Advertisment

ସତରେ କେଡ଼େ ହୃଦୟହୀନ : ୮ ମାସର ଝିଅକୁ ୮ଶହ ଟଙ୍କାରେ ବିକି ଦେଲା ମା’

ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଅଭିଯୁକ୍ତ ମା’ ତଥା ଛୁଆ କିଣିଥିବା ଦମ୍ପତି ଫୁଲମଣି ମାରାଣ୍ଡି ଏବଂ ଓକିଲ ଟୁଡୁକୁ ଗିରଫ କରିଛି ପୋଲିସ୍...

author-image
Prangyan Parimita
ଅଦ୍ୟତନ ହୋଇଛି
 Mother

Mother

ନିର୍ଦ୍ଦୟ, ହୃଦୟହୀନ ମା’ । ଦଶ ମାସ ଗର୍ଭରେ ଧରି କିଏ କ’ଣ ସତରେ ନିଜ ପିଲାକୁ ଆଉ କାହା ହାତକୁ ଟେକି ଦେଇପାରେ । ଜନ୍ମକଲା ମା’ ଯେ ଏମିତି କରିବ.. କେହି କେବେ ବିଶ୍ୱାସ କରିପାରିବେ ନାହିଁ । ନିଜେ ଜଣେ ମହିଳା ହୋଇଥିଲେ ବି ଝିଅର ମୂଲ୍ୟ କିପରି ସେ ବୁଝି ପାରିଲାନି । ଦ୍ଵିତୀୟ ସନ୍ତାନ ରୂପରେ ଘରର ଲକ୍ଷ୍ମୀ ସାଜି ଝିଅଟିଏ ଘରକୁ ଆସିବା ପରେ ମା’ ନିଜେ ନିଜ ପିଲାର ସାଜିଛି ବଇରୀ.. ।

Advertisment

ମୟୂରଭଞ୍ଜ ଖୁଣ୍ଟା ଥାନା ମହୁଲିଆ ଗ୍ରାମରୁ ଏପରି ଏକ ଖବର ଆସିଛି । ସ୍ୱାମୀର ଅଗୋଚରରେ ସ୍ତ୍ରୀ ମାତ୍ର ୮ଶହ ଟଙ୍କାରେ ବିକ୍ରି କରିଦେଇଛି ନିଜ ଜନ୍ମ କଲା ଝିଅକୁ..ଏପରିକି ଝିଅକୁ ବିକ୍ରି କରିବା ପରେ ମଧ୍ୟ ନା ତାଙ୍କ ମନରେ ଅଛି ଅବଶୋଷ ନା ଝିଅକୁ ବିକ୍ରି କରିବାର ଦୁଃଖ....ଏଭଳି ଘଟଣା ଏବେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି... ।

ମହୁଲିଆ ଗାଁର କାରମି ମୁର୍ମୁ ଏବଂ ମୁଷୁ ମୁର୍ମୁଙ୍କର ୯ ମାସ ପୂର୍ବରୁ ଦ୍ଵିତୀୟ ସନ୍ତାନ ଜନ୍ମ ହୋଇଥିଲା । ପ୍ରଥମ ସନ୍ତାନ ଝିଅଟିଏ ହୋଇଥିବା ବେଳେ ଦ୍ଵିତୀୟ ସନ୍ତାନ ମଧ୍ୟ ଝିଅଟିଏ ହୋଇଥିଲା । ଦ୍ଵିତୀୟ ସନ୍ତାନ ଜନ୍ମ ହେବା ପରେ ଖୁସିରେ ଏକୋଇଶିଆ କରିବା ପରେ ବାପା ମୁଷୁ ମୁର୍ମୁ ତାମିଲନାଡୁ ନିଜର କର୍ମସ୍ଥଳୀକୁ ଚାଲି ଯାଇଥିଲେ..। ତେବେ ସେ ଯେତେବେଳେ ଆସି ଘରେ ପହଞ୍ଚିଲେ, ୮ ମାସର କୁନି ଝିଅ ଘରେ ନଥିଲା ।...

Advertisment

ଅନେକ ଖୋଜାଖୋଜି କରିଥିଲେ ହେଲେ ପରେ ପାଇଲେନି । ପରେ ଜାଣିବାକୁ ପାଇଲେ, ତାଙ୍କ ସ୍ତ୍ରୀ ଖୁଣ୍ଟା ଥାନା ବିପ୍ରଚରଣପୁର ଅଂଚଳର ଦମ୍ପତିଙ୍କୁ ମାତ୍ର ୮ ଶହ ଟଙ୍କାରେ ଝିଅକୁ ବିକ୍ରି କରିଦେଇଛି.. । ଏହା ପରେ ସେ ଥାନାର ଦ୍ୱାରସ୍ଥ ହୋଇଥିଲେ... । ପୋଲିସ ଛୁଆକୁ କିଣିଥିବା ଦମ୍ପତି ଫୁଲମଣି ମାରାଣ୍ଡି ଏବଂ ଓକିଲ ଟୁଡୁକୁ ଗିରଫ କରିଛି... । ଏହା ସହିତ ଏହି ବିକ୍ରିରେ ମଧ୍ୟସ୍ଥି ସାଜିଥିବା ମହିଳା ମାହି ମୁର୍ମୁଙ୍କୁ ମଧ୍ୟ ପୋଲିସ ଗିରଫ କରିଛି... । ଅନ୍ୟପଟେ ବିକ୍ରି ହୋଇଥିବା ୮ ମାସର ଶିଶୁକନ୍ୟାକୁ ମଧ୍ୟ ଉଦ୍ଧାର କରିଛି... ।

Child Rescue Mother
Advertisment
Advertisment