Advertisment

Meghalaya Honeymoon Murder: ହନିମୁନ ହତ୍ୟା ମାମଲା; ଅଭିଯୁକ୍ତଙ୍କୁ କ୍ରାଇମ ସ୍ପଟକୁ ନେଇ ସିନ ରିକ୍ରିଏଟ୍ କଲା SIT

ପୋଲିସ ଆଜି ହତ୍ୟାକାଣ୍ଡରେ ସଂପୃକ୍ତ ୩ ଅଭିଯୁକ୍ତଙ୍କ ସମେତ ସୋନମଙ୍କୁ ମଧ୍ୟ କ୍ରାଇମ୍ ସ୍ପଟକୁ ନେଇଥିଲା। ଚେରାପୁଞ୍ଜିରେ କିଭଳି ଅଭିଯୁକ୍ତ ମାନେ ରାଜାଙ୍କୁ ହତ୍ୟା କରିଥିଲେ ତାହାର ସିନ୍ ରିକ୍ରିଏଟ୍ କରିଛି SIT।

ଅଦ୍ୟତନ ହୋଇଛି
Meghalaya Honeymoon Murder

Meghalaya Honeymoon Murder

Advertisment

ହନିମୁନ ହତ୍ୟା ମାମଲାରେ ଜୋରଦାର ଚାଲିଛି ତଦନ୍ତ । ମେଘାଳୟର ଚେରାପୁଞ୍ଜିରେ ସିନ ରିକ୍ରିଏସନ୍ କରିଛି SIT। ଯେଉଁଠି ହନିମୁନରେ ଯାଇଥିବା ରାଜା ରଘୁବଂଶୀଙ୍କୁ ତାଙ୍କ ପତ୍ନୀ ଓ ପତ୍ନୀଙ୍କ ପ୍ରେମିକ ଯୋଜନାବଦ୍ଧ ଭାବେ ହତ୍ୟା କରିଥିଲେ । ପୋଲିସ ଆଜି ହତ୍ୟାକାଣ୍ଡରେ ସଂପୃକ୍ତ ୩ ଅଭିଯୁକ୍ତଙ୍କ ସମେତ ସୋନମଙ୍କୁ ମଧ୍ୟ କ୍ରାଇମ୍ ସ୍ପଟକୁ ନେଇଥିଲା। ଚେରାପୁଞ୍ଜିରେ କିଭଳି ଅଭିଯୁକ୍ତ ମାନେ ରାଜାଙ୍କୁ ହତ୍ୟା କରିଥିଲେ ତାହାର ସିନ୍ ରିକ୍ରିଏଟ୍ କରିଛି SIT।

Advertisment

ସେପଟେ ନିଜ ସ୍ବାମୀ ରାଜାକୁ ଏକ ଧାରୁଆ କଟୁରୀରେ ହତ୍ୟା କରିଛନ୍ତି ଦୁହେଁ ସୋନମ ଏବଂ ତାର ପ୍ରେମିକ । ତେବେ ରାଜାଙ୍କୁ ହତ୍ୟା ହୋଇଥିବା ଉକ୍ତ ଅସ୍ତ୍ର ଜବତ ହୋଇଛି । ହତ୍ୟାରେ ବ୍ୟବହୃତ ଅସ୍ତ୍ରକୁ ପୋଲିସ ଜବତ କରିଛି ଏବଂ କହିଛି ରାଜାଙ୍କୁ ପ୍ରଥମ ଆକ୍ରମଣ ସୋନମର ପ୍ରେମିକ ବିଶାଲ କରିଥିଲା । ରାଜା ମଧ୍ୟ ଏହି ଆକ୍ରମଣରୁ ନିଜକୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ । ହେଲେ ପାରିନଥିଲେ ଧାରୁଆ ଅସ୍ତ୍ରର ଚୋଟରେ ଶେଷରେ ଚାଲିଯାଇଥିଲା ତାଙ୍କ ଜୀବନ । ତେବେ ଅଭିଯୁକ୍ତମାନେ ଗୌହାଟୀ ରେଳ ଷ୍ଟେସନ ନିକଟରୁ ଏହି ଅସ୍ତ୍ର କିଣିଥିଲେ ବୋଲି ପୋଲିସ ସ୍ପଷ୍ଟ କରିଛି ।

ଅଧିକ ପଢ଼ନ୍ତୁ: ଇରାନ-ଇସ୍ରାଏଲ ଭୟଙ୍କର ଯୁଦ୍ଧ, ଜଳୁଛି ମଧ୍ୟପ୍ରାଚ୍ୟ... ଇରାନକୁ ପାକିସ୍ତାନର ସମର୍ଥନ 

Advertisment

୧୧ ମେ ୨୦୨୫। ଇନ୍ଦୋରର ଟ୍ରାନ୍ସପୋର୍ଟ ବ୍ୟବସାୟୀ ରାଜା ରଘୁବଂଶୀ ଓ ସୋନମଙ୍କ ହାତଗଣ୍ଠି ପଡିଥିଲା ମେ ୨୦ରେ । ହନିମୁନ୍ ଟ୍ରିପରେ ମେଘାଳୟର ସିଲଂ ଯାଇଥିଲେ ନବ ଦମ୍ପତି ୨୩ ମେରେ। ଚେରାପୁଞ୍ଜିର ନଙ୍ଗ୍ରିୟାଟରେ ଲିଭିଂ ରୁଟ୍ ବ୍ରିଜ୍ ଦେଖିବା ପରେ ନିଖୋଜ ହୋଇଯାଇଥିଲେ ଉଭୟ। ଜୁନ୍ ୨ରେ ନିଖୋଜର ୧୦ ଦିନ ପରେ ଝରଣା ନିକଟରୁ ମିଳିଥିଲା ରାଜାଙ୍କ ମୃତଦେହ। ହାତରେ ଥିବା ରାଜା ଟାଟୁ ଦେଖି ପରିଚୟ ମିଳିଥିଲା। ହେଲେ ଖୋଜ ଖବର ନଥିଲା ସୋନମଙ୍କର। ମେଘାଳୟ ପୋଲିସ ତୁରନ୍ତ ହତ୍ୟା ମାମଲା ରୁଜୁ କରି ଆରମ୍ଭ କରିଦେଇଥିଲା ତଦନ୍ତ। ଏସପିଙ୍କ ନେତୃତ୍ବରେ ଗଠନ ହୋଇଥିଲା ଏସଆଇଟି। ଉଭୟ ରହୁଥିବା ହୋମ୍ ଷ୍ଟେ'ର ସିସିଟିଭି ଘାଣ୍ଟିଥିଲା ପୋଲିସ। ପରେ ରାଜାଙ୍କ ଡେଡବଡି ମିଳିଥିବା ସ୍ଥାନରୁ ମିଳିଥିଲା ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀ। ରାଜାଙ୍କୁ ହତ୍ୟା କରି ସୋନମଙ୍କୁ ଅପହରଣ କରାଯାଇଥିବା ପ୍ରଥମେ ସନ୍ଦେହ କରିଥିଲା ତଦନ୍ତକାରୀ ଟିମ୍। ହେଲେ ପଚରାଉଚୁରା ବେଳେ ଗାଇଡ୍ ରଖିଥିବା ବୟାନ କେସକୁ ଦେଇଥିଲା ନୂଆ ଦିଗ। ପାହାଡ଼ ଚଢିବା ବେଳେ ଗାଇଡକୁ ମନା କରିବା, ରାଜା ଓ ସୋନମଙ୍କ ସାଙ୍ଗରେ ଆଉ ୩ ଜଣ ଥିବା, ଇସାରା କରିଥିଲା ହତ୍ୟାକାଣ୍ଡ ଷଡଯନ୍ତ୍ର ଆଡ଼କୁ। 

ରାଜ୍ କୁଶୱା ପ୍ରେମରେ ଉବୁଟୁବୁ ସୋନମ୍ ରଚିଥିଲା ୭ ଦିନର ସ୍ବାମୀଙ୍କ ମର୍ଡର ପ୍ଲାନ୍। ବୟସରେ ସୋନମଠାରୁ ୫ବର୍ଷ ସାନ। ବାପାଙ୍କ ପ୍ଲାଇଉଡ୍ ଫ୍ୟାକ୍ଟ୍ରିରେ କାମ କରୁଥିଲା। ସେଠାରୁ ହିଁ ଆରମ୍ଭ ହୋଇଥିଲା ପ୍ରେମ ସଂପର୍କ। ତେବେ ପ୍ରେମ ସଫଳ ନହେବାରୁ ସ୍ବାମୀ ରାଜାଙ୍କୁ ରାସ୍ତାରୁ ହଟାଇବାକୁ ରାଜ୍ ସହ ମିଶି ସୋନମ୍ କରିଥିଲେ ପ୍ଲାନ୍। ଯୋଗାଡ କରାଯାଇଥିଲା ସୁପାରି କିଲର। ଆକାଶ ରାଜପୁତ୍, ବିଶାଲ ଚୌହାନ୍ ଏବଂ ଆନନ୍ଦ କୁମାର। ଯୋଜନା ମୁତାବକ ଏହି ୩ ସୁପାରି କିଲରଙ୍କୁ ମେଘାଳୟର ପ୍ରତିଟି ଜାଗାର ପ୍ରତି ମୁହୂର୍ତ୍ତର ଖବର ଦେଉଥିଲେ ସୋନମ୍। ପ୍ରଥମେ ଫୋନ୍ କଲ୍ ଡିଟେଲ୍ସରୁ ରାଜ୍ କୁଶୱାକୁ ଟ୍ରାକ କରିଥିଲା ପୋଲିସ। ପରେ ଧରାପଡିଥିଲେ ଅନ୍ୟ ୨ ଜଣ ଅଭିଯୁକ୍ତ। ହେଲେ ଏଯାଏ ଫେରାର ଅଛି ଆକାଶ ରାଜପୁତ୍। ମେଘାଳୟ ଓ ଇନ୍ଦୋର ପୋଲିସ ଅଭିଯୁକ୍ତଙ୍କୁ ଅଧିକ ପଚରାଉଚୁରା କରୁଛି।

Advertisment
SIT Police Meghalaya Honeymoon
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ