Encounter
କୁଖ୍ୟାତ ଅପରାଧୀକୁ ଏନକାଉଣ୍ଟର କରିଛି ପୋଲିସ। ପୋଲିସ ଗୁଳିରେ ଅପରାଧୀ ସୁଶାନ୍ତ ନାୟକ ଓରଫ ଝାମୁ ଆହତ ହୋଇଛି। ତା’ର ଗୋଡ଼ରେ ଗୁଳି ବାଜିଛି। ତାକୁ ଗୁରୁତର ଅବସ୍ଥାରେ ଅନଗୁଳ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।
ଗତ ଜାନୁୟାରୀ ୨୩ ତାରିଖରେ ତାଳଚେରସ୍ଥିତ ଶନିବାର ହାଟ ନିକଟରେ ଏକ ବଡ଼ଧରଣର ଡକାୟତି ଯୋଜନା କରୁଥିଲା ଝାମୁ । ତାଳଚେର ପୋଲିସ କୌଣସି ସୂତ୍ରରୁ ଖବରପାଇ ଘଟଣାସ୍ଥଳରେ ପହଞ୍ଚିବାରୁ ଝାମୁ ପୋଲିସ ଉପରକୁ ଗୁଳି ଚଳାଇ ଖସି ଯାଇଥିଲା ।
ଅଧିକ ପଢ଼ନ୍ତୁ: ଫୋନ୍ରେ ଗପୁଥିଲା ସ୍ତ୍ରୀ; ବେକକୁ ହାଣିଦେଲା ସ୍ୱାମୀ
ଦୀର୍ଘ ଦିନ ପରେ ପୁଣି ଝାମୁ ଗତକାଲି ତାଳଚେରସ୍ଥିତ ସ୍କଟଲାଣ୍ଡପୁର ଜଙ୍ଗଲରେ ଏକ ଅପରାଧ କରିବା ଲାଗି ଯୋଜନା କରୁଥିଲା। ତାଳଚେର ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ପୋଲିସ ଗାଡ଼ିକୁ ଦେଖି ଦୌଡି ପଳାଉଥିଲା । ତେବେ ପୋଲିସ ପିଛା କରିବା ବେଳେ ଝାମୁ ପୋଲିସ ଉପରକୁ ଗୁଳି ଚଳାଇଥିଲା। ପୋଲିସ ଏହାର ପାଲଟା ଜବାବ ଦେଇଥିଲା। ଝାମୁ ଉପରକୁ ପାଲଟା ଗୁଳି ଚଳାଇଥିଲା ପୋଲିସ୍ । ଝାମୁର ବାମ ଗୋଡ଼ରେ ଗୁଳି ବାଜିଥିଲା । ଝାମୁ ସେଇଠି ରହିଯାଇଥିଲା । ତାକୁ କାବୁ କରିଥିଲା ପୋଲିସ୍ । ଝାମୁର ଅବସ୍ଥା ଗୁରୁତର ହେବାରୁ ତାକୁ ସ୍ଥାନୀୟ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଝାମୁ ନାଁରେ ତାଳଚେର ସମେତ ଅନଗୁଳ ଏବଂ ବାହାର ଜିଲ୍ଲା ଥାନାରେ୨୦ରୁ ଏକାଧିକ ଅପରାଧିକ ମାମଲା ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Encounter_1743663349.jpg)