/odishatv-khabar/media/post_attachments/uploadimage/library/16_9/16_9_0/IMAGE_1728572305.jpg)
Odisha Police
ଥାନାରେ ଉତ୍ପାତ କରିବା ପଡ଼ିଲା ମହଙ୍ଗା । ଡ୍ୟୁଟିରେ ଥିବା ପୋଲିସ ଅଫିସରଙ୍କୁ ମହିଳାଙ୍କ ଦୁର୍ବ୍ୟବହାର ପରେ ରୁଜୁ ହେଲା ମାମଲା । ଏହା ପରେ ସଂପୃକ୍ତ ମହିଳାଙ୍କୁ ନୋଟିସ୍ କରି ଛାଡ଼ିଛି ପୋଲିସ । ରାଜଧାନୀ ଭୁବନେଶ୍ୱରରେ ଏ ଘଟଣା ସାମ୍ନାକୁ ଆସିବା ପରେ ଘଟଣାର ସରଜମିନ ତଦନ୍ତ କରିଛନ୍ତି ପୋଲିସ କମିଶନର ।
ସମସ୍ତଙ୍କୁ ଗାଳି କଲେ .. ଯାହା ପାରିଲେ ଫୋପାଡ଼ିଲେ ଆଉ ଭାଙ୍ଗିଲେ .. ଡ୍ୟୁଟିରେ ଥିବା ଅଫିସରଙ୍କୁ ର୍ଦୁବ୍ୟବହାର ବି କଲେ । ଆଉ ଶେଷରେ ଆକ୍ସନ ମୋଡକୁ ଆସିଲା ପୋଲିସ । ଭୁବନେଶ୍ୱର ଖଣ୍ଡଗିରି ଥାନାରେ ମହିଳାଙ୍କ ଉତ୍ପାତ ଘଟଣାରେ ଆକ୍ସନ ମୋଡକୁ ଆସିଛି ପୋଲିସ । ସଂପୃକ୍ତ ମହିଳାଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିବା ସହ ବ୍ୟକ୍ତିଗତ ମୁଚାଲିକାରେ ତାଙ୍କୁ ଘରକୁ ଛାଡ଼ିଛି ।
ବୁଧବାର ସଂଧ୍ୟା ପ୍ରାୟ ୬ଟା । ହଠାତ୍ ଖଣ୍ଡଗିରି ଥାନାରେ ଆସି ପହଞ୍ଚିଥିଲେ ଜଣେ ମହିଳା । ମହିଳା ଜଣକ ଥାନା ଭିତରେ ଯାହାକୁ ପାରିଲେ ତାକୁ ଗାଳିଗୁଲଜ କରିଥିଲେ । ପ୍ରାୟ ୩ ଘଣ୍ଟା ଧରି ଥାନାରେ ଉତ୍ପାତ ଚଳାଇଥିଲେ ମହିଳା । ଏପରିକି ଥାନାର ସମସ୍ତ ଷ୍ଟାଫ୍ ମଧ୍ୟ ନିଜ ଚୌକି ଛାଡ଼ି ବାହାରକୁ ଚାଲି ଆସିଥିଲେ । ପରେ ଖବର ଯାଇଥିଲା ପୋଲିସ କମିଶନରଙ୍କ ପାଖକୁ ।
ଆଉ ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଥାନାରେ ଅତର୍କିତ ପହଞ୍ଚିଥିଲେ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ । ଥାନାର ସିସିଟିଭି ଏବଂ ମୋବାଇଲ ଭିଡିଓରେ ରେକର୍ଡ ହୋଇଥିବା ମହିଳାଙ୍କ କାରନାମା ଯାଞ୍ଚ କରଥିଲେ । ଏଥିସହ ଡ୍ୟୁଟିରେ ଥିବା ଅଫିସରଙ୍କୁ ପଚରାଉଚରା କରିଥିଲେ । ଏହା ପରେ ତୁରନ୍ତ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଇଥିଲେ ପୋଲିସ କମିଶନର ।
ଖାଲି ଏହି ଗୋଟିଏ ଘଟଣା ନୁହେଁ, ପୂର୍ବରୁ ବି କିଛି ଦିନ ଦିନ ଭିତରେ ସାମ୍ନାକୁ ଆସିଲାଣି ଏଭଳି ମଦ୍ୟପ ମହିଳାଙ୍କ ଉନ୍ମତ୍ତ କାଣ୍ଡ । କିଏ ମଦ ପିଇ ରାସ୍ତାରେ ଗଡ଼ିଲାଣି ତ ଆଉ କିଏ ନିଶାରେ ଥାନା ପାଚେରୀ ଡେଇଁବାକୁ ଉଦ୍ୟମ କଲେଣି । ବଡଗଡ ଏବଂ ଇନଫୋସିଟି ଥାନା ଅଞ୍ଚଳରେ ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଏବେ ମହିଳାମାନଙ୍କ ଏଭଳି ଆଚରଣ ଦେଖି ସମସ୍ତେ ତାଜୁବ ।
ଗତ ସପ୍ତାହକ ମଧ୍ୟରେ ଭୁବନେଶ୍ୱରରେ ଏଭଳି ୭ଟି ଘଟଣା ଦେଖିବାକୁ ମିଳିଲାଣି । କେଉଁଠି ମତୁଆଲା ହୋଇ ମହିଳା ରାସ୍ତା କଡ଼ରେ ପଡ଼ୁଛନ୍ତି ତ ଆଉ କେଉଁଠି ପୋଲିସ ସହ ଯୁକ୍ତିତର୍କ କରୁଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)