• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଯାଜପୁର ଟମକା ରେଳ ଷ୍ଟେସନ ନିକଟରେ ଟ୍ରେନ ଆଗକୁ ଡେଇଁ ଦମ୍ପତିଙ୍କ ଆତ୍ମହତ୍ୟା ଅଭିଯୋଗ । ମୃତ ଦମ୍ପତି ସ୍ଥାନୀୟ ଓସ୍ତାପାଳ ଅଞ୍ଚଳର ନିମାଇଁ ଚରଣ ବାଇ ଓ ତାଙ୍କ ସ୍ତ୍ରୀ ଜାନକୀବାଇ । ଖବର ପାଇ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ମୃତଦେହ ନିକଟରୁ ଏକ ସୁଇସାଇଡ୍ ନୋଟ୍ ମିଳିଛି । ଋଣ ଭାର ଯୋଗୁଁ ଏମାନେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।

ଗତକାଲି ଅପରାହ୍ନରେ ଓସ୍ତାପାଳ ଗ୍ରାମର ନିମାଇଁ ଚରଣ ବାଇ ଓ ତାଙ୍କ ସ୍ତ୍ରୀ ଜାନକୀ ବାଇ ଏକ ବାଇକ୍ ଯୋଗେ ଟମକା ରେଳ ଷ୍ଟେସନ ନିକଟରେ ପହଞ୍ଚିଥିଲେ । ପରେ ଦୁହେଁ ଯାକ ଏକ ମାଲବାହୀ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା କୁହାଯାଉଛି। ମୃତ ଦମ୍ପତିଙ୍କ ମୋବାଇଲ ଫୋନ୍ ମୃତଦେହ ନିକଟରେ ପଡ଼ି ରହିଥିଲା।

ସୁଇସାଇଡ୍ ନୋଟରେ ଆତ୍ମହତ୍ୟା ପଛର କାରଣ ଉଲ୍ଲେଖ ରହିଛି । ଜାନକୀ ନିଜ ଗ୍ରାମର ପ୍ରମିଳା ଜେନାଙ୍କ ନିକଟରୁ ୩୦ ହଜାର ଟଙ୍କା ଉଧାର ଆଣି ନିକଟସ୍ଥ ବଗପାଟିଆ ଗ୍ରାମର କାଳିଆ ନାମକ ଜଣେ ବ୍ୟକ୍ତିଙ୍କୁ ଦେଇଥିଲେ । ହେଲେ ପରବର୍ତ୍ତୀ ସମୟରେ କାଳିଆ ଟଙ୍କା ଫେରସ୍ତ କରିନଥିବା ବେଳେ ପ୍ରମିଳା ଜାନକୀଙ୍କୁ ବିଭିନ୍ନ ସମୟରେ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିଲେ । ଏହାକୁ ନେଇ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ତିକ୍ତତା ଲାଗି ରହୁଥିଲା ।

ତେବେ ପ୍ରମିଳାଙ୍କ ଗାଳିଗୁଲଜ ତାଙ୍କୁ କଷ୍ଟ ଦେବାରୁ ସେମାନେ ଆତ୍ମହତ୍ୟା କରିଥିବା ସୁଇସାଇଡ୍ ନୋଟରେ ଉଲ୍ଲେଖ କରିଛନ୍ତି । ମୃତ ନିମାଇଁ କଳିଙ୍ଗନଗର ସ୍ଥିତ ଏକ କାରଖାନାରେ କାର୍ଯ୍ୟ କରୁଥିବା ବେଳେ ତାଙ୍କର ଏକମାତ୍ର ୧୧ ବର୍ଷର ପୁଅ ରହିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତେବେ ରେଲୱେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।...

  • Reported by:
  • JANMEJAY DASH