/odishatv-khabar/media/post_attachments/uploadimage/library/16_9/16_9_0/Loot_1702033734.jpg)
Loot
ପୁଣି ରାଜଧାନୀରେ ମାତିଲେ ଚୋର । ଏଥର ଟାର୍ଗେଟରେ ଜଣେ ଅବସରପ୍ରାପ୍ତ ଜଜଙ୍କ ଘର । ଜଜ୍ ବିଦେଶକୁ ଯାଇଥିବା ବେଳେ ତାଙ୍କ ଘରକୁ ବି ଛାଡିଲେନି ଅପରାଧୀ । ଜଜଙ୍କ ତଳ ଘରେ ରହୁଥିବା ଭଡ଼ାଟିଆଙ୍କ ଘରୁ ଲୁଟ୍ ହୋଇଥିବା ବେଳେ ଜଜ୍ ନିଜେ ରହୁଥିବା ରୁମରେ ପଶିପାରିନାହାନ୍ତି ଲୁଟେରା । ହେଲେ ତାଙ୍କ ତଳ ଘରେ ଭଡାରେ ରହୁଥିବା ଭଡାଟିଆଙ୍କ ଘରୁ ଲୁଟ ହୋଇଛି ।
ଲୁଟେରା ଘର ଝରକା ଭାଙ୍ଗି ଭଡାଟିଆଙ୍କ ଘର ଭିତରେ ପଶି ୧୨ ହଜାର ଟଙ୍କା, ସୁନାର ଛୋଟ ମୂର୍ତ୍ତି ସହ ଗୋଟିଏ ରୁପା ମୁର୍ତ୍ତ ଚୋରି କରି ନେଇଛନ୍ତି । ସୁନା ଅଳଙ୍କାର ଓ ଟଙ୍କା ପାଇବା ଆଶାରେ ଭଡାଟିଆଙ୍କ ଘରର ଆଲମିରା ତଡା ହେବାସହ ଆସବାପତ୍ର ବିଛାଡି ହୋଇପଡିଛି । ଏଭଳି ଘଟଣା ଘଟିଛି ରାଜଧାନୀ ପୋଖରୀପୁଟ ଲିଙ୍ଗରାଜ ବିହାର ଅଞ୍ଚଳରେ ।
ଅବସରପ୍ରାପ୍ତ ଜଜଙ୍କ ଘରେ ଭଡାରେ ରହୁଥିବା ଭଡାଟିଆ ଭୁବନେଶ୍ୱର ଏୟାରପୋର୍ଟରେ ଚାକିରି କରିଥିବା ବେଳେ ଗତକାଲି ରାତି ପ୍ରାୟ ୧୦ଟା ବେଳକୁ ଘରକୁ ଫେରିବା ପରେ ଲୁଟ ହୋଇଥିବା ଜାଣିବାକୁ ପାଇଥିଲେ । ଏନେଇ ଏୟାରପୋର୍ଟ ଥାନା ପୋଲିସକୁ ଖବର ଦେଇଥିଲେ । ଏୟାରପୋର୍ଟ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଛାନଭିନ ଆରମ୍ଭ କରିଛି । ଭଡାଟିଆଙ୍କ ଘର ଛାନଭିନ ବେଳେ ଜଜ୍ ରହୁଥିବା ରୁମ ବାହାରେ ଅଜଣା ଚାବି ପେନ୍ଥା ବାହାରିଥିଲା । ତେବେ କିଏ ସେ ଲୁଟେରା ତାକୁ ଧରିବା ପୋଲିସ ପାଇଁ ଚାଲେଞ୍ଜ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)