Advertisment

‘ମୋ ଝିଅକୁ ମୁଁ ମର୍ଡର କରିଛି’...ଜନ୍ମ ଦେଇଥିଲି, ଜୀବନ ନେଇଗଲି

ଝିଅକୁ ହତ୍ୟା କରିବା ପରେ ମହିଳା ଜଣକ ଥାନାରେ ଆତ୍ମସମର୍ପଣ କରି ନିଜର ଅପରାଧ ସ୍ୱୀକାର କରିଛନ୍ତି। ଏହାପରେ ପୋଲିସ ଅଭିଯୁକ୍ତ ମା’ ବେବି ବିବିକୁ ଗିରଫ କରିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Mother surrenders before police after killing daughter in Odisha

Mother surrenders before police after killing daughter in Odisha

ଯାହାକୁ ଜନ୍ମ ଦେଇଥିଲେ ପିଶାଚୀ ସାଜି ତାର ଜୀବନ ନେଇଗଲେ। ଜନ୍ମକଲା ଝିଅର ତଣ୍ଟି ଚିପି ହତ୍ୟା କରିବାକୁ ପଛାଇଲେ ନାହିଁ। ବାଲେଶ୍ୱର ଜିଲ୍ଲାରେ ଏହି ଘଟଣା ଘଟିଛି। ସବୁଠାରୁ ବଡ଼ କଥା, ଝିଅକୁ ହତ୍ୟା କରିବା ପରେ ମହିଳା ଜଣକ ଥାନାରେ ଆତ୍ମସମର୍ପଣ କରି ନିଜର ଅପରାଧ ସ୍ୱୀକାର କରିଛନ୍ତି। ଏହାପରେ ପୋଲିସ ଅଭିଯୁକ୍ତ ମା’ ବେବି ବିବିକୁ ଗିରଫ କରିଛି। ଏହାସହ ଘଟଣାରେ ବାଲେଶ୍ୱର ଟାଉନ୍ ପୋଲିସ ବେବିଙ୍କ ଦ୍ୱିତୀୟ ସ୍ୱାମୀ ସେକ୍ ଅବଦୁଲ ରହିମଙ୍କୁ ଅଟକ ରଖି ପଚରାଉଚରା କରିଛି। ତେବେ ହତ୍ୟାକାଣ୍ଡର କାରଣ ଜଣାପଡ଼ି ନାହିଁ। 

Advertisment

ସୂଚନା ଅନୁସାରେ, ବିବି ବେବି ତାଙ୍କ ପ୍ରଥମ ସ୍ୱାମୀଠାରୁ ୨ ଜଣ ପିଲାଙ୍କୁ ନେଇ ଦ୍ୱିତୀୟ ସ୍ୱାମୀ ସେକ୍ ଅବଦୁଲ୍‌ ରହିମଙ୍କ ସହ ରହୁଥିଲେ। ଗତ ୨୫ ତାରିଖ ରାତିରେ ବାଲେଶ୍ୱର ୪ ନମ୍ବର ଓ୍ୱାର୍ଡ ଖାଜାବାଗରେ ବିବି ବେବିଙ୍କ ଘରେ ୧୪ ବର୍ଷ ଝିଅର ମୃତଦେହ ମିଳିଥିଲା। ଖବର ପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ସେକ୍ ଅବଦୁଲ୍‌ଙ୍କ ଉପରେ ପୋଲିସ୍‌ର ସନ୍ଦେହ ହେବାରୁ ତାଙ୍କୁ ଥାନାରେ ଅଟକ ରଖି ପୋଲିସ୍‌ ପଚରାଉଚରା ଚଳାଇଥିଲା। ଗତକାଲି ବେବି ବିବି ନିଜେ ଝିଅର ତଣ୍ଟି ଚିପି ହତ୍ୟା କରିଥିବା କହିବା ସହ ପୋଲିସ୍‌ ନିକଟରେ ଆତ୍ମସମର୍ପଣ କରିଥିଲେ। 

ପୋଲିସ୍‌ ବେବି ବିବିକୁ ଗିରଫ କରିଥିବା ବେଳେ ସେକ୍ ଅବଦୁଲ୍‌ ଅଟକ ରଖି ପଚରାଉଚରା ଚଳାଇଥିବା ଜଣାପଡ଼ିଛି। ଗାମୁଛାରେ ପ୍ରଥମେ ତଣ୍ଟି ଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରାଯାଇଥିଲା। ତଦନ୍ତରେ ଏହା ଜଣାପଡ଼ିଛି। 

Advertisment
Murder Case Mother Kills Daughter
Advertisment
Advertisment