• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ନାବାଳିକାକୁ ଅପହରଣ ଉଦ୍ୟମ । ମୁହଁ ହାତଗୋଡ଼ ବନ୍ଧା ଅବସ୍ଥାରେ ଉଦ୍ଧାର ହେଲା ନାବାଳିକା । କଟକ ସଦର ଥାନା ବାଲିଆପଡ଼ାରୁ ସାମ୍ନାକୁ ଆସିଛି ଏହି ଅଭାବନୀୟ ଘଟଣା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଛି ।

ଗତ ରାତିରେ ଏକ ଆଶ୍ରମ ନିକଟରୁ ଜଣେ ନାବାଳିକାକୁ ହାତ ଗୋଡ଼ ମୁହଁ ବନ୍ଧା ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ । ଯାହା ପରେ ଉତ୍ତେଜନା ଦେଖା ଦେଇଥିଲା ।

ଅଭିଯୋଗ ଅନୁଯାୟୀ, କିଛି ଲୋକ ଏହି ନାବାଳିକାକୁ ଉଠାଇ ନେଇଥିଲେ । ସେମାନଙ୍କୁ ସ୍ଥାନୀୟ ଲୋକେ କାବୁ କରି ନାବାଳିକାକୁ ଉଦ୍ଧାର କରିଥିଲେ ।

ତେବେ ସେହି ଆଶ୍ରମର କର୍ମଚାରୀଙ୍କୁ ଗାଁ ଲୋକେ ଅଟକ ରଖିଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ବୁଝାସୁଝା କରିବାକୁ ଚେଷ୍ଟା କରିଥିଲା । ହେଲେ ସ୍ଥାନୀୟ ଲୋକେ ପୋଲିସକୁ ମଧ୍ୟ ଅଟକ ରଖିଥିଲେ ।