/odishatv-khabar/media/post_attachments/uploadimage/library/16_9/16_9_0/IMAGE_1663664184.jpg)
Special story
ଭାଇ ହାତରେ ଭାଇର ମୃତ୍ୟୁ । ରାଜଧାନୀ ଭୁବନେଶ୍ୱର ର ନୟାପଲ୍ଲୀ ଥାନା ନୂଆସାହି ଅଞ୍ଚଳରେ ଘଟିଛି ଏହି ଅଘଟଣ । ବଡ଼ ଭାଇ ମାଡ଼ରେ ସାନ ଭାଇର ଜୀବନ ଚାଲିଯାଇଛି । ସାନ ଭାଇକୁ ପାଠ ପଢ଼ିବାକୁ ତାଗିଦ କରି ବଡ଼ ଭାଇ ମାଡ଼ ମାରିଥିବା ଜଣାପଡ଼ିଛି । ତେବେ ସାନ ଭାଇର ମୃତ୍ୟୁ ପରେ ବଡ଼ ଭାଇ ନାଁରେ ହତ୍ୟା ମାମଲା ରୁଜୁ ହୋଇଛି । ୩୦୨ ଦଫା ଅନୁସାରେ ଉଚ୍ଚ ଶିକ୍ଷିତ MBA ପଢ଼ୁଆ ବଡ଼ ଭାଇକୁ ଗିରଫ କରିଛି ପୋଲିସ୍ ।
ସାନ ଭାଇକୁ ଭଲ ବାଟରେ ଆଣିବାକୁ ଯାଇ ଆଇନ୍ ଜାଲରେ ଛନ୍ଦି ହୋଇ ପଡ଼ିଛନ୍ତି ବଡ଼ ଭାଇ । ପାଠ ପାଇଁ ସାନଭାଇକୁ ପିଟୁ ପିଟୁ ତା’ର ଜୀବନ ଚାଲିଯାଇଛି । ତେବେ ମୃତକଙ୍କ ଶରୀରର ବିଭିନ୍ନ ସ୍ଥାନରେ ଦାଗ ଥିବା ଦେଖିବାକୁ ମିଳିଛି । କୌଣସି ଅଜାଗାରେ ବାଜି ଯାଇଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଇଛି । ପୋଷ୍ଟମୋଟର୍ମ ରିପୋର୍ଟ ଆସିବା ପରେ ହିଁ ପ୍ରକୃତ କଥା ଜଣାପଡ଼ିବ ।
ମାଡ଼ ପାଇଁ ହିଁ ପୁଅର ଜୀବନ ଚାଲିଯାଇଛି । ଅନ୍ୟ କୌଣସି ପ୍ରକାର କାରଣ ନାହିଁ ବୋଲି ପରିବାର ଲୋକ କହିଛନ୍ତି । ସେପଟେ ମୃତ୍ୟର ଭିନ୍ନ ଦିଗକୁ ଧ୍ୟାନ ଦେଇ ପୋଲିସ୍ ଘଟଣାର ଛାନଭିନ୍ ଆରମ୍ଭ କରିଛି । ହୁଏତ ଅନ୍ୟ କୌଣସି ସୁରାଗ୍ ମିଳିଯାଇ ପାରେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)