Advertisment

ସ୍ତ୍ରୀର ସଜବାଜ ଦେଖି ସହିପାରିଲାନି ସ୍ୱାମୀ, ସିଧା ଗୁଳି କରିଦେଲା

ସ୍ୱାମୀ-ସ୍ତ୍ରୀ ମଧ୍ୟରେ ସାମାନ୍ୟ ବଚସା ଚାଲିଥିବା ବେଳେ ଆଜି ତାହା ଉଗ୍ରରୂପ ନେଇଥିଲା

author-image
Chandan Shishu
ଅଦ୍ୟତନ ହୋଇଛି
MP man shoots wife for wearing perfume while going out

MP man shoots wife for wearing perfume while going out

ପର୍ଫ୍ୟୁମକୁ ନେଇ ପ୍ରଥମେ ଯୁକ୍ତିତର୍କ, ପରେ ସ୍ତ୍ରୀକୁ ଗୁଳିକଲା ସ୍ୱାମୀ। କଥା ନଶୁଣିବାରୁ ସ୍ୱାମୀ ଏତେ ରାଗିଗଲେ ନିଜର ହିତାହିତ ଜ୍ଞାନ ଭୁଲିଗଲା। ଶ୍ୱଶୁର ଘରେ ସ୍ତ୍ରୀକୁ ଗୁଳି କଲା ସ୍ୱାମୀ। ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶ ଗ୍ୱାଲିୟରରେ। ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି।

Advertisment

ସୂଚନା ଅନୁସାରେ, ବିଜୋଇଲି ଥାନା ଅଞ୍ଚଳ ଗଣେଶପୁର ବାସିନ୍ଦା ନୀଲମ ଜାତଭ ଆଠ ବର୍ଷ ପୂର୍ବେ ମହେନ୍ଦ୍ର ଜାତବଙ୍କୁ ବିବାହ କରିଥିଲେ। ପୂର୍ବରୁ ମହେନ୍ଦ୍ର ଅପରାଧିକ ମାମଲାରେ ଜେଲ୍ ଯାଇଥିଲେ। ମ୍ୟାରେଜ୍ ପରେ ନୀଲମ ତାଙ୍କ ବାପଘରେ ରହିଆସୁଥିଲେ। ଚାରି ବର୍ଷ ଜେଲଦଣ୍ଡ ଭୋଗିବା ପରେ ମହେନ୍ଦ୍ର ଗୋଟିଏ ବର୍ଷ ପୂର୍ବେ ଜେଲରୁ ମୁକ୍ତ ହୋଇ ଘରକୁ ଫେରିଥିଲେ ଏବଂ ସେ ତାଙ୍କ ପତ୍ନୀଙ୍କ ସହ ଶ୍ୱଶୁର ଘରେ ରହୁଥିଲେ।

ତେବେ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ସାମାନ୍ୟ ବଚସା ରହିଆସୁଥିବା ବେଳେ ଆଜି ତାହା ଉଗ୍ରରୂପ ନେଇଥିଲା। ନୀଲମ ଘରୁ କେଉଁଆଡେ ଯିବାକୁ ପ୍ରସ୍ତୁତ ହେଉଥିଲେ, ଏହି ସମୟରେ ମହେନ୍ଦ୍ର ତାଙ୍କୁ ପର୍ଫ୍ୟୁମ୍ ଏବଂ ପୋଷାକକୁ ନେଇ କିଛି ବାରଣ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏତିକି ବେଳେ ହଠାତ୍ ରାଗିଯାଇ ମହେନ୍ଦ୍ର ବନ୍ଧୁକ ବାହାର କରି ତାଙ୍କ ପତ୍ନୀଙ୍କ ଛାତିକୁ ଗୁଳି କରିଥିଲେ। ନୀଲମ ତଳେ ପଡି ଛଟପଟ୍ ହେବାରୁ ତାଙ୍କ ଭାଇ ଦୀନେଶ ଆସି ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

Advertisment

ଏନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ମହେନ୍ଦ୍ରଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସେପଟେ ଘଟଣା ପରେ ନୀଲମଙ୍କ ସ୍ୱାମୀ ଫେରାର୍ ହୋଇଯାଇଛନ୍ତି।

Firing
Advertisment
Advertisment