/odishatv-khabar/media/post_attachments/uploadimage/library/16_9/16_9_0/____1673252252.jpg)
Miscreants Vandalise Of A Club In Bhubaneswar
ରାଜଧାନୀ ଛାତି ଉପରେ ଆତଙ୍କରାଜ। ଗାଡ଼ିରେ ଆସିଲେ, ଭଙ୍ଗାରୁଜା କରି ଚାଲିଗଲେ। ଗତ ଶନିବାର ବିଳମ୍ବିତ ରାତିରେ ଭୁବନେଶ୍ୱରରେ ଏହି ଘଟଣା ଘଟିଛି। ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ ଡ୍ୟାନ୍ସ ବାର୍ରେ କିଛି ଦୁର୍ବୃତ୍ତ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ୍ ୩୪ ଜଣଙ୍କୁ ଗିରଫ କରି ତଦନ୍ତ ଚଳାଇଛି। ଏହା ସହ ଏକ ବସ୍ ମଧ୍ୟ ଜବତ କରାଯାଇଛି।
ସୂଚନା ଅନୁସାରେ, ଶନିବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଗାଡ଼ିରେ ଆସି ଡ୍ୟାନ୍ସ ବାର୍ ବାହାରେ ଥିବା ସିକ୍ୟୁରିଟି ପୋଷ୍ଟରେ ପାଟିତୁଣ୍ଡ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଏହାସହ ଡ୍ୟାନ୍ସ ବାର୍ରେ ମଧ୍ୟ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଆଇନ୍କୁ ହାତକୁ ନେଇ ଦୁର୍ବୃତ୍ତମାନେ ଆତଙ୍କରାଜ ଖେଳାଇ ଥିଲେ।
ଚନ୍ଦ୍ରଶେଖରପୁର ଅଞ୍ଚଳର ଏକ କ୍ଲବରେ ବ୍ୟାପକ ଭଙ୍ଗାରୁଜା । ଅଭିଯୁକ୍ତଙ୍କୁ ଅଟକ ରଖି ଖୋଳତାଡ଼ ଚଳାଉଛି ପୋଲିସ । ଅଭିଯୁକ୍ତମାନେ ବ୍ୟବହାର କରିଥିବା ଏକ ବସ୍ ମଧ୍ୟ ଅଟକ । #Bhubaneswar#OTVpic.twitter.com/d8sXZx8pSj
— ଓଟିଭି (@otvkhabar) January 9, 2023
ହକି ବିଶ୍ୱକପ୍ ପାଇଁ କମିଶନରେଟ ପୋଲିସ୍ ପକ୍ଷରୁ କଡ଼ା ପହରା ଚାଲି ଥିବାବେଳେ ଏଭଳି ଘଟଣା ଏବେ ଚର୍ଚ୍ଚାକୁ ଆସିଛି। ଏହି ଘଟଣାରେ ପୋଲିସ୍ ୩୪ ଜଣଙ୍କୁ ଗିରଫ କରି ଖୋଳତାଡ଼ ଚଳାଇଛି। ଏହାସହ ଏକ ବସ୍ ମଧ୍ୟ ଜବତ କରାଯାଇଛି।
ସୂଚନାଥାଉ କି, କିଛିଦିନ ପୂର୍ବେ ଦୁର୍ବୃତ୍ତମାନେ ବିଚ୍ ରାସ୍ତାରେ ଜଣେ ମହିଳା ପୋଲିସ୍ଙ୍କୁ ଗୋଡ଼ାଇଥିଲେ। ଗତ ୨ ତାରିଖ ରାତି ପ୍ରାୟ ସାଢ଼େ ୧ଟାରେ ଭୁବନେଶ୍ୱର ମହିଳା ଥାନାର ସବ୍ ଇନସ୍ପେକ୍ଟର ଶୁଭଶ୍ରୀ ନାୟକ ଡ୍ୟୁଟି ସାରି ଆଚାର୍ଯ୍ୟ ବିହାର ସାଇନ୍ସ ପାର୍କ ପାର୍ଶ୍ୱ ରାସ୍ତା ଦେଇ ରିଜର୍ଭ ଅଫିସ ସ୍ଥିତ କ୍ୱାର୍ଟର୍ସକୁ ଫେରୁଥିଲେ। ଏହି ସମୟରେ ରିଜର୍ଭ ଅଫିସ ପଟୁ ଏକ ଇନୋଭା କାର ତାଙ୍କୁ ପିଛା କରିଥିଲା। ତେବେ ସେ ପୋଲିସ ୟୁନିଫର୍ମରେ ଥିବା ଦେଖି ତାଙ୍କୁ କାରରେ ଥିବା ୩ ଅଭିଯୁକ୍ତ ଅଶ୍ରାବ୍ୟ ଭାଷାରେ ଗାଳି ଦେବା ସହିତ ରାସ୍ତାରେ ୟୁଟର୍ଣ୍ଣ ମାରି ପିଛା କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)