Advertisment

ଧିରେ ଧିରେ ଫିଟୁଛି ଗୁମର, ପାଣିରେ ବୁଡ଼ିବା ପୂର୍ବରୁ ମନୀଷଙ୍କ ମୃତ୍ୟୁ !

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁ ଘଟଣାରେ ଧିରେ ଧିରେ ଗୁମର ଫିଟୁ ଥିବାବେଳେ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ପାଣିରେ ବୁଡ଼ି ମନୀଷଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ପ୍ରମାଣ ମିଳୁନି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
manish

manish

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁ ଘଟଣାରେ ଧିରେ ଧିରେ ଗୁମର ଫିଟୁ ଥିବାବେଳେ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଶନିବାର ରାତିରେ ମନୀଷ, ମୃତ୍ୟୁଞ୍ଜୟ ଏବଂ ଦିନେଶ ସାଉଥ୍‌ ସିଟି ହୋଟେଲ୍‌କୁ ଯାଇଥିଲେ। ତେବେ ସେଠି ବିଲ୍ ପେମେଣ୍ଟକୁ ନେଇ ବଚସା ହୋଇଥିବା ସୂଚନା ମିଳିଛି। ହୋଟେଲ୍‌ରେ ବିଲ୍ ପେମେଣ୍ଟକୁ ନେଇ ବଚସା ପରେ ସେଠୁ ବାହାରିଥିଲେ ମନୀଷ। ଏପରିକି ବାହାରକୁ ଆସିବା ପରେ ବି ସାଙ୍ଗଙ୍କ ସହ ଯୁକ୍ତିତର୍କ ହୋଇଥିବା ଜଣାପଡ଼ିଛି। 

Advertisment

ଫୁଲବାଣୀର ଦୁଇ ଜଣ ଯୁବକ ମୃତ୍ୟୁଞ୍ଜୟ ଓ ଦିନେଶଙ୍କୁ କମିଶନରେଟ୍ ପୋଲିସ୍ ଭୁବନେଶ୍ୱର ଆଣିବା ପରେ ଏଦିଗରେ ବଡ଼ ତଥ୍ୟ ପଦାକୁ ଆସିଥିବା ଅନୁମାନ କରାଯାଉଛି। ଉଭୟଙ୍କୁ ଇନ୍‌ଫୋସିଟି ପୋଲିସ୍ ପଚରାଉଚରା କରୁଛି। ଏହାସହ ପୂର୍ବରୁ ହିଂମାଶୁ ନାମକ ଯୁବକଙ୍କୁ ଅଟକ ରଖି ତାଙ୍କ ବୟାନ ରେକର୍ଡ କରାଯାଇଛି। ଯାହା ମାମଲାରେ ଗୁରୁତ୍ୱପୂର୍ଣ୍ଣ ଦିଗ ଦେଇପାରେ। 

ଅନ୍ୟପକ୍ଷେ, ମନୀଷ ମୃତ୍ୟୁ ଘଟଣାକୁ ନେଇ ଦିନକୁ ଦିନ ସନ୍ଦେହ ବଢ଼ିବାରେ ଲାଗିଛି। ପାଣିରେ ବୁଡ଼ି ମନୀଷଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ପ୍ରମାଣ ମିଳୁନି। ଏନେଇ କମିଶନରେଟ୍ ପୋଲିସ ସୂଚନା ଦେଇଛି। ମନୀଷର ମୃତ୍ୟୁ ପାଣିରେ ବୁଡ଼ିବା ପୂର୍ବରୁ ହୋଇଥିବା ସନ୍ଦେହ କରାଯାଉଛି।

Advertisment

ଯେଉଁଦିନ ମନୀଷ ସାଉଥ୍‌ ସିଟି ହୋଟେଲ୍‌କୁ  ସେଦିନ ରାତିର ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରାଯାଇଛି। ଭିଡିଓରେ ଦେଖିବାକୁ ମିଳିଛି, ମନୀଷ ବାର୍‌ରୁ ବାହାରି ଏକୁଟିଆ ଚାଲି ଚାଲି ଯାଉଛନ୍ତି। ତେବେ ଏହି ଭିଡିଓରେ ତାଙ୍କ ଆଗରେ ଜଣେ ଯୁବତୀଙ୍କୁ ମଧ୍ୟ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଛି। ଏହି ଯୁବତୀଙ୍କୁ ନେଇ ଏବେ ଖୋଳତାଡ ଆରମ୍ଭ କରିଛି ପୋଲିସ୍‌।  ଯୁବତୀ ଜଣକ କିଏ ? ସମଗ୍ର ଘଟଣାରେ ଯୁବତୀଙ୍କ କିଛି ଲିଙ୍କ ରହିଛି କି ନାହିଁ ?  ମନୀଷଙ୍କ ସହ ତାଙ୍କ ସମ୍ପର୍କ ଅଛି କି ନାହିଁ ? ଏସବୁ ପୋଲିସ ଜାଣିବାକୁ ଚେଷ୍ଟା କରୁଥିବା ସୂଚନା ମିଳିଛି। ଗତ ରବିବାର ଦିନ ଭୁବନେଶ୍ୱର ପାତ୍ରପାଡ଼ା ଗାଁ ପୋଖରୀରୁ ମନୀଷଙ୍କ ମୃତଦେହ ମିଳିଥିଲା। ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ ପୁଅ ହେଉଛନ୍ତି ମନୀଷ।  

Manish Anurag Senior Journalist Navin Das Navin Das Son's Death Case Navin Das Son Murder Manish Anurag Death Case
Advertisment
Advertisment