ASHA Worker Beaten Up
ମରିଗଲା ମାନବିକତା, ସୀମା ଟପିଲା ଅପରାଧ । ମହିଳାଙ୍କୁ ଗାଁ ଭିତରେ ଉଲଗ୍ନ କରି ପିଟିଲେ । ଏମିତି କିଛି ଅଭିଯୋଗ ଆସିଛି ନୟାଗଡ଼ ଫତେଗଡ଼ ଥାନା ପାର୍ବତୀପୁର ଗାଁରେ । ଆଶା କର୍ମୀଙ୍କୁ କିଛି ଯୁବକ ବିନା କାରଣରେ ପିଟିଥିବା ଅଭିଯୋଗ ହୋଇଛି । ଜଣେ ବ୍ୟକ୍ତିଙ୍କ ଘରକୁ ଔଷଧ ଦେବାକୁ ଯିବାବେଳେ କିଛି ମଦ୍ୟପ ଯୁବକ ଆଶା କର୍ମୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ, ବିନା କାରଣରେ ଏତେ ବଡ଼ ଘଟଣା ଘଟୁଥିବା ଦେଖି ଅଟକାଇଥିଲେ ଜଣେ ଯୁବକ । ତେବେ ତାଙ୍କୁ ବି ଅଭିଯୁକ୍ତମାନେ ମରଣାନ୍ତକ ଆକ୍ରମଣ କରିଥିଲେ । ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ତଦନ୍ତ ଜାରି ରଖିଛି । ଘଟଣା ସମ୍ପର୍କରେ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ । ଗୋଟିଏ ପଟେ ଗୋପାଳପୁର ଗଣଦୁଷ୍କର୍ମ ଘଟଣା କେବଳ ରାଜ୍ୟ ନୁହେଁ, ଦେଶକୁ ହଲଚଲ କରିଛି । ଅନ୍ୟପଟେ ନୟାଗଡ଼ରେ ଆଶାକର୍ମୀଙ୍କୁ ଏଭଳି ଅତ୍ୟାଚାର ଘଟଣାକୁ ସବୁ ମହଲରେ ନିନ୍ଦା କରାଯାଇଛି ।