Explosion In Nayagarh
ଦିନ ଦ୍ୱିପ୍ରହରରେ ବିଚ୍ ରାସ୍ତାରେ ବୋମାମାଡ଼। ନୟାଗଡ଼ ଜିଲ୍ଲା ଦଶପଲ୍ଲାରେ ହୋଇଛି ବୋମାମାଡ଼ । ଦଶପଲ୍ଲା ଏନ୍ଏଚ୍ -୫୭ ଦୁର୍ଗା ବଜାର ନିକଟରେ ବୋମାମାଡ଼ ହୋଇଥିବା ଜଣାପଡ଼ିଛି । ବୋମାମାଡ଼ରେ ୪ଜଣ ଆହତ ହୋଇଥିବା ଜଣାପଡିଛି । ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବୋମାମାଡ଼ କରି ଘଟଣାସ୍ଥଳରୁ ଦୁର୍ବୃତ୍ତ ଫେରାର ହୋଇଯାଇଛି । ବୋମାମାଡ଼ର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ । ସେପଟେ ଖବର ପାଇ ଦଶପଲ୍ଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।
ବୋମାମାଡ଼ କିଏ ଓ କାହିଁକି କଲା ତାହାର କାରଣ ଖୋଜିବା ସହ ଘଟଣାସ୍ଥଳରେ ଛାନଭିନ କରିଛି ଦଶପଲ୍ଲା ପୋଲିସ । ସେପଟେ ବିଚ୍ ରାସ୍ତାରେ ଦିନ ଦ୍ୱିପ୍ରହରରେ ଏପରି ବୋମାମାଡ଼ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି । ଆତଙ୍କିତ ଅବସ୍ଥାରେ ଅଛନ୍ତି ସ୍ଥାନୀୟବାସିନ୍ଦା । ସେହିପରି ଗତ ଏପ୍ରିଲ ମାସରେ ଭଦ୍ରକ ଜିଲ୍ଲା ତିହିଡ଼ି ଥାନାର କାଁପଡ଼ା ଗାଁରେ ଗଣ୍ଡଗୋଳ ହୋଇଥିଲା । ରାଜନୈତିକ ବିବାଦରୁ ଗଣ୍ଡଗୋଳ ସହ ବୋମାମାଡ଼ରେ ୭ ଜଣ ଗୁରୁତର ହୋଇଥିଲେ ।
ଅଧିକ ପଢନ୍ତୁ : ରାଜନୈତିକ ବିବାଦରୁ ଗୋଷ୍ଠୀ ସଂଘର୍ଷ, ବୋମାମାଡରେ ୭ ଜଣ ଗୁରୁତର
America Entry Ban: ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତି, ୧୨ ଦେଶର ଲୋକଙ୍କୁ ଆମେରିକାରେ ଏଣ୍ଟ୍ରି ନାହିଁ

Shashi Tharoor's Son Questioning: ଶଶି ଥରୁରଙ୍କୁ ପ୍ରଶ୍ନ କଲେ ସାମ୍ବାଦିକ ପୁଅ : ଉତ୍ତରରେ ବାପା କହିଲେ, ତାକୁ ଅନୁମତି ଦେବାର ନଥିଲା...
Tendulkar-Anderson Trophy: ବଦଳିଲା ଭାରତ-ଇଂଲଣ୍ଡ ସିରିଜ୍ ନାଁ, ପଟୌଦି ଟ୍ରଫି ହେଲା ସଚିନ୍-ଆଣ୍ଡରସନ୍ ଟ୍ରଫି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)