• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମହିଳାଙ୍କ କାମନା ନିଆଁରେ ଫସିଲେ ନାବାଳକ । ପ୍ରଥମେ ନାବାଳକଙ୍କୁ ମଦ ନିଶାରେ ପାଗଳ କରିବା ପରେ ଯୌନଶୋଷ ମେଣ୍ଟେଇ ଗିରଫ ହେଲେ ୩୨ ବର୍ଷ ବୟସ୍କା ମହିଳା । ଗୋଟିଏ ପଟେ ମହାରାଷ୍ଟ୍ରରେ ମହିଳାଙ୍କ ଉପରେ ନିର୍ଯାତନା ମାମଲା ବଢ଼ୁଥିବା ବେଳେ ଅନ୍ୟପଟେ କଲ୍ୟାଣରୁ ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାକାର ଜଣେ ମହିଳା ପ୍ରଥମେ ନବମ ଶ୍ରେଣୀରେ ଜଣେ ୧୫ ବର୍ଷ ବୟସ୍କ ନାବାଳକକୁ ମଦ୍ୟପାନରେ ନିଶା ଲଗାଇ ଦେଇଥିଲେ । ଏହା ପରେ ସେ ତାଙ୍କ ସହିତ ଅନେକ ଥର ଶାରୀରିକ ସମ୍ପର୍କ ସ୍ଥାପନ କରିଥିବା ଘଟଣା ସାମ୍ନାକୁ ଆସିଛି ।

ନାବାଳକର ମୋବାଇଲରୁ ଉଭୟଙ୍କର ଅନେକ ଅଶ୍ଳୀଳ ଭିଡିଓ ମିଳିଛି ।​ ଭିଡିଓ ଦେଖିବା ପରେ ନାବାଳକର ପରିବାର ଲୋକ ମହିଳାଙ୍କ ବିରୋଧରେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ଏବେ ପୋଲିସ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଛି । ସେ ନାଶିକର ବାସିନ୍ଦା ବୋଲି ଜଣାପଡ଼ିଛି ।

ଅଧିକ ପଢ଼ନ୍ତୁ: ମାତିଛନ୍ତି ଡିଜିଟାଲ ସୁନ୍ଦରୀ: ଅଶ୍ଳୀଳ ଭିଡିଓ ଚାଟ୍‌ରୁ ଦୂରେଇ ରହିବାକୁ ଓଡ଼ିଶା ପୋଲିସର ପରାମର୍ଶ

ମହାରାଷ୍ଟ୍ରର Kalayan Eastରେ ପରିବାର ସହ ରୁହେ ନାବଳକ । ଆଉ ନାଶିକରେ ରୁହନ୍ତି ନାବାଳକର ପିଇସୀ । ପୀଡ଼ିତଙ୍କ ପିଇସୀ ଜଣକ ଘରକୁ ଯେତେବେଳେ ଆସନ୍ତି, ତାଙ୍କ ସହିତ ଥାଆନ୍ତି ଅଭିଯୁକ୍ତ ମହିଳା ଜଣକ । ସେ ଦୁଇ ସନ୍ତାନର ମା ହୋଇଥିବା ବେଳେ ଯିବାଆସିବା ଯୋଗୁଁ ନାବାଳକ ସହ ସେ ପୂର୍ବରୁ ପରିଚିତ ଥିଲେ ।

ନାବାଳକ ଜଣକ ନିଜ ପ୍ରାୟ ସମୟରେ ନିଜ ଅପା ଘରକୁ ମଧ୍ୟ ଯିବାଆସିବା କରନ୍ତି, ଆଉ ସେହି ସମୟରେ ମହିଳାଙ୍କ ସହ ଭେଟ ହୁଏ । ଏହାରି ଭିତରେ ମହିଳା ଜଣକ ନାବାଳକକୁ ମିଠା ମିଠା କଥା କହି ଫାନ୍ଦରେ ପକାଇଥିଲେ । ଧୀରେ ଧୀରେ ମଦ୍ୟପାନର ମଧ୍ୟ ଅଭ୍ୟାସ କରାଇ ଅଶ୍ଳୀଳ ଭିଡିଓ ମଧ୍ୟ ଦେଖାଉଥିଲେ ।

ତା’ପରେ ଆରମ୍ଭ ହୋଇଥିଲା ଯୌନଶୋଷଣ । ବାରମ୍ବାର ତାଙ୍କ ସହ ଶାରିରୀକ ସମ୍ପର୍କ ରଖୁଥିଲେ ମହିଳା ଜଣକ । ମହିଳାଙ୍କ କଥାରେ ଫସି ରହିଥିବା ନାବାଳକ ମଦ୍ୟପାନରେ ଅଭ୍ୟସ୍ତ ହୋଇଯାଇଥିଲା । ଦିନକୁ ଦିନ ନିଶାସକ୍ତ ହୋଇ ତା’ର ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଥିଲା ।

ଆଉ ତା’ର ଏଭଳି ବ୍ୟବହାରରେ ପରିବାର ଲୋକ ଚିନ୍ତିତ ହୋଇପଡ଼ିଥିଲେ । କାରଣ ସେ ଦିନସାରା ମୋବାଇଲରେ ହିଁ ବ୍ୟସ୍ତ ରହୁଥିଲା । ସନ୍ଦେହ ହେବାରୁ ଦିନେ ନାବାଳକର ମା ତା’ର ମୋବାଇଲ୍ ଦେଖିଥିଲେ । ଆଉ ମୋବାଇଲ୍ ଗ୍ୟାଲେରୀ ଦେଖିବା ପରେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ମୋବାଇଲରେ ପୁଅ ସହ ମହିଳାଙ୍କର ଶହ ଶହ ଭିଡିଓ ଦେଖିବାକୁ ପାଇଥିଲେ । ପଚାରିବା ପରେ ନାବଳକ ଜଣକ ସବୁ କଥା କହିଥିଲେ ।

ଏକଥା ଜଣାପଡ଼ିବା ପରେ ସର୍ବପ୍ରଥମେ ନାବାଳକକୁ ସୁଧାର ଗୃହରେ ଭର୍ତ୍ତି କରାଯାଇଥିଲା । ପରେ ଅଭିଯୁକ୍ତ ମହିଳାଙ୍କ ବିରୋଧରେ ଥାନାରେ ଯୌନଶୋଷଣ ଅଭିଯୋଗ ଆଣିଥିଲେ । ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଥିଲା ଏବଂ ପ୍ରମାଣ ଭାବରେ ଭିଡିଓ ଉପସ୍ଥାପନ କରିଥିଲେ ପରିବାର ଲୋକ । ଏବେ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଛି ପୋଲିସ୍‌ ।