• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କ୍ଲାସ୍‌ ଚାଲିଥିଲା । ହଠାତ୍‌ ବାହାରୁ ଶୁଭିଲା ଜୟ ଶ୍ରୀରାମ ଜୟ ଶ୍ରୀରାମ । କ୍ଲାସ୍‌ ବାହାରେ କିଛି ପିଲା ଜୟ ଶ୍ରୀରାମ ନାରା ଦେଉଥିଲେ । ତାହା ଦେଖି କ୍ଲାସ୍‌ ଭିତରୁ ଜଣେ ଛାତ୍ର ବାହାରି ନାରା ଦେଉଥିବା ଛାତ୍ରଙ୍କ ସହ ସାମିଲ ହେଲା । ଆଉ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ନାରା ଦେଲା । ଏହା ହିଁ ଥିଲା ଛାତ୍ରର ସବୁଠାରୁ ବଡ଼ ଭୁଲ । ଯେଉଁଥିପାଇଁ ତାକୁ ସ୍କୁଲରୁ ବାହାର କରିଦିଆଗଲା ।

ଏହି ପୁରା ଘଟଣା ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ । କାରଣ ଜଣେ ଛାତ୍ର ଯଦି କ୍ଲାସ୍‌ରୁ ବାହାରି ଜୟ ଶ୍ରୀ ରାମ ନାରା ଦେଲା ଅନ୍ୟ ପିଲାଙ୍କ ସହ ତେବେ ତାକୁ ସ୍କୁଲରୁ ବାହାର କରାଯିବ କାହିଁକି ? ଖାଲି ସେତିକି ନୁହେଁ, ଛାତ୍ରଙ୍କୁ ପ୍ରବଳ ମାଡ଼ ମଧ୍ୟ ମରାଯାଇଛି । ଜଣେ ଶିକ୍ଷକଙ୍କ ସମେତ ଦୁଇ ଜଣ ଶିକ୍ଷୟିତ୍ରୀ ତାଙ୍କୁ ମାଡ଼ ମାରିଛନ୍ତି । ଆଉ ଗୁରୁତର ଅବସ୍ଥାରେ ଛାଡ଼ିଛନ୍ତି ।

କେବଳ ଜଣେ ଛାତ୍ରଙ୍କୁ ନୁହେଁ ନାରା ଦେଉଥିବା ୧୧ ଜଣ ଛାତ୍ରଙ୍କୁ ସ୍କୁଲର ପିଟି ଶିକ୍ଷକ ଓ ଅନ୍ୟ ଦୁଇ ଜଣ ଶିକ୍ଷୟତ୍ରୀ ମାଡ଼ ମାରି ଗୁରୁତର କରିଛନ୍ତି । ଏହି ଘଟଣା ଅନ୍ୟ କେଉଠି ନୁହେଁ ବରଂ ଖୋଦ୍‌ ଦେଶର ରାଜଧାନୀ ଦିଲ୍ଲୀର ଗ୍ରେଟର ନୋଇଡ଼ା ଅଞ୍ଚଳରେ ଥିବା ଏକ ସ୍କୁଲରେ ଘଟିଛି । 

ଦୀପକ ଶର୍ମା, ଏ ହେଉଛନ୍ତି ସେହି ଛାତ୍ର (ଲକ୍ଷ୍ୟ)ଙ୍କ ବାପା ଯିଏ କ୍ଲାସ୍‌ରୁ ବାହାରି ଅନ୍ୟ ପିଲାଙ୍କ ସହ ଜୟ ଶ୍ରୀ ରାମ ନାରା ଦେଇଥିଲା । ଆଉ ମାଡ଼ ଖାଇଥିଲା । ଦୀପକ ଏହି ଘଟଣା ସମ୍ପର୍କରେ ସ୍କୁଲରେ ପହଞ୍ଚି ପ୍ରିନିସିପାଲଙ୍କୁ ଅଭିଯୋଗ କରିଥିଲେ । ହେଲେ ପ୍ରିନ୍ସିପାଲ ଏହି ଘଟଣାକୁ ଗୁରୁତର ସହ ନେଇନଥିଲେ । ବରଂ ଦୀପକଙ୍କୁ ବେଜିତ କରି ତଡ଼ି ଦେଇଥିଲେ । 

ପରେ ଦ୍ୱିତୀୟ ଥର ପାଇଁ ଦୀପକ ପୁଣି ସ୍କୁଲକୁ ଯାଇ ଅଭିଯୋଗ କଲେ । କାହିଁକି ତାଙ୍କ ପୁଅକୁ ସ୍କୁଲରୁ ବିଦା କରାଗଲା । ଏମିତିକି ଜୟ ଶ୍ରୀ ରାମ ନାରା ଦେଲା ବୋଲି ତାଙ୍କ ପୁଅକୁ କାହିଁକି ଏମିତି ଲହୁ ଲୁହାଣ କରି ମାଡ଼ ମାରିଲେ ଶିକ୍ଷକ । ଦ୍ୱିତୀୟ ଥର ଅଭିଯୋଗକୁ ମଧ୍ୟ ଖାତିର କରୁନଥିଲେ ପ୍ରିନିସିପାଲ ।

ହେଲେ ଦୀପକ ଜିଦ୍‌ କରିବାକୁ ପ୍ରିନ୍ସିପାଲ ଉକ୍ତ ପିଟି ଶିକ୍ଷକ ୟାତିଶଙ୍କୁ ଡକାଇଥିଲେ । ସେଠାରେ ୟାତିଶ ନିଜ ଭୁଲ ମାନିବା ପରିବର୍ତ୍ତେ ଉକ୍ତ ଛାତ୍ରଙ୍କୁ ଭୁଲ୍ ଦେଇଥିଲେ । ଆଉ କହିଥିଲେ ସେ ଜୟ ଶ୍ରୀ ରାମ ନାରା ଦେବାରୁ ନୁହେଁ ବରଂ କ୍ଲାସ୍‌ରେ ବିଶୃଙ୍ଖଳା ପାଇଁ ଛାତ୍ରଙ୍କୁ ତାଗିଦ୍‌ କରିଥିଲେ ।

ଖାଲି ସେତିକି କହି ପିଟି ଶିକ୍ଷକ ଘଟଣାକୁ ଏଭଳି ଏଡ଼ାଇ ଦେଇଥିବା ବେଳେ ପ୍ରନ୍ସିପାଲ ମଧ୍ୟ ଗୁରୁତ୍ୱ ଦେଇନଥିଲେ । ଏମିତିକି ପ୍ରିନ୍ସିପାଲ ମାଡାମ୍ ଓ ତାଙ୍କ ସ୍ୱାମୀ ସନ୍ଦୀପ, ଦୀପକଙ୍କୁ ନାନା ଧମକ ଚମକ ଦେଇଥିଲେ । ପ୍ରିନ୍ସିପାଲଙ୍କ ସ୍ୱାମୀ ହେଉଛନ୍ତି ସ୍କୁଲର ଜଣେ ଡାଇରେକ୍ଟର । ସେ ଧମକ ଦେଲେ ଯେ, ଦୀପକ ଆପଣ ହେଉଛନ୍ତି ବିଜେପି ଦଳର । ତେଣୁ ଆପଣଙ୍କ ପୁଅ ଏହି ସ୍କୁଲରେ ପାଠ ପଢ଼ିପାରିବ ନାହିଁ ।

ଏହି ପୁରା ଘଟଣା ନେଇ ଦୀପକ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଏହାସହ ସ୍କୁଲ କର୍ତ୍ତୃପକ୍ଷ ଏବଂ ଉକ୍ତ ପିଟି ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।