Advertisment

Medicine Baba Arrest: ଆଶ୍ରମରେ ନିଶା ଦେଇ ଯୁବତୀଙ୍କୁ ଦୁଷ୍କର୍ମ ! ବନ୍ଧା ହେଲା ରଂଗିଲା ବାବା ପ୍ରଫୁଲ୍ଲ

ରେଢାଖୋଲ ଥାନା ବୌଷ୍ଣବଝୁଲୀ ଗାଁରେ ଏକ ଆଶ୍ରମରେ ପ୍ରଫୁଲ୍ଲ ବାବା ପରିଚୟ ଦେଇ ଦୀର୍ଘ ୮ମାସ ହେଲା ରହୁଥିଲା ଏହି ଭଣ୍ଡ ବାବା। ଗରିବ ଅସୁସ୍ଥ ଯୁବତୀ ଓ ମହିଳାମାନଙ୍କୁ ଟାର୍ଗେଟ କରୁଥିଲା ।

Baba Arrest

Baba Arrest

Advertisment

ବନ୍ଧା ହେଲା ଆତ୍ମଘୋଷିତ ବାବା ପ୍ରଫୁଲ୍ଲ। ଯୁବତୀଙ୍କୁ ନିଶା ବଟିକା ଦେଇ ଦୁଷ୍କର୍ମ ଅଭିଯୋଗରେ ରଂଗିଲା ବାବାଙ୍କୁ ଗିରଫ କରିଛି ପୋଲିସ। ଚାରମାଳ ଥାନା ଅଂଚଳର ଜଣେ ଅବିବାହିତ ଆଦିବାସୀ ଯୁବତୀଙ୍କୁ ଔଷଧ ଦେବା ବାହାନାରେ ଆଶ୍ରମକୁ ଡାକି ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଥିଲା। ଯୁବତୀଙ୍କ ଏତଲା ପରେ ପୋଲିସ ତାଙ୍କୁ ଆଶ୍ରମରୁ ଉଠାଇ ଆଣିଛି।

Advertisment

ସୂଚନା ଅନୁସାରେ, ସମ୍ୱଲପୁର ରେଢାଖୋଲ ଥାନା ବୌଷ୍ଣବଝୁଲୀ ଗାଁରେ ଏକ ଆଶ୍ରମରେ ପ୍ରଫୁଲ୍ଲ ବାବା ପରିଚୟ ଦେଇ ଦୀର୍ଘ ୮ମାସ ହେଲା ରହୁଥିଲା ଏହି ଭଣ୍ଡ ବାବା। ଗରିବ ଅସୁସ୍ଥ ଯୁବତୀ ଓ ମହିଳାମାନଙ୍କୁ ଟାର୍ଗେଟ କରୁଥିଲା । ସେମାନଙ୍କୁ ସୁସ୍ଥ କରିଦେବି କହି ଚେରମୂଳି ଔଷଧ ଦେଉଥିଲା । ସେମାନଙ୍କଠାରୁ ମୋବାଇଲ ନମ୍ବର ରଖି ପରବର୍ତ୍ତୀ ସମୟରେ ସେମାନଙ୍କ ସହ କଥାବାର୍ତ୍ତା ହୋଇ ବିଶ୍ୱାସ ଜନ୍ମାଉଥିଲା । ତେବେ ଜବତ ହୋଇଥିବା ମୋବାଇଲରେ ଅନେକ ମହିଳା, ଝିଅଙ୍କ ଫୋନ ନମ୍ବର ଓ ଫଟୋ ରହିଥିବା ପୋଲିସ ସୂଚନା ଦେଇଛି ।

ଦେହ ଖରାପ ଥିବାରୁ ଚାରମାଳ ଥାନା ଅଂଚଳର ଜଣେ ଅବିବାହିତ ଆଦିବାସୀ ଯୁବତୀ ଆଶ୍ରମ ଆସିଥିଲେ। । ସେଠାରେ କଥାବାର୍ତ୍ତା ହେବା ପରେ କିଛି ଔଷଧ ଯୁବତୀଙ୍କୁ ଖାଇବାକୁ ଦେଇଥିଲା। ଏହାପରେ ଆଉଥରେ ଔଷଧ ନେବାକୁ କହିଥିଲା। ଔଷଧ ଦେବା ବାହାନାରେ ଆଶ୍ରମକୁ ଡାକି ଔଷଧ ଖାଇବାକୁ ଦେଇଥିଲା। ବଟିକା ଖାଇବାପରେ ଯୁବତୀ ଜଣଙ୍କ ଅଚେତ ହୋଇଯାଇଥିଲେ । ପରେ ସେ ତାଙ୍କୁ ଦୁଷ୍କର୍ମ କରିଥିଲା । ଯୁବତୀଜଣଙ୍କ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଏନେଇ ଅଭିଯୋଗ ପରେ ପୋଲିସ ହାତରେ ପଡିଥିଲା ଏହି ରଂଗିଲା ବାବା ।

Advertisment

ଅଧିକ ପଢ଼ନ୍ତୁ:  ଭକ୍ତି ନାମରେ ଭାଣ୍ତାମୀ, ବାବାଙ୍କ ଗୁଣଗାନ ପାଇଁ ଲେଖାଯାଉଥିଲା ବହି

ପୋଲିସର ସୂଚନା ଅନୁସାରେ ଏହି ରଂଗିଲା ବାବା ପ୍ରଫୁଲ୍ଲ ମହଲାର ଘର ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଭାଲିଆପଦର ଗାଁରେ। ୨୦୦୭ ମସିହାରେ ନିଜକୁ ଆତ୍ମଘୋଷିତ ବାବା ପ୍ରଫୁଲ୍ଲ ବୋଲି ପରିଚୟ ଦେଇଥିଲା। ଚାରିଆଡ଼େ ବୁଲି ତନ୍ତ୍ରମନ୍ତ୍ର, ପୂଜାପାଠ କରିବା ସହ ଲୋକଙ୍କୁ ଠକିଥିବା ଜଣାପଡିଛି। ଏନେଇ ଅଧିକ ଖୋଳତାଳ କରୁଛି ରେଢାଖୋଲ ପୋଲିସ।

Rape Case Baba
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ