Advertisment

ହସ୍ପିଟାଲ୍‌ରେ ଗୁଣ୍ଡାରାଜ: ସିକ୍ୟୁରିଟି ଗାର୍ଡଙ୍କ ଠୁ ଆରମ୍ଭ କରି ନର୍ସ..ସମସ୍ତଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ

ଦୁର୍ବୃତ୍ତଙ୍କ ଆକ୍ରମଣ ଯୋଗୁ ହସ୍ପିଟାଲ୍‌ରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା। ଦୁର୍ବୃତ୍ତଙ୍କ ଆକ୍ରମଣ ବେଳର ଭିଜୁଆଲ ସିସିଟିଭିରେ କଏଦ ହୋଇଛି ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Miscreants Thrashed Doctor After Patient Death In Bhubaneswar

Miscreants Thrashed Doctor After Patient Death In Bhubaneswar

ହସ୍ପିଟାଲ୍‌ ଭିତରେ ପଶି ଡାକ୍ତରଙ୍କୁ ପିଟିଲେ। ସିକ୍ୟୁରିଟି ଗାର୍ଡଙ୍କ ଠାରୁ ଆରମ୍ଭ କରି ନର୍ସ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଦୁର୍ବୃତ୍ତ । ରାଜଧାନୀର କଟକ-ପୁରୀ ରୋଡ୍‌ରେ ଥିବା ଏକ ଘରୋଇ ହସ୍ପିଟାଲରେ ଏଭଳି ଘଟଣା ଦେଖିବାକୁ ମିଳିଛି। 

Advertisment

ଦୁର୍ବୃତ୍ତଙ୍କ ଆକ୍ରମଣ ଯୋଗୁ ହସ୍ପିଟାଲ୍‌ରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା। ଦୁର୍ବୃତ୍ତଙ୍କ ଆକ୍ରମଣ ବେଳର ଭିଜୁଆଲ ସିସିଟିଭିରେ କଏଦ ହୋଇଛି । ବଡ଼ଗଡ଼ ପୋଲିସ ଘଟଣାରେ ଏକ ମାମଲା ରୁଜୁ କରି ୨ ଜଣଙ୍କୁ ଗିରଫ କରିଛି।

Advertisment

ସୂଚନା ଅନୁସାରେ, ଆକ୍ରମଣକାରୀ ଯୁବକମାନେ ଜଣେ ସମ୍ପର୍କୀୟଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍‌ ଆଣିଥିଲେ। ରୋଗୀର ସ୍ୱାସ୍ଥ୍ୟାବସ୍ଥାରେ ଅନେକ ସମସ୍ୟା ଥିବାରୁ ଭଲ ଚିକିତ୍ସା ପାଇଁ ଅନ୍ୟ ହସ୍ପିଟାଲ୍‌ ନେବାକୁ ଡାକ୍ତର କହିଥିଲେ। 

ଏହାପରେ ସମ୍ପର୍କୀୟ ରାଜଧାନୀ ଭୁବନେଶ୍ୱରର ଏକ ବଡ଼ ହସ୍ପିଟାଲ୍‌କୁ ନେଇଥିଲେ। ତେବେ ସେଠାରେ ରୋଗୀଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ରୋଗୀଙ୍କ ସମ୍ପର୍କୀୟ ପ୍ରଥମେ ଆଣିଥିବା ହସ୍ପିଟାଲକୁ ଯାଇ ଏଭଳି କାଣ୍ଡ ଘଟାଇଛନ୍ତି। ଦୁର୍ବୃତ୍ତଙ୍କ ଆକ୍ରମଣରେ ଡ୍ୟୁଟିରେ ଥିବା ଡାକ୍ତର ଗୁରୁତର ଆହତ ହୋଇଛନ୍ତି।

Attack
Advertisment
Advertisment