୬ ଛୁଆ ଓ ସ୍ବାମୀର ସଂସାରକୁ ପଛରେ ଛାଡି ଭିକାରୀ ସହ ଚମ୍ପଟ ମାରିଛନ୍ତି ଜଣେ ୩୬ ବର୍ଷୀୟା ମହିଳା। ଉତ୍ତର ପ୍ରଦେଶର ହରଦୋଇ ଜିଲ୍ଲାରେ ଏଭଳି ଘଟଣା ଦେଖିବାକୁ ମିଳିଛି। ୬ ଛୁଆଙ୍କ ସହ ମହିଳାଙ୍କ ସ୍ବାମୀ ରାଜୁ ଥାନାର ଦ୍ବାରସ୍ଥ ହୋଇଥିବା ବେଳେ ଭାରତୀୟ ନ୍ୟାୟ ସଂହିତାର ଧାରା ୮୭ ଆଧାରରେ ମାମଲା ରୁଜୁ କରାଯାଇଛି। ପରେ ପୋଲିସ ମହିଳାଙ୍କୁ ଖୋଜି ପାଇବାରେ ସଫଳ ହୋଇଥିଲା।
୪୫ ବର୍ଷୀୟ ରାଜୁ ହରଦୋଇର ହରପାଲପୁର ଅଞ୍ଚଳରେ ସ୍ତ୍ରୀ ରାଜେଶ୍ବରୀଙ୍କ ସହ ରହୁଥିଲେ। ଉକ୍ତ ଅଞ୍ଚଳରେ ଭିକ ମାଗୁଥିବା ୪୫ ବର୍ଷୀୟ ନନ୍ହେ ପଣ୍ଡିତ ଓ ରାଜେଶ୍ବରୀଙ୍କ ମଧ୍ୟରେ ସମ୍ପର୍କ ଗଢି ଉଠିଥିଲା। ଭିକ ମାଗିବା ସମୟରେ ନନ୍ହେ ପଣ୍ଡିତ ରାଜେଶ୍ବରୀଙ୍କ ସହିତ କଥାବାର୍ତ୍ତା କରିଥାନ୍ତି। ଏପରିକି ଉଭୟ ଫୋନରେ ମଧ୍ୟ କଥା ହୋଇଥାନ୍ତି।
Also Read
ଅଧିକ ପଢ଼ନ୍ତୁ: ଠକ ହଂସିତା ଅଭିଲିପ୍ସାଙ୍କ ଘରେ IT ରେଡ୍, ଏକକାଳୀନ ୧୨ଟି ସ୍ଥାନରେ ଚାଲିଛି ଚଢ଼ାଉ
ଜାନୁୟାରୀ ୩ ତାରିଖରେ ରାଜେଶ୍ବରୀ ପରିବା ଓ କପଡା କିଣିବା ପାଇଁ ଝିଅ ଖୁସବୁକୁ ସୂଚନା ଦେଇଥିଲେ। ଫେରିବା ବିଳମ୍ବ ହେବା ପରେ ରାଜେଶ୍ବରୀଙ୍କୁ ଖୋଜି ନ ପାଇବା ପରେ ପୋଲିସର ଦ୍ବାରସ୍ଥ ହୋଇଥିଲେ ରାଜୁ। ମଇଁଷି ବିକ୍ରି କରି ଘରେ ରଖିଥିବା ସବୁ ଟଙ୍କା ମଧ୍ୟ ରାଜେଶ୍ବରୀ ନେଇ ଫେରାର ହୋଇ ଯାଇଥିବା ପୋଲିସ ନିକଟରେ ରାଜୁ ଅଭିଯୋଗ କରିଛନ୍ତି। ନନ୍ହେ ପଣ୍ଡିତ ତାଙ୍କ ସ୍ତ୍ରୀକୁ ନେଇ ଯାଇଥିବା ସେ ସନ୍ଦେହ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ। ପୋଲିସ ଖୋଜିବା ପରେ ମହିଳାଙ୍କ ସନ୍ଧାନ ପାଇଥିଲେ। ବରିଷ୍ଠ ଅଧିକାରୀ ଶିଳ୍ପା କୁମାରୀ କହିଛନ୍ତି ନନ୍ହେ ପଣ୍ଡିତଙ୍କୁ ବର୍ତ୍ତମାନ ପୋଲିସ ଖୋଜୁଛି।
ଭାରତୀୟ ନ୍ୟାୟ ସଂହିତାର ଧାରା ୮୭ ଆଧାରରେ ମାମଲା ରୁଜୁ କରାଯାଇଛି। କୌଣସି ମହିଳାଙ୍କୁ ଅପହରଣ କିମ୍ବା ଇଚ୍ଛା ବିରୋଧରେ ଯୌନ ସମ୍ପର୍କ ସ୍ଥାପନ କଲେ ଏହି ଧାରା ଆଧାରରେ ମାମଲା ରୁଜୁ କରାଯାଇଥାଏ। ଏଥି ପାଇଁ ୧୦ ବର୍ଷର କାରାଦଣ୍ଡ ବ୍ୟବସ୍ଥା ରହିଛି।