Loot
ବନ୍ଧୁକ ଦେଖାଇ ଲୁଟିନେଲେ ୧୦ ଲକ୍ଷ ଟଙ୍କା । ଲୁଟେରାମାନେ ମାରଣାସ୍ତ୍ର ଦେଖାଇ ଏକ ପରିବହନ ସଂସ୍ଥାରୁ ଲୁଟିଛନ୍ତି ୧୦ ଲକ୍ଷରୁ ଅଧିକ ଟଙ୍କା । ଏପରି ଘଟଣା ସୁନ୍ଦରଗଡ଼ରେ ଘଟିଥିବାବେଳେ ପୂରା ଲୁଟ୍ର ଘଟଣା ସିସିଟିଭିରେ କଏଦ୍ ହୋଇଛି ।
ସୁନ୍ଦରଗଡ ରାଇକେଲାରେ ବଡ ଧରଣର ଲୁଟ୍ ହୋଇଛି । ଲୁଟେରାମାନେ ମାରଣାସ୍ତ୍ର ଦେଖାଇ ଏକ ପରିବହନ ସଂସ୍ଥାରୁ ୧୦ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୪୬ରେ ଲୁଟେରାମାନେ ରାଇକେଲାର ଗୀତାରାଣୀ ମହାନ୍ତି ମାଇନ୍ସରେ ଅଫିସରେ ପଶିଥିଲେ ।
ଏହାପରେ ସେଠାରେ ଥିବା କର୍ମଚାରୀମାନଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇ ୧୦ଲକ୍ଷ ଟଙ୍କା ଲୁଟି ନେଇଥିଲେ । ସିସିଟିଭିରେ ଲୁଟର ଭିଜୁଆଲ କଏଦ ହୋଇଛି । ଲୁଟେରାମାନେ ଟାଙ୍ଗିଆରେ ହାଣି ଅଫିସର ଆସବାବପତ୍ର ନଷ୍ଟ କରିଥିଲେ । ଲୁଟରେ ୫ଜଣ ଦୁର୍ବୃତ୍ତ ସାମିଲ ଥିବା ସୂଚନା ମିଳିଛି । ଖବର ପାଇ କୋଇଡା ପୋଲିସ ଘଟଣାର ତଦନ୍ତ କରୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Loot_1707361585.jpg)