍ରାୟ ସାଢ଼େ ୪ଟା ସମୟରେ ଖୁସବୁ ନିଜକୁ ମୁକ୍ତ କରି ଖସି ପଳାଇ ଆସିବାରେ ସଫଳ ହୋଇଥିଲେ। ଜଣେ ସଫେଇ କର୍ମଚାରୀଙ୍କଠାରୁ ମୋବାଇଲ୍ ନେଇ ତାଙ୍କ ପରିବାର ସହିତ ଯୋଗାଯୋଗ କରିଥିଲେ। ତା’ପରେ ତାଙ୍କୁ ଚିକିତ୍ସା ପାଇଁ ଆୱାରକଚ୍ଛର ଜିଲ୍ଲା ହସ୍ପିଟାଲକୁ ନିଆଯାଇଥିଲା। ପୋଲିସ ଏକ ମାମଲା ରୁଜୁ କରିଛି ଏବଂ ଘଟଣାର ତଦନ୍ତ କରୁଛି। ପୀଡିତାଙ୍କ ପରିବାର ଏହି ନିର୍ମମ ଭାବେ ନିର୍ଯାତନା ଦେଉଥିବାରୁ ସ୍ୱାମୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଅଧିକ ପଢ଼ନ୍ତୁ: "ନିଶାକୁ ମୋ ପାଖକୁ ପଠାଉନ... ଆଜି ମୁଁ ତୁମକୁ ଶିକ୍ଷା ଦେବି," ନିଶାଡି ଜ୍ୱାଇଁ ଶ୍ୱଶୁରଙ୍କୁ ନିଆଁ ଲଗାଇ ମାରିଦେଲା

Dowry Harassment Case Dowry Torture Dowry Demand
Advertisment
Advertisment