• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଇନଷ୍ଟାଗ୍ରାମ ମେସେଜ୍ ହେଲା କାଳ । ଧରାପଡ଼ିଲେ ଅଭିଯୁକ୍ତ । କୋରାପୁଟ ଟାଉନ ଥାନା ଅଞ୍ଚଳରୁ ଜଣେ ନାବାଳକକୁ ଅପହରଣ କରି ଟଙ୍କା ମାଗିବା ଅଭିଯୋଗରେ ପୋଲିସ ୩ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ଗୋଟିଏ ମଟର ସାଇକେଲ,୨ମୋବାଇଲ,ବେଲ୍ଟ ଓ ଟାଓାଲ ଜବତ କରିଛି । ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ସାମ୍ବାଦ୍ଖଳ ସମ୍ମିଳନୀରେ କୋରାପୁଟର ଅତିରିକ୍ତ ଏସପି ଉତ୍କଳ କେଶରୀ ଦାଶ କହିଛନ୍ତି ।

ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ନାବାଳକ ହୋଇଥିବାରୁ ତାକୁ ଜୁଭେନାଇଲ୍ କୋର୍ଟକୁ ପଠାଯାଇଛି । ବାକି ଦୁଇ ଅଭିଯୁକ୍ତ ହେଲେ ସୁମିତ କୁମାର ସୁନା ଓ ଅର୍ପିତ ନାୟକ । ଅଭିଯୋଗ ଅନୁସାରେ ରେଳବାଇ କଲୋନିର ମାଣିକ ଦାଶଙ୍କ ପୁଅଙ୍କୁ ସୁନାପୁର ଖେଳ ପଡ଼ିଆରୁ ଉଠାଇ ନେଇଥିଲେ ଅଭିଯୁକ୍ତ । ବାଇକ ଯୋଗେ ନେଇ ପ୍ରଥମେ କୋରାପୁଟ ଓ ପରେ ଜୟପୁର ସଦର ଅଞ୍ଚଳରେ ଲୁଚାଇ ରଖିଥିଲେ । ତା ପରେ ଇନଷ୍ଟାଗ୍ରାମରେ ଫଟୋ ଓ ମେସେଜ୍ କରି ନାବାଳକର ମାମୁଁଙ୍କୁ ପ୍ରଥମେ ୬୦ ଲକ୍ଷ ଟଙ୍କା ଓ ପରେ ୩୦ ଲକ୍ଷ ଟଙ୍କା ମାଗିଥିଲେ । ଫରେନସିକ ଲ୍ୟାବ ଓ ସାଇବର ସେଲର ସହାୟତା ଏବଂ ଅପହୃତଙ୍କ ସାଙ୍ଗ ମାନଙ୍କୁ ଜେରା ପରେ ଗତକାଲି ରାତିରେ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

କେସ ନମ୍ବର – ୨୫୪ ଧାରା ୩୬୩,୩୬୪ଏ,୩୪.୧୨୦ବି ଓ ୩୪ ଆଇପିସି ଏବଂ ୬୭ ସି ଆଇଟି ଆକ୍ଟରେ ୨ଜଣଙ୍କୁ କୋର୍ଟ ଚାଲାଣ ସହ ନାବାଳକୁ ଜୁଭେନାଇଲ କୋର୍ଟକୁ ପଠାଯାଇଥିବା ଅତିରିକ୍ତ ଏସପି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ କୋରାପୁଟ ଏସଡିପିଓ ମନୋଜ କୁମାର ପୂଜାରୀ ଓ ଟାଉନଥାନା ଆଇଆଇସି ଧିରେନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।