• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ମା’ ଭୁଲିଗଲା ମମତା । ପଣତକାନି ଘୋଡ଼େଇ ସନ୍ତାନକୁ ବିପଦ ଆପଦରୁ ରକ୍ଷା କରିବ କ’ଣ, ନିଜ ହାତରେ ନିଜ ପିଲାର ଜୀବନ ନେଇଗଲା । ଉତ୍ତରପ୍ରଦେଶର ସୁଲତାନପୁରରେ ଏଭଳି ଏକ ଅଘଟଣ ଘଟିଛି । ଜଣେ ମା’ ନିଜର ୪ ମାସର ନବଜାତ ଶିଶୁକୁ ତନ୍ତ୍ର ସାଧନା ପାଇଁ ମା’ କାଳୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ କାଟି ବଳି ଦେଇଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଛି ।

ସୁଲତାନପୁର ଜିଲ୍ଲାର ଗୋସାଇଗଞ୍ଜ ଥାନା ଅନ୍ତର୍ଗତ ଧନାଉଡିହ ଗାଁରେ ଶିବକୁମାର ନାମକ ଜଣେ ବ୍ୟକ୍ତିଙ୍କ ପରିବାର ରୁହନ୍ତି। ଶିବକୁମାର କାନପୁରରେ ଶ୍ରମିକ ଭାବରେ କାମ କରୁଥିବା ବେଳେ ସ୍ତ୍ରୀ ମଞ୍ଜୁ ଦେବୀ ପରିବାର ଓ କୁନି ପୁଅ ସହ ଗାଁରେ ରହୁଥିଲେ । ମଞ୍ଜୁ ୪ ମାସ ପୂର୍ବରୁ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ପୁଅ ଜନ୍ମ ହେବା ପରେ ଶିବକୁମାରଙ୍କ ପରିବାର ଲୋକ ବହୁତ ଖୁସି ଥିଲେ । ଏକୋଶିଆ ପୂଜା କରି ନବଜାତକକୁ ସ୍ୱାଗତ କରିଥିଲେ । ହେଲେ ଶିବକୁମାର ଜାଣି ନଥିଲେ ଯେ ଦିନେ ତାଙ୍କ ସ୍ତ୍ରୀ ପୁଅକୁ ହତ୍ୟା କରିବ ।

ଅଧିକ ପଢ଼ନ୍ତୁ: ପରକୀୟାରେ ଲିପ୍ତ ପ୍ରେମୀ ଯୁଗଳଙ୍କ ଉପରେ ଫେଭିକ୍ୱିକ୍‌ ଢ଼ାଳିଦେଲା ତାନ୍ତ୍ରିକ!

ରବିବାର ସକାଳ ପ୍ରାୟ ୯ଟା ସମୟରେ ଗାଁରେ ଥିବା ମନ୍ଦିରରେ କାଳୀ ପ୍ରତିମୂର୍ତ୍ତି ସାମ୍ନାରେ ନିଜର ୩ମାସର ପୁଅ ପ୍ରୀତମକୁ ଏକ ବର୍ଚ୍ଛାରେ କାଟି ବଳି ଦେଇଦେଇଛନ୍ତି ମଞ୍ଜୁ । ଗାଁ ଲୋକଙ୍କ କହିବା ଅନୁସାରେ ମଞ୍ଜୁ ଦେବୀ ମାନସିକ ସ୍ତରରେ ଅସୁସ୍ଥ ଅଛନ୍ତି । ସେ ପ୍ରାୟ ସମୟରେ ଏପରି ଅଜବ ଅଜବ କାମ କରୁଥିଲେ । ହେଲେ ଏଥର ସେ ନିଜ ପୁଅକୁ ହତ୍ୟା କରିଛି, ଯାହା ସମସ୍ତଙ୍କ କଳ୍ପନା ବାହାରେ ।

ତେବେ ପୁଅକୁ ମାରିବା ପରେ ଏହି ଘଟଣା ସମ୍ପର୍କରେ ଗାଁ ଲୋକ ପୋଲିସ୍‌କୁ ସୂଚନା ଦେଇଥିଲେ । ଅଭିଯୋଗ ପାଇବା ପରେ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ନବଜାତକର ମୃତଦେହ ଉଦ୍ଧାର କରିଛି । ଅନ୍ୟପଟେ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରାଯାଇଛି ।

କିଛି ଲୋକ ପୋଲିସକୁ କହିଛନ୍ତି, ମଞ୍ଜୁ ଦେବୀ ଜଣେ ତାନ୍ତ୍ରିକଙ୍କ ସଂପର୍କରେ ଥିଲେ । ଇଚ୍ଛା ପୂରଣ କରିବା ପାଇଁ ସେ ନିଜ ପିଲାଙ୍କୁ ବଳି ଦେଇଛନ୍ତି । ହେଲେ ତାନ୍ତ୍ରିକର ଠିକଣା ସମ୍ପର୍କରେ କାହାକୁ କିଛି ଜଣାନାହିଁ । ପୋଲିସ ଅଧୀକ୍ଷକ ସୋମେନ୍ ବର୍ମା କହିଛନ୍ତି, ବର୍ତ୍ତମାନ ଏହି ଘଟଣାର ଅନୁସନ୍ଧାନ କରାଯାଉଛି। ମଞ୍ଜୁଙ୍କୁ ମଧ୍ୟ ପଚରାଉଚରା କରାଯାଉଛି।