Advertisment

Attack to Bapi Panda’s Brothers: ଜାଗରରେ ବୋହିଲା ରକ୍ତର ନଈ ; ବାପି ପଣ୍ଡାଙ୍କ ୨ ଭାଇଙ୍କୁ ହାଣି ପକାଇଲେ

ଦୁର୍ବୃତ୍ତମାନେ ବାପି ପଣ୍ଡାଙ୍କ ୨ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ହାଣି ପକାଇଥିଲେ। ପରେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ପୁଲିସ ଓ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Attack

Attack

ଯାତ୍ରା କଳାକାର ବାପି ପଣ୍ଡାଙ୍କ ୨ଭାଇଙ୍କୁ ହାଣି ପକାଇଲେ ଦୁର୍ବୃତ୍ତ। ବାଲେଶ୍ୱର ଜିଲ୍ଲା ନାଥପାଣି ଛକରେ ଏହି ଘଟଣା ଘଟିଛି। ଆହତମାନେ ହେଲେ ବାପୁ ପଣ୍ଡା ଓ ବାବି ପଣ୍ଡା। ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Advertisment

ଗତକାଲି ନାଥପାଣି ଛକରେ ଥିବା ଶିବ ମନ୍ଦିରରେ ବାପୁ ଓ ବାବି ଥିଲେ। ଏହି ସମୟରେ କୌଣସି  କଥାକୁ ନେଇ କିଛି ଦୁର୍ବୃତ୍ତଙ୍କ ସହ ସେମାନଙ୍କର ବଚସା ହୋଇଥିଲା। ଏହି ବଚସା ଉଗ୍ର ରୂପ ନେଇଥିଲା।

ଅଧିକ ପଢ଼ନ୍ତୁ: କର୍ପୋରେଟରଙ୍କ ଆତଙ୍କରାଜ:ଲୋକଙ୍କ ସେବା ବଦଳରେ ଖଣ୍ଡା ଧରି ହାଣି ପକାଇଲେ

Advertisment

ଦୁର୍ବୃତ୍ତମାନେ ବାପି ପଣ୍ଡାଙ୍କ ୨ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ହାଣି ପକାଇଥିଲେ। ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ପୁଲିସ ଓ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ତେବେ କେଉଁ କାରଣ ପାଇଁ ଏହି ହଣାକଟା ହେଲା ତାହା ଜଣାପଡ଼ି ନାହିଁ। ଜମିଜମା ବିବାଦ ପାଇଁ ଏହି ଘଟଣା ଘଟିଥିବା ଜଣାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

ଅଧିକ ପଢ଼ନ୍ତୁ:ଜଙ୍ଗଲକୁ ଚଢ଼ାଉ ପାଇଁ ଯାଇଥିଲେ,ଖଣ୍ଡାରେ ହାଣି ପକାଇଲେ ମଦ ମାଫିଆ...

Balasore Attack Bapi Panda Odia Jatra
Advertisment
Advertisment