Advertisment

ଯେବେ ରଙ୍ଗ ନମ୍ବରରୁ ହୁଏ ପ୍ରେମ.. ନାବାଳକ ସହ ମହିଳା ଫେରାର

ରାସ୍ତାରେ ବସି କାନ୍ଦୁଥିବା ମହିଳା ଜଣଙ୍କ ହେଉଛନ୍ତି ପ୍ରେମୀଯୁଗଳ। କଥାଟା ବିଶ୍ୱାସ ହେଉନଥିଲେ ବି ସତ। ଡେଲାଙ୍ଗର ଜଣେ ମହିଳା ବିବାହ କରିବା ପରେ ସ୍ୱାମୀଙ୍କ ସହ ଭୁବନେଶ୍ୱରରେ ରହି କାମଧନ୍ଦା କରନ୍ତି। ସ୍ୱାମୀ ରାଜମିସ୍ତ୍ରୀ କାମ କରିବାରୁ ସକାଳୁ ସକାଳୁ ଖାଇପିଇ ଘରୁ ପଳାନ୍ତି । ଏକୁଟିଆ ରହୁଥିବା ଏହି ମହିଳା ଜଣକ ଘରେ ବସିଥିବା ବେଳେ ହଠାତ୍‌ ରଙ୍ଗ ନମ୍ବରରୁ ଆସେ କଲ୍‌

ଅଦ୍ୟତନ ହୋଇଛି
Married Woman Flees With Young Lover In Odisha’s Dasapalla

Crime

Advertisment

ରାସ୍ତା ଉପରେ ବସି ଭେଁ ଭେଁ କାନ୍ଦୁଛନ୍ତି ଜଣେ ମହିଳା । ଏତେ ଜୋରରେ କାନ୍ଦୁଛନ୍ତି ଯେ ରାସ୍ତାରେ ଯିଏ ଯାଉଛି ସିଏ ଚାହୁଁଛି । ସମସ୍ତେ ପଚାରୁଛନ୍ତି କଣ ହୋଇଛି? କାହିଁକି କାନ୍ଦୁଛନ୍ତି ଏଇ ମହିଳା ଜଣକ? ହେଲେ ପୂରା ସତ ଜାଣିଲେ ଆପଣଙ୍କର ଉଡିଯିବ ହୋସ୍‌।

Advertisment

ରାସ୍ତାରେ ବସି କାନ୍ଦୁଥିବା ମହିଳା ଜଣଙ୍କ ହେଉଛନ୍ତି ପ୍ରେମୀଯୁଗଳ। କଥାଟା ବିଶ୍ୱାସ ହେଉନଥିଲେ ବି ସତ। ଡେଲାଙ୍ଗର ଜଣେ ମହିଳା ବିବାହ କରିବା ପରେ ସ୍ୱାମୀଙ୍କ ସହ ଭୁବନେଶ୍ୱର ରେ ରହି କାମଧନ୍ଦା କରନ୍ତି। ସ୍ୱାମୀ ରାଜମିସ୍ତ୍ରୀ କାମ କରିବାରୁ ସକାଳୁ ସକାଳୁ ଖାଇପିଇ ଘରୁ ପଳାନ୍ତି । ଏକୁଟିଆ ରହୁଥିବା ଏହି ମହିଳା ଜଣକ ଘରେ ବସିଥିବା ବେଳେ ହଠାତ୍‌ ରଙ୍ଗ ନମ୍ବରରୁ ଆସେ କଲ୍‌ ।

ଅଧିକ ପଢ଼ନ୍ତୁ: ରଂଗିଲା ଟ୍ୟୁସନ ମାଷ୍ଟରଙ୍କୁ ମହଙ୍ଗା ପଡ଼ିଲା ପ୍ରେମପାଠ, ଝିଆରୀକୁ ଧରି ଫେରାର୍

Advertisment

ସ୍ୱାମୀ ଘରୁ ପଳାଇବା ପରେ ନିଇତି ଏମିତି କଲ୍‌ରେ କଥା ହେଉ ହେଉ ଉଭୟଙ୍କ ମଧ୍ୟରେ ଗଢିଉଠିଥିଲା ପ୍ରେମ ସମ୍ପର୍କ। କିନ୍ତୁ ମହିଳା ଜଣକ ଜାଣିନଥିଲେ ଫୋନ୍‌ରେ କଥା ହେଉଥିବା ଯୁବକ ଜଣକଙ୍କ ବୟସରେ ତାଙ୍କଠାରୁ ସାନ କି ତାଙ୍କ ଘର ଦଶପଲ୍ଲାରେ ବୋଲି। ଉଭୟଙ୍କ ମଧ୍ୟରେ ପ୍ରେମ ଏତେ ଅଧିକ ହୋଇଥିଲା ଯେ ବିବାହିତ ହେବା ପରେ ବି ନାବାଳକଙ୍କ ପ୍ରେମରେ ଘରୁ ବାହାରି ଆସିଥିଲେ ମହିଳା ଜଣକ। ସେପଟେ ଘରକୁ ଫେରି ସ୍ତ୍ରୀ ନଥିବା ବେଳେ ଥାନାର ଦ୍ୱାରସ୍ଥ ହୋଇଥିଲେ ସ୍ୱାମୀ।

ହେଲେ ଦଶପଲ୍ଲା ନିକଟରେ ଉଭୟ ଛିଡା ହୋଇଥିବାର ଖବର ପାଇବା ପରେ ସ୍ୱାମୀ ପହଞ୍ଚି ଉଭୟଙ୍କୁ ଉତ୍ତମ ମଧ୍ୟମ ଦେଇଥିଲେ। ଉତ୍ତେଜନା ବଢିବାରୁ ପୋଲିସ୍‌ ପହଂଚି ପ୍ରେମିଯୁଗଳଙ୍କୁ ଉଦ୍ଧାର କରିବା ସହିତ ମାମଲାର ତଦନ୍ତ କରୁଛି। ତେବେ ଜଣେ ମହିଳା ବିବାହ ପରେ ପ୍ରେମିକଙ୍କ ସହ ଫେରାର ହୋଇଯାଇଥିବା ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଏବେ ଭାରି ଚର୍ଚ୍ଚା।

Advertisment

ଦଶପଲ୍ଲାରୁ ସଂଜୀବ ସାହୁ

Viral Video Married Woman
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ