/odishatv-khabar/media/post_attachments/uploadimage/library/16_9/16_9_0/____1671870041.jpg)
Miscreants Allegedly Firing In Khordha
ଭୋଜି ଚାଲିଥିବା ବେଳେ ପ୍ରଥମେ ବଚସା ହୋଇଥିଲା, ପରେ ବୋମାମାଡ଼। ଖୋର୍ଦ୍ଧା ଜିଲ୍ଳା ଜଙ୍କିଆ ଥାନା ଅନ୍ତର୍ଗତ ମଳିପଡା ଗାଁରେ ସାମାନ୍ୟ ବଚସାକୁ ନେଇ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତଙ୍କ ବୋମାମାଡ଼ରେ ଜଣେ ବ୍ୟକ୍ତିଙ୍କ ଘରର ଆସବାବପତ୍ର ସହ ବାଇକ୍ ମଧ୍ୟ ଭାଙ୍ଗିଛି।
Advertisment
ସୂଚନା ଅନୁସାରେ, ମଳିପଡାର ଭଗବତୀ ମନ୍ଦିର ନିକଟରେ କିଛି ଯୁବକ ଭୋଜି କରୁଥିବା ବେଳେ, ସେଠାକାର ନିଶାସକ୍ତ ଯୁବକ ସେମାନଙ୍କୁ ଗାଳିଗୁଳଜ କରିଥିଲେ। ଭାଗିରଥି ପାହାଡ ସିଂ ନାମକ ଜଣେ ଯୁବକ ବିରୋଧ କରିବାରୁ ସେଠାରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏନେଇ ଭାଗିରଥୀ ଜଙ୍କିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ନେଇ ରାତିରେ ୫ରୁ ୬ ଜଣ ଦୁର୍ବୃତ୍ତ ଘର ଉପରକୁ ବୋମାମାଡ଼ କରିଥିବା ନେଇ ଭାଗିରଥି ଅଭିଯୋଗ କରିଛନ୍ତି।
ବୋମାମାଡ଼ରେ ଘରର ଆସବାବପତ୍ର ଓ ବାଇକ ଭାଙ୍ଗିରୁଜି ଯାଇଛି। ଅଭିଯୋଗ ପାଇ ଜଙ୍କିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)