Mental harassment case against Khordha Collector
ଜିଲ୍ଲାପାଳଙ୍କ ବିରୋଧରେ ମୁହଁ ଖୋଲିବାରୁ କାର୍ଯ୍ୟାନୁଷ୍ଠାନର ଶିକାର ହେଲେ କର୍ମଚାରୀ। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ କାମ କରୁଥିବା ୩ ଜଣ କର୍ମଚାରୀ ଗତକାଲି ମିଡିଆ ସାମ୍ନାରେ ଜିଲ୍ଲାପାଳଙ୍କ ନିର୍ଯାତନା କଥା କହିବା ପରେ ଆଜି ତାଙ୍କୁ ଅନ୍ୟତ୍ର ବଦଳି କରିଦେବେ ବୋଲି ଜିଲ୍ଲାପାଳ ଧମକ ଦେଇଛନ୍ତି।
ସୂଚନାଥାଉ କି, ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନାଁରେ ତାଙ୍କ ବ୍ୟକ୍ତିଗତ ସହାୟକ ହେମନ୍ତ ଭୋଇଙ୍କ ପତ୍ନୀ ସବିତା ନାୟକ ମାନସିକ ନିର୍ଯାତନା ଅଭିଯୋଗ ଆଣିଥିଲେ। ଏ ଘଟଣାକୁ ପ୍ରାୟ ୨୦ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ।
ଅଧିକ ପଢ଼ନ୍ତୁ: ‘ମୋର କେହି ଶତ୍ରୁ ନାହାନ୍ତି, ମୋତେ ହତ୍ୟା ଧମକ କାହିଁକି ?’
ଜିଲ୍ଲାପାଳଙ୍କ ବିରୋଧରେ ଆବାସିକ କାର୍ଯ୍ୟାଳୟର ଅନ୍ୟ କର୍ମଚାରୀମାନେ ସମାନ ଅଭିଯୋଗ ଆଣିବା ପରେ ଆଜି ସେମାନଙ୍କୁ ବଦଳି କରି ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ହେଲେ ଏ ସମ୍ପର୍କରେ ଖବର ଲେଖାଯିବା ସୁଦ୍ଧା ଜିଲ୍ଲାପାଳଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1671001559.jpg)