Advertisment

ନିଜେ ବିଷ ପିଇବା ସହ ୪ ବର୍ଷର ଶିଶୁପୁତ୍ରକୁ ବିଷ ପିଆଇଲା ମାଆ

ମାଆ ନିଜେ ବିଷ ପିଇଲେ। ଆଉ ନିଜର ୪ ବର୍ଷର ପୁଅକୁ ବିଷ ପିଆଇ ଦେଲେ। ଉଭୟ ମେଡ଼ିକାଲ୍‌ ବେଡ୍‌ରେ ଜୀବନ ସହ ସଂଘର୍ଷ କରୁଛନ୍ତି।

author-image
Manoranjan Behera
ଅଦ୍ୟତନ ହୋଇଛି
Mother Attempted Suicide, Kill Her Sons By Poison In Mayurbhanj

Crime

ନିଜେ ବିଷ ପିଇବା ସହ ୪ ବର୍ଷର ଶିଶୁପୁତ୍ରକୁ ବିଷ ପିଆଇଲା ମାଆ। ଏବେ ବିଷ ପିଇ ମାଆ ଏବଂ ଶିଶୁପୁତ୍ର ଗୁରୁତର। ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ନାବରା କଲୋନୀ ଗ୍ରାମରେ। ଗ୍ରାମର ଆଲୋକ ବାଘଡାଙ୍କ ସ୍ତ୍ରୀ ସବିତା ରାଉତ ଆଜି ମଧ୍ୟାହ୍ନରେ ହଠାତ ଘର ଭିତରକୁ ପଶି ଭିତରୁ ତାଲା ମାରିଥିବା ବେଳେ ସାଙ୍ଗରେ ୪ ବର୍ଷର ଶିଶୁପୁତ୍ର ରାଜେଶ ବାଘଡାକୁ ମଧ୍ୟ ସାଙ୍ଗରେ ନେଇ ଏଭଳି କାଣ୍ଡ ଘଟାଇଛନ୍ତି।

Advertisment

କିଛି ସମୟ ପରେ ସ୍ୱାମୀ ଆଲୋକ ଘର ବାହାରେ ବସି ଖାଉଥିବା ବେଳେ ହଠାତ ଶିଶୁପୁତ୍ର ବାହାରକୁ ଆସି ବାନ୍ତି କରିଥିଲା। ବାନ୍ତି କରିବା ପରେ ବିଷ ଗନ୍ଧ ଆସିବାରୁ ପରିବାର ଲୋକେ ଛୋଟ ପିଲାଟି ବିଷ ପିଇଥିବା ଜାଣିବାକୁ ପାଇଥିଲେ। ଏହା ସହିତ ମା ସବିତା ମଧ୍ୟ ବିଷ ପିଇଥିବା ଜାଣିପାରି ଗୁରୁତର ଅବସ୍ଥାରେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଉଭୟ ମାଆ ଏବଂ ଶିଶୁପୁତ୍ରଙ୍କ ଅବସ୍ଥା ଗୁରୁତର ଥିବା ଡାକ୍ତର କହିଛନ୍ତି।

ଅଧିକ ପଢ଼ନ୍ତୁ: ସ୍କୁଲରୁ ଆଣିଲା; ବିଷ ଦେଇ ୨ଛୁଆଙ୍କ ଜୀବନ ନେଇଗଲା ବାପା

ଅଭିଯୋଗ ଅନୁସାରେ ସେ ନିଜେ ଧାନ ବିଷ ପିଇବା ସହିତ ପୁଅକୁ ବିଷ ପିଆଇ ଦେଇଥିଲେ। ପୁଅ ରାଜେଶ ବିଷ ପିଇବା ପରେ ବାନ୍ତି କରିଥିଲା ଓ କାନ୍ଦିଥିଲା। ସେପଟେ ସାବିତା ମଧ୍ୟ ବିଷ ପିଇ ଦେଇଥିବାରୁ ଅସୁସ୍ଥ ହୋଇ ପଡ଼ିଥିଲେ। ପରିବାର ଲୋକେ ଉଭୟଙ୍କୁ ଉଦ୍ଧାର କରି ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଥିବା ଜଣାପଡ଼ିଛି। ତେବେ କ’ଣ ପାଇଁ ମାଆ ନିଜେ ବିଷ ପିଇଲା ସହିତ ପୁଅକୁ ପିଆଇଲେ, ତାହା ଜଣାପଡ଼ିନାହିଁ।

Advertisment
Crime In Odisha
Advertisment
Advertisment